ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟର ସ୍ୱିପର, ମାଳି, ଡ୍ରାଇଭରଙ୍କ ପିଲାମାନଙ୍କ ହାତରୁ ବାନ୍ଧିଲେ ରାକ୍ଷୀ


ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରକ୍ଷା ବନ୍ଧନ ପାଳନ କରିଛନ୍ତି ନରେନ୍ଦ୍ର ମୋଦି । ଛୋଟ ଛୋଟ ଶିଶୁଙ୍କ ଗହଣରେ ରହି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି ପିଏମ୍‌ ମୋଦି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ରେ କାର୍ଯ୍ୟରତ କର୍ମଚାରୀ ଯେପରିକି ସ୍ୱିପର , ବଗିଚାର ମାଳି, ଡ୍ରାଇଭରଙ୍କ ପିଲାମାନଙ୍କ ଠାରୁ ରାକ୍ଷୀ ବାନ୍ଧିଛନ୍ତି । ପିଏମଓ ପକ୍ଷରୁ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ଯେଉଁଥିରେ କୁନି କୁନି ଝିଅମାନେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି, ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହିତ କ୍ୟାପସନରେ ଲେଖିଛନ୍ତି ‘ୟଙ୍ଗଷ୍ଟରମାନଙ୍କ ସହିତ ସ୍ୱତନ୍ତ୍ର ରକ୍ଷା ବନ୍ଧନ’। ପ୍ରାୟ ୨୦ରୁ ୨୫ ଜଣ କୁନି ଶିଶୁମାନେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ କଥା ହେଉଛନ୍ତି । ଜଣେ ପରେ ଜଣେ ରାକ୍ଷୀ ବାନ୍ଧୁଛନ୍ତି । ଏହା ପରେ ସମସ୍ତେ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ସହିତ କିଛି କଥା ହେଉଥିବା ଦେଖିବାକୁ ମିଳୁଛି ।


Share It

Comments are closed.