ଟି-୨୦ ବିଶ୍ୱକପ ପୂର୍ବରୁ ନିଜ ଦଳକୁ ଫେରିପାରନ୍ତି ଡିଭିଲିୟର୍ସ


ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ଏ.ବି ଡିଭିଲିୟର୍ସ ଟି-୨୦ ଆନ୍ତର୍ଜାତିକ କ୍ରିକେଟ ଦଳକୁ ପୁଣିଥରେ ଫେରି ପାରନ୍ତି । ଡିଭିଲିୟର୍ସ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇ ସାରିଥିବାବେଳେ କିନ୍ତୁ ଟି-୨୦ ଆନ୍ତର୍ଜାତିକ କ୍ରିକେଟରେ ଦଳକୁ ପୁଣିଥରେ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ଡିଭିଲିୟର୍ସ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପରେ ନିଜ ଦଳ ସାଉଥ ଆଫ୍ରିକାର ଅଂଶ ମଧ୍ୟ ହୋଇପାରନ୍ତି । ମୁଖ୍ୟ କୋଚ ମାର୍କ ବାଉଚର ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜରେ ସାମିଲ ହେବା ପାଇଁ ତାଙ୍କୁ ୧ ଜୁନର ଡେଡଲାଇନ ଦେଇଛନ୍ତି ।
୩୬ ବର୍ଷିୟ ଡିଭିଲିୟର୍ସ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି-୨୦ ଆନ୍ତର୍ଜାତିକ ସିରିଜରେ ଦଳର ଅଂଶ ହୋଇନଥିଲେ ମଧ୍ୟ ଡିଭିଲିୟର୍ସଙ୍କ ସମେତ ଇମ୍ରାନ ତାହିର, କ୍ରିସ ମୋରିସଙ୍କୁ ମଧ୍ୟ ଡେଡଲାଇନ ଦିଆଯାଇଛି । ଏହି ଅବସରରେ ବାଉଚର କହିଛନ୍ତି ଯେ, “ଆଇପିଏଲ ଆସୁଛି ସେଥିପାଇଁ ଆମେ ଏହି ଖେଳାଳୀମାନଙ୍କୁ ଯିବାକୁ ସୁଯୋଗ ଦେଉଛୁ । ଆମେ ସେମାନଙ୍କୁ କହିଛୁ ଯେ, ଆଇପିଏଲରେ ଖେଳ ଏବଂ ଖେଳ ପରେ ନିଜ ଦଳ ପାଇଁ ଉପସ୍ଥିତ ରୁହ । ”
ପ୍ରକାଶ ଥାଉକି, ଗତ ବର୍ଷ ଡିଭିଲିୟର୍ସ କହିଥିଲେ କି ଟି-୨୦ ଆନ୍ତର୍ଜାତିକ କ୍ରିକେଟରୁ ତାଙ୍କ ସନ୍ୟାସ ନିଷ୍ପତି ଉପରେ ସେ ପୁନଃ ବିଚାର କରିବେ ।


Share It

Comments are closed.