ଏୟାରଟେଲ ୱିଙ୍କ ମ୍ୟୁଜିକ ପକ୍ଷରୁ ୱିଙ୍କ୍ ଷ୍ଟୁଡିଓର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଏକ ନମ୍ବର ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ୍ ଆପ୍ ୱିଙ୍କ୍ ମ୍ୟୁଜିକ୍ ପକ୍ଷରୁ ଭାରତ ଓ ବିଦେଶରେ ରହୁଥିବା ସ୍ୱାଧୀନ କଳାକାରମାନଙ୍କ ପାଇଁ ଭାରତର ସର୍ବବୃହତ୍ ମ୍ୟୁଜିକ୍ ଡିଷ୍ଟ୍ରିବ୍ୟୁଶନ ଇକୋସିଷ୍ଟମ ୱିଙ୍କ୍ ଷ୍ଟୁଡିଓର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୁଡିଓ କଳାକାରମାନଙ୍କୁ ସେମାନଙ୍କର ସଙ୍ଗୀତକୁ ଲଂଚ କରିବା ପାଇଁ ସକ୍ଷମ କରିବ ଏବଂ ଏକାଧିକ ପ୍ଲାଟ୍‌ଫର୍ମରେ ନିଜ ସଙ୍ଗୀତ ମାଧ୍ୟମରେ ଅର୍ଥ ଉପାର୍ଜନ କରିବା ପାଇଁ ସେମାନଙ୍କ ସହ ସହଭାଗିତା କରିବ । ଏଥିସହିତ ଏହି ଷ୍ଟୁଡିଓ ଏୟାରଟେଲ୍‌ର ଡିଜିଟାଲ ପ୍ରଡକ୍ଟ ପୋର୍ଟଫୋଲିଓର ଏକ ଅଂଶ ହେବ ଯେଉଁଥିରେ ୱିଙ୍କ୍‌, ଏୟାରଟେଲ୍ ଏକ୍ସଟ୍ରିମ୍‌, ଏୟାରଟେଲ୍ ଆଡ୍‌ସ, ଏୟାରଟେଲ୍ ଆଇକ୍ୟୁ ଆଦି ସାମିଲ ରହିଛି । ଏହି ଷ୍ଟୁଡିଓ ଆସନ୍ତା ୧ ବର୍ଷ ମଧ୍ୟରେ ଏହାର ପ୍ଲାଟ୍‌ଫର୍ମରେ ୫୦୦୦ ସ୍ୱାଧୀନ କଳାକାରଙ୍କୁ ଲଂଚ କରିବା ପାଇଁ ଯୋଜନା ରଖିଛି । ଏହା ସଙ୍ଗୀତ ଶିଳ୍ପର ୩ଟି ସବୁଠାରୁ ବଡ ସମସ୍ୟା- ଆବିଷ୍କାର, ମନିଟାଇଜେଶନ ଓ ଆନିଲିଟିକ୍ସ ଦ୍ୱାରା କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଚିହ୍ନା ପ୍ରତିଭାମାନଙ୍କୁ ସାମ୍‌ନାକୁ ଆଣିବ, ଯାହା ମିଳିତ ଭାବେ ଭାରତୀୟ ସଙ୍ଗୀତ ଶିଳ୍ପରେ ସଫଳତା ଓ ବିଫଳତା ମଧ୍ୟରେ ପାର୍ଥକ୍ୟକୁ ନିର୍ଦ୍ଧାରଣ କରିବ । ଏକ ମାଧ୍ୟମ ଭାବେ ୱିଙ୍କ୍ ଷ୍ଟୁଡିଓ ସହିତ ଏବଂ ଏୟାରଟେଲ୍‌ର ଅତୁଳନୀୟ ପହଂଚ ସାହାଯ୍ୟରେ ସ୍ୱାଧୀନ କଳାକାରମାନଙ୍କ ପାଖରେ ନିଜ ସ୍ୱରକୁ ଦର୍ଶକଙ୍କ ନିକଟରେ ସିଧାସଳଖ ପହଂଚାଇବାର ଏକ ସୁଯୋଗ ରହିଛି ।

ଏହି ଲଂଚ୍ ଅବସରରେ ଏୟାରଟେଲ୍ ଡିଜିଟାଲର ସିଇଓ ଆଦର୍ଶ ନାୟର କହିଛନ୍ତି, “ୱିଙ୍କ୍ ଷ୍ଟୁଡିଓ ସହ ଆମେ ଏକ ପ୍ଲାଟ୍‌ଫର୍ମ ନିର୍ମାଣ କରୁଛୁ ଯାହା ଜଣେ ଉଦୀୟମାନ ଗୀତିକାରଙ୍କୁ ନିଜ ଆଗ୍ରହକୁ ଅନୁସରଣ କରିବା ଓ ତାହା ସଙ୍ଗେ ସଙ୍ଗେ ରୋଜଗାର ହାସଲ କରିବାକୁ ସକ୍ଷମ କରୁଛି । ଆମେ ବିଶ୍ୱବ୍ୟାପୀ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଏବଂ ଆସନ୍ତା ୧ ବର୍ଷରେ ପ୍ଲାଟ୍‌ଫର୍ମକୁ ୫୦୦୦ କଳାକାରଙ୍କୁ ବିସ୍ତାର କରିବା ପାଇଁ ଅପେକ୍ଷା କରିଛୁ ।’

ୱିଙ୍କ୍ ଏହାର ଆପ୍ଲିକେଶନରେ ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଆବିଷ୍କାରକୁ ସକ୍ଷମ କରିବା ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ନିବେଶ କରିଛି । ୱିଙ୍କ୍ ଷ୍ଟୁଡିଓର ଏହାର ପ୍ଲାଟ୍‌ଫର୍ମରେ ଭାରତ, ସିଙ୍ଗାପୁର ଓ ୟୁନାଇଟେଡ୍ ଷ୍ଟେଟ୍‌ସରୁ ୧୦୦ରୁ ଅଧିକ କଳାକାର ରହିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁନେର ନିଶବ୍ଦ ପଟ୍‌କି ଯିଏକି ପେସାରେ ଜଣେ ପ୍ରଫେସର କିନ୍ତୁ ସଙ୍ଗୀତକୁ ନିଜର କ୍ୟାରିୟର କରିବା ପାଇଁ ନିଜ ଚାକିରି ଛାଡିଛନ୍ତି । ମୁମ୍ବାଇର ପ୍ରତୀକ ଗାନ୍ଧୀ (୩୪ ମିଲିୟନ ଷ୍ଟ୍ରିମ୍‌), ବେଙ୍ଗାଲୁରୁର ଗଗନ ବାଦେରିଆ (୧୭ମିଲିୟନ ଷ୍ଟ୍ରିମ୍‌) ଓ ହାଇଦ୍ରାବାଦର ହର୍ଷା ପ୍ରୱିନ୍ (୨୦ମିଲିୟନ ଷ୍ଟ୍ରିମ୍‌) ଏବଂ ସ୍ମଲ୍ ଟାଉନ୍ ସେନ୍‌ସେଶନଙ୍କ ମଧ୍ୟରେ ହାଲ୍‌ଦୱାନିରୁ ଅଜୟ ନାଗରକୋଟି ଓ ଭାପିଆରେରୁ ଡି-ଶ’ଙ୍କ ଭଳି କିଛି କଳାକାରଙ୍କ ପାଖରେ ଲକ୍ଷ ଲକ୍ଷ ଷ୍ଟ୍ରିମ୍ ରହିଛି ।


Share It

Comments are closed.