ଦେହର ଦୁର୍ଗନ୍ଧ ଦୂର କରିବ ରୋଷେଇ ଘରେ ଥିବା ଏହିସବୁ ଜିନିଷ


ଶରୀରରୁ ଝାଳ ନିର୍ଗତ ହେବା ଏକ ପ୍ରାକୃତିକ ପ୍ରକିୟା । ଶରୀରରୁ ଝାଳ ବାହାରିବା ମଧ୍ୟ ଭଲ । କିନ୍ତୁ ଏଥିରେ ଅସୁବିଧା ହୋଇଥାଏ ଯେବେ ଝାଳରେ ଥିବା ଜୀବାଣୁ ଦେହରେ ଦୁର୍ଗନ୍ଧ ସୃଷ୍ଟି କରିଥାଏ । ଏହି ଦୁର୍ଗନ୍ଧ ଦୂର କରିବାର ସଠିକ ଉପାୟ ରୋଷେଇ ଘରେ ରହିଛି । ଆପଣ ରୋଷେଇ ଘରେ ଉପଲବ୍ଧ ହେଉଥିବା କିଛି ଉପକରଣ ବ୍ୟବହାର କରି ଶରୀରରୁ ଝାଳର ଦୁର୍ଗନ୍ଧ ଦୂର କରିପାରିବେ ଏବଂ ଏହା ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ଦିନ ସତେଜତା ପ୍ରଦାନ କରିବ ।

୧. ଲେମ୍ବୁ ଲେମ୍ବୁ ରୋଷେଇ ଘରେ ସହଜରେ ଉପଲବ୍ଧ ହୋଇଥାଏ । ଏହା ତ୍ୱଚାର ପିଏଚ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁର ବୃଦ୍ଧି ରୋକିଥାଏ । ଗୋଟିଏ ଲେମ୍ବୁକୁ ଅଧା କାଟି ହାକୁ କାଖ ସନ୍ଧି ରେ ଘଷନ୍ତୁ ଏବଂ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆହୁରିମଧ୍ୟ, ଲେମ୍ବୁ ଏବଂ ଲୁଣକୁ ମିଶାଇ କାଖରେ ଘଷନ୍ତୁ ଏବଂ ୧୦ମିନିଟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱାରା ଦେହରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ମରିବା ସହିତ ଦିନଭରି ସୁଗନ୍ଧ ପ୍ରଦାନ କରିଥାଏ ।

୨. ବେକିଙ୍ଗ ସୋଢା – ବେକିଙ୍ଗ ସୋଢା ଶରୀରର ଝାଳକୁ ଶେଷି ତ୍ୱଚାର ପିଏଚ ନିୟନ୍ତ୍ରଣ କରିଥାଏ ଏବଂ ବ୍ୟାକ୍ଟେରିଆର ସୃଷ୍ଟିକୁ କମ କରିଥାଏ । ଜଣ ଜଣଙ୍କ ଶରୀରରେ ନଖ ସନ୍ଧି, କାଖ, ହାତ ପାପୁଲିରୁ ଝାଳ ବାହାରି ଥାଏ । ଶରୀରରେ ବେକିଙ୍ଗ ସୋଢାକୁ ଆପଣ ପାଉଡର ପରି ମଧ୍ୟ ବ୍ୟବହାର କରିପାରିବେ । ପାଦରୁ ଝାଳ ବାହାରୁଥିଲେ ଆପଣଙ୍କ ମୋଜା କିମ୍ବା ଜୋତାରେ ମଧ୍ୟ ବେକିଙ୍ଗ ପାଉଡର ପକାଇ ଦିଅନ୍ତୁ । ବେକିଙ୍ଗ ସୋଢା ଏବଂ ଲେମ୍ବୁ ରସକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଶରୀରର ବିଭିନ୍ନ ଅଂଶରେ ଲଗାନ୍ତୁ ଏବଂ ୫ମିନିଟ ପରେ ଧୋଇଦିଅନ୍ତୁ ।

୩. ଚାହାଚାହାରେ ଥିବା ଟ୍ୟାନିସ ତ୍ୱଚାକୁ ଶୁଷ୍କ ରଖିବା ସହିତ ଝାଳର ସୃଷ୍ଟିକୁ ରୋକିଥାଏ ଏବଂ ଗୁର୍ଗନ୍ଧ କମ କରିଥାଏ । ଏକ ପାତ୍ରରେ ପାଣି ଗରମ କରନ୍ତୁ ଏବଂ ସେଥିରେ କିଛି ଗ୍ରିନ ଟି ପତ୍ରକୁ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ଥଣ୍ଡା କରି ଝାଳ ହେଉଥିବା ସ୍ଥାନରେ ଲଗାନ୍ତୁ । କିମ୍ବା ଏକ ଲିଟର ପାଣିରେ ଦୁଇଟି ଗ୍ରିନ ଟି ବ୍ୟାଗ ପକାଇ ଫୁଟାନ୍ତୁ ଏବଂ ଥଣ୍ଡା କରି ଏହି ଜଳକୁ ଗାଧେଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ ।

୪. ଭିନେଗାର – ଉଭୟ ହ୍ୱାଇଟ ଭିନେଗାର ଏବଂ ଆପଲ ସାଇଜର ଭିନେଗାର ଶରୀରର ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରିଥାଏ । ଭିନେଗାରକୁ ଏକ ତୂଳାରେ ନେଇ ଝାଳ ବାହାରୁ ଥିବା ସ୍ଥାନରେ ଲଗାନ୍ତୁ ଏବଂ ୧୦ରୁ ୧୫ମିନିଟ ପରେ ଧାଇଦିଅନ୍ତୁ । ଗୋଟିଏ କପ ପାଣିରେ ଗୋଲାପ ଜଳ, ଗୋଲମରିଚ ଗୁଣ୍ଡ, କିଛି ଡ୍ରପର ଭିନେଗାର କିଛି ବାସ୍ନା ରେଜମେରି ତେଲ ମିଶାଇ ସ୍ପ୍ରେ ବୋତଲରେ ରଖନ୍ତୁ । ଏବଂ ଏହାକୁ ଆପଣ ଡିଓଡ୍ରାଣ୍ଟ ରୂପେ ବ୍ୟବହାର କରିପାରିବେ ।

୫. ଟମାଟର ଟମାଟର ମଧ୍ୟ ଶରୀରର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟକାରୀ । ଟମାଟର ପେଷ୍ଟ କରି କାଖ ଏବଂ ଝାଳ ବାହାରୁଥିବା ସ୍ଥାନରେ ଏହି ପେଷ୍ଟକୁ ଲଗାନ୍ତୁ ଏବଂ ୧୦ରୁ ୧୫ମିନିଟ ମଧ୍ୟରେ ଧୋଇଦିଅନ୍ତୁ । ଏହା ଦ୍ୱାରା ଶରୀରର ଦୁର୍ଗନ୍ଧ କମ ହୋଇଥାଏ ଏବଂ ଦିନଭରି ସତେଜ ଅନୁଭୂତି ପ୍ରଦାନ କରିଥାଏ । ଆପଣ ଆପଣଙ୍କ ଗାଧୁଆ ପାଣିରେ ମଧ୍ୟ ଦୁଇଟି ଟମାଟର ଜୁସ ବ୍ୟବହାର କରିପାରିବେ କିମ୍ବା ଦୁଇଟି ଟମାଟର ୨୦ରୁ ୫ ମିନିଟ ପର୍ଯ୍ୟନ୍ତ ଗାଧୁଆ ପାଣିରେ ବୁଡାଇ ରଖି ପରେ ସେହି ପାଣିରେ ଗାଧେଇ ପାରିବେ ।


Share It

Comments are closed.