ପୁଣି ନିଜର ସାହସୀକତା ଦେଖାଇଲେ ଧୋନୀ, ଦଳ ପାଇଁ ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି


ଆଇପିଏଲ୍‌ର ସବୁଠାରୁ ସଫଳ ଟିମମାନଙ୍କ ମଧ୍ୟରୁ ଚେନ୍ନାଇ ସୁପର୍ କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ଟିମ୍ ପାଇଁ ଏକ ବଡ ଏବଂ ସାହସୀ ନିଷ୍ପତ୍ତି ନେଇଛନ୍ତି । ଧୋନୀଙ୍କ ଏହି ନିଷ୍ପତ୍ତି ପରେ ସବୁଆଡେ ତାଙ୍କର ପ୍ରଶଂସା ହେଉଛି । ଧୋନୀଙ୍କ ଟିମକୁ ଆଇପିଏଲ୍ ୨୦୨୦ରେ ସେପ୍ଟେମ୍ବର ୧୯ ତାରିଖରେ ଓପନିଂ ମ୍ୟାଚ୍ ବଦଳରେ ସେପ୍ଟେମ୍ବର ୨୩ ତାରିଖରେ ନିଜ ଅଭିଯାନର ଡେବ୍ୟୁ କରିବାକୁ ବିକଳ୍ପ ମିଳିଥିଲା । ଇନସାଇଡ ସ୍ପୋର୍ଟ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ଗଭର୍ଣ୍ଣିଙ୍ଗ କାଉନସିଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସିଏସକେକୁ ଆଇପିଏଲର ଚଳିତ ସିଜନର ପଞ୍ଚମ ମ୍ୟାଚ ଖେଳିବାକୁ ବିକଳ୍ପ ଦେଇଥିଲେ । ଯାହାଫଳରେ ସିଏସକେକୁ ପ୍ରସ୍ତୁତ ହେବାପାଇଁ ଅଧିକ ସମୟ ମିଳିପାରିବ । କିନ୍ତୁ ଧୋନୀ ଏହି ଅଫର ପାଇଁ ମନା କରିଦେଇଛନ୍ତି ।

ଧୋନୀ ଓପନିଂ ଦିନ ମୁମ୍ବାଇ ଇଂଡିଆନ୍ସ ବିପକ୍ଷରେ ସିଏସକେର ଅଭିଯାନ ଆରମ୍ଭ କରିବା ବିକଳ୍ପ ଚୟନ କରିଛନ୍ତି । ଖବର ଅନୁସାରେ ଆଇପିଏଲ ଗଭର୍ଣ୍ଣିଙ୍ଗ୍ କାଉନସିଲର ଜଣେ ସଦସ୍ୟ କହିଛନ୍ତି ଯେ, ସିଡ୍ୟୁଲ୍ ରିଲିଜ କରିବା ପୂର୍ବରୁ ସେ ସିଏସକେ ସହ କଥାବାର୍ତ୍ତା କରିଥିଲେ । ସିଏସକେର ପ୍ରଥମ ମ୍ୟାଚ ସିଡ୍ୟୁଲ କରିପାରିଥାନ୍ତେ କିନ୍ତୁ ସେ ଓପନିଂ ମ୍ୟାଚ୍ ଖେଳିବାକୁ ହିଁ ଚାହୁଁନଥିଲେ । କେବଳ ସେତିକି ନୁହେଁ ଧୋନୀ ଓ ସିଏସକେ ସେହି ସିଡ୍ୟୁଲର ବିକଳ୍ପ ଚୟନ କରିଛନ୍ତି ଯେଉଁଥିରେ ଲିଗ୍‌ର ପ୍ରଥମ ୬ ଦିନରେ ୩ଟି ମ୍ୟାଚ୍ ଖେଳିବାକୁ ଅଛି । ସିଏସକେ ଏକମାତ୍ର ଏ,ଇତି ଟିମ ଯିଏ ପ୍ରଥମ ସପ୍ତାହରେ ୩ଟି ମ୍ୟାଚ ଖେଳିବ । ପ୍ରଥମ ସପ୍ତାହରେ ସିଏସକେ-ମୁମ୍ବାଇ ଇଂଡିଆନ୍ସ, ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ । ତେବେ ଓପନିଂ ମ୍ୟାଚ ପୂର୍ବରୁ ସିଏସକେ ସବୁ ସମସ୍ୟାରୁ ବାହାରିଯିବ ବୋଲି ତାର ବିଶ୍ୱାସ ରହିଛି ।

ଗତ କିଛି ଦିନ ହେଲା ବିଭିନ୍ନ କାରଣକୁ ନେଇ ଚେନ୍ନାଇ ସୁପର କିଙ୍ଗସକୁ ନେଇ ଚର୍ଚ୍ଚା ହେଉଛି । ପ୍ରଥମେ କ୍ୟାମ୍ପରେ ୧୩ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ସୁରେଶ ରାଇନା ହଠାତ ଭାରତକୁ ଫେରି ଆସିଥିଲେ । ଏହାପରେ ହରଭଜନ ସିଂହ ମଧ୍ୟ ଆଇପିଏଲରୁ ହଟିଗଲେ । ଟିମ କରୋନାରୁ ସୁସ୍ଥ ହୋଇ ସାରିଛି କିନ୍ତୁ ରାଇନାଙ୍କ ଯୋଗୁଁ ଟିମରେ ସମସ୍ୟା ସୃଷ୍ଟି ହୋଇଛି । କୌଣସି ପାରିବାରିକ କାରଣ ଯୋଗୁଁ ସେ ଭାରତକୁ ଫେରି ଆସିଥିବା କୁହାଯାଉଛି ।


Share It

Comments are closed.