ମହିଳା ଦିବସ ପାଳନ ପଛରେ କ’ଣ ରହିଛି ଇତିହାସ, ଜାଣନ୍ତୁ


୮ ମାର୍ଚ୍ଚରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସାରା ବିଶ୍ୱର ମହିଳା ଦେଶ, ଜାତିବାଦ, ଭାଷା, ରାଜନୀତି ଏବଂ ସାଂସ୍କୃତିକ ଭେଦଭାବ ଠାରୁ ଉର୍ଦ୍ଧ୍ୱରେ ରହି ମିଳିତ ଭାବେ ଏହି ଦିବସକୁ ପାଳନ କରିଥାନ୍ତି । ଏହା ସହ ମହିଳାଙ୍କୁ ସମ୍ମାନ ଦେବା ପାଇଁ ଆନ୍ତର୍ଜାତିକ ମହିଳା ଦିବସକୁ ପୁରୁଷମାନେ ମଧ୍ୟ ପାଳନ କରିଥାନ୍ତି ।
ଇତିହାସ ଅନୁଯ।।ୟୀ, ସମାନତାଅଧିକାର ପାଇଁ ଏହି ଲଢେଇ ସାଧାରଣ ମହିଳାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଫ୍ରାନ୍ସ ଆନ୍ଦୋଳନ ସମୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଦାବୀ କରୁଥିବା ପ୍ରାଚୀନ ଗ୍ରୀସର ‘ଲିସିଟ୍ରାଟା’ ନାମକ ଜଣେ ମହିଳା ଏହି ଆନ୍ଦୋଳନର ପ୍ରାରମ୍ଭ କରିଥିଲେ । ସେହିଭଳି ଫାର୍ସୀ ମହିଳାଙ୍କ ସଂଗଠନ ବର୍ସିଲିସରେ ଏହି ଦିନ ଏକ ଶୋଭାଯାତ୍ରା ବାହାର କରିଥିବାବେଳେ, ଯୁଦ୍ଧ ସମୟରେ ମହିଳା ଉପରେ ବଢୁଥିବା ଅତ୍ୟାଚାରକୁ ବିରୋଧ କରିବା ଏହାରୁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
୧୯୦୯ ମସିହା ସୋସିଆଲିଷ୍ଟ ପାର୍ଟି ଅଫ ଅମେରିକା ପକ୍ଷରୁ ସାରା ଆମେରିକାରେ ୨୮ ଫେବୃଆରୀକୁ ମହିଳା ଦିବସ ଋପେ ପାଳନ କରାଯାଇଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ ପକ୍ଷରୁ କୋପନହେଗନ ଠାରେ ମହିଳା ଦିବସର ସ୍ଥାପନା କରାଯାଇଥିବାବେଳେ ୧୯୧୧ ମସିହାରେ ଅଷ୍ଟ୍ରେିଆ, ଡେନମାର୍କ, ଜର୍ମାନ ଏବଂ ସୁଜରଲାଣ୍ଡରେ ଲକ୍ଷାଧିକ ମହିଳାଙ୍କ ଦ୍ୱାରା ଏକ ଶୋଭାଯାତ୍ରା ମଧ୍ୟ ବାହାର କରାଯାଇଥିଲା । ମତାଧିକାର, ସରକାରୀ କାର୍ଯ୍ୟାଳୟରେ ସଂରକ୍ଷଣ, ନିଯୁକ୍ତି କ୍ଷେତ୍ରରେ ଭେଦଭାବ ଅନ୍ତ କରିବାର ଦାବୀ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ୧୯୧୩-୧୪ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଋଷ ମହିଳାଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଶାନ୍ତି ସ୍ଥାପନା ଲାଗି ଫେବୃଆରୀ ମାସର ଶେଷ ରବିବାର ଦିନ ମହିଳା ଦିବସ ଋପେ ପାଳନ କରାଯାଇଥିଲା ।
ୟୁରୋପରେ ମଧ୍ୟ ଯୁଦ୍ଧକୁ ବିରୋଧ କରି ବିକ୍ଷୋପ ପ୍ରଦର୍ଶନ କରାଯାଇଥିଲା । ୧୯୧୭ ପର୍ଯ୍ୟନ୍ତ ବିଶ୍ୱଯୁଦ୍ଧରେ ଋଷର ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ସୈନ୍ୟ ମୃତ୍ୟୁ ବରଣ କରିଥିଲେ । ସେଥିପାଇଁ ଋଷ ମହିଳା, ପୁଣିଥରେ ରୁଟି ଏବଂ ଶାନ୍ତି ଲାଗି ଯୁଦ୍ଧ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଋଷରେ ରାଜନେତା ମହିଳାଙ୍କ ଏହି ଆନ୍ଦୋଳନକୁ ବିରୋଧ କରୁଥିବାବେଳେ କିନ୍ତୁ ମହିଳାମାନେ ଏହାକୁ ଭୃକ୍ଷେପ ନକରି ନିଜ ଆନ୍ଦୋଳନ ଜାରି ରଖିଥିଲେ, ଯାହାଫଳରେ ଋଷର ସମ୍ରାଟଙ୍କୁ ନିଜ ଗାଦି ଛାଡିବାକୁ ପଡିଥିଲା ଏବଂ ମହିଳାଙ୍କୁ ମତାଧିକାର ଅଧିକାର ମିଳିଥିଲା ।
ମହିଳା ଦିବସ ବର୍ତ୍ତମାନ ସମସ୍ତ ବିକଶିତ ଏବଂ ବିକାଶଶୀଳ ଦେଶମାନଙ୍କରେ ପାଳନ କରାଯାଉଛି । କ୍ଷମତା, ସାମାଜିକ, ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ମହିଳାଙ୍କୁ ବିକଶିତ କରାଇବା ପାଇଁ ଏହି ଦିନଟି ମହିଳାଙ୍କ ଲାଗି ସ୍ମରଣୀୟ ଅଟେ ।


Share It

Comments are closed.