ମହିଳା ଦିବସ ଅବସରରେ କେତେକ ପ୍ରେରଣାଦାୟୀ ମହିଳାଙ୍କ ସଂପର୍କରେ, ଜାଣନ୍ତୁ


୮ ମାର୍ଚ୍ଚରେ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଏ । ଏହି ଦିନଟି ମହିଳାଙ୍କୁ ସଶକ୍ତିକରଣ ଏବଂ ସମ୍ମାନ ପ୍ରଦାନ କରାଇବାର ପ୍ରତୀକ ଅଟେ । ଏହି ଅବସରରେ ଆମେ ଆପଣଙ୍କୁ ଦେଶର ଏଭଳି କିଛି ମହିଳାଙ୍କୁ ସଂପର୍କରେ କହିବୁ, ଯିଏକି ଅନେକ ବିଧାବିଘ୍ନ ଏବଂ ସମସ୍ୟାକୁ ମାତ ଦେଇ ନିଜ ନିଜର ଲକ୍ଷ୍ୟକୁ ହାସଲ କରିବା ସହ ସାରା ବିଶ୍ୱରେ ନିଜର ଲୋକପ୍ରିୟତା ବୃଦ୍ଧି କରିଛନ୍ତି । ତେବେ ଆମେ ଆପଣଙ୍କୁ ସେହି ମହିଳାଙ୍କ ସଂପର୍କରେ କିଛି କହିବୁ ଯିଏକି ସମସ୍ତଙ୍କ ପ୍ରେରଣାଦାୟୀ ଅଟନ୍ତି ।
ରଶ୍ମୀ ଶର୍ମା :

୮ ବର୍ଷ ପୂର୍ବରୁ ସ୍ୱାମୀଙ୍କ ସହ ଗୋଟିଏ ସୁଟକେସରେ କିଛି କପଡା ନେଇ ଗୁରଗ୍ରାମ ଆସିଥିବା ରଶ୍ମୀ ଶର୍ମାଙ୍କୁ ଆଜି କାହାକୁ ନିଜର ପରିଚୟ ଦେବାର ଆବଶ୍ୟକତା ନାହିଁ । ଦେଢ ବର୍ଷ ପୂର୍ବେ ଟଙ୍କା ଧାରା ନେଇ ଆରମ୍ଭ କରିଥିବା ବ୍ୟବସାୟକୁ ଆଜି ରଶ୍ମୀ କୋଟି କୋଟି ଟଙ୍କାର ସାମ୍ରାଜ୍ୟରେ ଆଣି ପହଞ୍ଚାଇଛନ୍ତି । ରଶ୍ମୀ ଜଣେ ଛୋଟ ବ୍ୟବସାୟୀରୁ ସେ ଆଜି ବିଶିଷ୍ଟ ଉଦ୍ୟୋଗୀ ହୋଇପାରିଛନ୍ତି । କେବଳ ଏତିକି ନୁହେଁ ଏହା ସହ ରଶ୍ମୀ, ୧୦୦ରୁ ଉର୍ଦ୍ଧ୍ୱ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି ।

ନିଆ ଶର୍ମା :

୮ ମାର୍ଚ୍ଚରେ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଏ । ଏହି ମଧ୍ୟରେ ଆମେ ଆପଣଙ୍କୁ ଦିଲ୍ଲୀରେ ସାମ୍ବାଦିକତା ପାଠ ପଢିଥିବା ତଥା ଅଭିନେତ୍ରୀ ନିଆ ଶର୍ମାଙ୍କ ସଂପର୍କରେ କିଛି କହିବୁ ଯିଏକି ୨୦୧୭ରେ ଦ୍ୱିତୀୟ ସେକ୍ସିଏଷ୍ଟ ଏସିଆନ ମହିଳା ଋପେ ସମ୍ମାନିତ ହୋଇଥିଲେ । ଏହା ଦ୍ୱାରା ସେ ଦୀପିକା, କ୍ୟାଟ୍ରିନା ଏବଂ ଆଲିଆଙ୍କୁ ପଛରେ ପକାଇ ଦେଇଥିବାବେଳେ ଅନ୍ୟପଟେ ପ୍ରଥମ ସ୍ଥାନରେ ରହିଥିଲେ ପ୍ରିୟଙ୍କା ଚୋପ୍ରା । ସେ ଅନେକ ଧାରାବାହିକରେ ନିଜ ଜଲୱା ଦେଖାଇ ସାରିଥିବାବେଳେ ଚଳିତ ବର୍ଷ ସେ ଏସିଆର ୫୦ ସେକ୍ସିଏଷ୍ଟ ଏସିଆନ ଓମେନ ମଧ୍ୟ ସ୍ଥାନ ମଧ୍ୟ ପାଇଛନ୍ତି ।

ସ୍ମୃତି ଇରାନୀ :

ରାଜନୀତିରେ ପାଦ ଦେବା ପୂର୍ବରୁ ସ୍ମୃତି ଜଣେ ଟେଲି ଅଭିନେତ୍ରୀ ଥିଲେ ଏହା ସମସ୍ତଙ୍କୁ ଜଣା । କେବଳ ଏତିକି ନୁହେଁ ସେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଋପେ ଦାୟିତ୍ୱ ମଧ୍ୟ ତୁଲାଉଥିବାବେଳେ କିନ୍ତୁ ଅଳ୍ପ କେତେକ ତାଙ୍କର ଏହି ଯାତ୍ରା ସଂପର୍କରେ ଜାଣିଛନ୍ତି । ପ୍ରକାଶ ଥାଉକି, ସେ ପ୍ରଥମେ ମ୍ୟାକ୍‌ଡୋନଲ୍ଡସରେ ୱେଟର ଋପେ କାର୍ଯ୍ୟରତ ଥିଲେ । ସ୍ମୃତିଙ୍କ ଭବିଷ୍ୟ ଅନ୍ଦକାରମୟ ବୋଲି ବାଲ୍ୟକାଳରେ ଜଣେ ଜ୍ୟୋତିଷ ତାଙ୍କ କହିଥିଲେ । ଏହା ଶୁଣି ତାଙ୍କ ମନରେ ଜିଦ ଥିଲା ଯେ, କିଛି କରି ଦେଖାଇବା ପାଇଁ । ପ୍ରଶାସନିକ ଅଧିକାରୀ କିମ୍ବା ଜଣେ ସାମ୍ବାଦିକ ହେବାର ତାଙ୍କ ଉଚ୍ଛା ଥିଲା । ଏହା ପରେ ସେ କିଛି ବଡ କରିବା ଚିନ୍ତାରେ ନିଜ ଘର ଛାଡି ମୁମ୍ବାଇ ଚାଲି ଆସିଥିଲେ । କେବଳ ଏତିକି ନୁହେଁ ସେ ମିସ ଇଣ୍ଡିଆ କଣ୍ଟେଷ୍ଟରେ ମଧ୍ୟ ଭାଗ ନେଇଥିଲେ କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ନିରାସ ହେବାକୁ ପଡିଥିଲା । ଏହା ପରେ ସେ ଟିଭି ସିରିୟଲରେ ଇଣ୍ଟରଭିୟୁ ଦେବା ଆରମ୍ଭ କରିଥିଲେ ମଧ୍ୟ ସେଠାରେ ମଧ୍ୟ ଅସଫଳ ରହିଥିଲେ ।
ଦୀର୍ଘ ଦିନ ପରେ ତାଙ୍କୁ ଏକ ବଡ ଅଫର ମିଳିଥିଲା । ସ୍ମୃତି ସେହି ସମୟରେ ପ୍ରଡ୍ୟୁସର ଶୋଭା କପୁରଙ୍କ ନଜରରେ ଆସିଥିଲେ । ଯେଉଁଥିରେ ତାଙ୍କୁ ‘କିୟୁଁକି ସାସ ବି କିଭି ବହୁ ଥି’ ସିରିୟଲରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ।


Share It

Comments are closed.