‘ଏଲଆଇସି’ର ଅଂଶ ବିକ୍ରି ଯୋଜନାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କଲେ ରାହୁଲ


କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ରମାଗତ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରି ଆସୁଛନ୍ତି। କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିବାରୁ ଓହରନ୍ତ ନାହିଁ। ସେ ଜିଡିପି, ଅର୍ଥବ୍ୟବସ୍ଥା ଓ କରୋନା ଭାଇରସକୁ ନେଇ ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଆଜି ପୁଣି ଥରେ ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ। ସେ କହିଛନ୍ତି ଏଲଆଇସିକୁ ବିକ୍ରି କରିବା ମୋଦି ସରକାରଙ୍କ ଆଉ ଏକ ଲଜ୍ଜ୍ୟାଜନକ ପ୍ରୟାସ। ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି, ‘ମୋଦି ଜୀ ସରକାରୀ କମ୍ପାନି ବେଚେ’ ଅଭିଯାନ ଚଲାଇଛନ୍ତି। ନିଜେ ସୃଷ୍ଟି କରିଥିବା ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ ଦେଶର ସମ୍ପତିକୁ ଅଳ୍ପ ଅଳ୍ପ କରି ବିକ୍ରି କରୁଛନ୍ତି। ଜନତାଙ୍କ ଭବିଷ୍ୟ ଓ ଭରସାକୁ ଭାଙ୍ଗି ଏଲଆଇସିକୁ ବିକିବା ମୋଦି ସରକାରଙ୍କ ଆଉ ଏକ ଲଜ୍ଜ୍ୟାଜନକ ପ୍ରୟାସ। ସେ ତାଙ୍କ ଟ୍ୱିଟସହ ଆଉ ଏକ ଖବରକୁ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କୁହାଯାଇଛି କେନ୍ଦ୍ରସରକାର ଏଲଆଇସିର ୨୫ ପ୍ରତିଶତ ଭାଗିଦାରୀକୁ ବିକ୍ରି କରିବେ।


Share It

Comments are closed.