ବଢ଼ିବ ଟାଟା ଲୁଣର ଦାମ୍


ଟାଟା ଲୁଣ ମହଙ୍ଗା ହେବାକୁ ଯାଉଛି । ବର୍ତ୍ତମାନ କିଲୋ ପିଛା ଟାଟା ଲୁଣ ଦାମ ୨୮ ଟଙ୍କା ରହିଛି । ବର୍ଦ୍ଧିତ ଦରବୃଦ୍ଧି ମଧ୍ୟରେ କମ୍ପାନିର ଲାଭ ପ୍ରଭାବିତ ହୋଇଛି, ଯେଉଁ କାରଣରୁ ଟାଟା କଞ୍ଜ୍ୟୁମର ପ୍ରଡ଼କ୍ଟ୍‌ସ ଦର ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି । ଏକ ନ୍ୟୁଜ୍‌ ଚ୍ୟାନେଲ ସହ ଆଲୋଚନା ବେଳେ କମ୍ପାନିର ଏମ୍‌ଡି ତଥା ସିଇଓ ସୁନିଲ ଡିସ୍ୟୁଜା ଏହି ସୂଚନା ଦେଇଛନ୍ତି । ତେବେ କେବେଠାରୁ ଦର ବଢ଼ିବ ଏ ନେଇ କୌଣସି ସୂଚନା ମିଳିନାହିଁ ।

ଡିସ୍ୟୁଜା କହିଛନ୍ତି ଯେ, ମାର୍ଜିନକୁ ଠିକ୍‌ ଭାବେ ବ୍ୟବସ୍ଥିତ କରିବା ପାଇଁ ଆମେ ଲୁଣ ଦାମ ବଢ଼ାଇବା ନେଇ କାର୍ଯ୍ୟ କରୁଛୁ । ଲୁଣ ଉପରେ ଲଗାତର ଭାବେ ଚାପ ରହିଛି । ଏଭଳି ସ୍ଥିତିରେ ଏହାର ଦର ବଢ଼ାଇବା ସୁନିଶ୍ଚିତ । ଟାଟା କଞ୍ଜ୍ୟୁମର ବୁଧବାର ଏହାର ପ୍ରଥମ ତ୍ରୟମାସିକ ଫଳାଫଳ ଘୋଷଣା କରିଛି । ଖାଦ୍ୟ ଏବଂ ପାନୀୟ ବ୍ୟବସାୟ ଭଲ ପ୍ରଦର୍ଶନ କରିଛି । ଚା’ ବ୍ୟବସାୟ ମଧ୍ୟ ଭଲ ରହିଛି । ଲୁଣ ବ୍ୟବସାୟ କମିଛି । ଜୁନ୍‌ ତ୍ରୟମାସରେ ଲାଭ ବାର୍ଷିକ ଆଧାରରେ ୩୮% ବଢ଼ି ୨୫୫ କୋଟି ଟଙ୍କା ରହିଛି, ଯାହାକି ଗତବର୍ଷ ସମାନ ସମୟରେ ୨୪୦ କୋଟି ଟଙ୍କା ଥିଲା।


Share It

Comments are closed.