ଆରପାରିରେ ଲୋକପ୍ରିୟ ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀ


ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୭୪ବର୍ଷ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କ ପରଲୋକ ହୋଇଛି। ତାଙ୍କ ପରଲୋକରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଆନ୍ଧ୍ରପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଜୟପ୍ରକାଶ ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏନ ଚନ୍ଦ୍ରବାବୁ ନାଇଡ଼ୁ ଲେଖିଛନ୍ତି ଯେ- ଜୟ ପ୍ରକାଶ ରେଡ୍ଡୀଙ୍କ ପରଲୋକରେ ତେଲୁଗୁ ସିନେମା ଏବଂ ଥିଏଟର ଆଜି ଜଣେ ଦିଗ୍ଗଜଙ୍କୁ ହରାଇଛି। ଦୀର୍ଘ ଦଶକରୁ ତାଙ୍କ ବହୁମୁଖୀ ପ୍ରଦର୍ଶନ ଆମକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛି। ଦୁଃଖର ସମୟରେ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପାଇଁ ତାଙ୍କ ମନ ଭରି ଆସିଛି। ଜୟ ପ୍ରକାଶ ରେଡ୍ଡୀ ଖଳନାୟକ ଏବଂ ହାସ୍ୟ ଅଭିନୟ ପାଇଁ ଜଣା ଯାଉଥିଲେ। ତାଙ୍କର ସବୁଠୁ ଲୋକପ୍ରିୟ ଫିଲ୍ମ ମଧ୍ୟରେ ସମରସିହ୍ମା ରେଡ୍ଡୀ, Preminchukundam Raa, ନରସିହ୍ମା ନାଇଡ଼ୁ, Nuvvostanante Nenoddantana,ଜୁଲାଇ,ରେଡି,କିକ୍,ଜୟମ୍ ମନଡେରା, Jamba Lakidi Pamba, ଅବୁନୁ ବଲ୍ଲିଦାରୁ ଇସ୍ତାପାଇରୁ,କବଡ୍ଡି କବଡ୍ଡି, Evadi Gola Vadidi ଏବଂ Kithakithalu ଆଦି ରହିଛି। ସେ ସିଲଭର ସ୍କ୍ରିନରେ ୪୦ବର୍ଷ ବୟସରେ ଡେବ୍ୟୁ କରିଥିଲେ। ୧୯୮୮ମସିହାରେ ଭେଙ୍କଟେଶଙ୍କ ଫିଲ୍ମ Brahma Puthrudu ରେ ସେ ସବ୍-ଇନସ୍ପେକ୍ଟର ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ବଡ଼ ବ୍ରେକ୍ ୧୦ବର୍ଷ ପରେ ୧୯୯୯ମସିହାରେ ନନ୍ଦାମୁରୀ ବାଳକୃଷ୍ଣଙ୍କ ଫିଲ୍ମ ସମରସିହ୍ମା ରେଡ୍ଡୀରୁ ମିଳିଥିଲା। ଜୟ ପ୍ରକାଶ ଶେ​‌ଷ ଥର ମହେଶ ବାବୁଙ୍କ ଅଭିନୀତ ଫିଲ୍ମ Sarileru Neekevvaruରେ ନଜର ଆସିଥିଲେ। ଏହି ଫିଲ୍ମ ଏବର୍ଷ ଜାନୁୟାରୀରେ ରିଲିଜ ହୋଇଥିଲା।


Share It

Comments are closed.