୧୦୦ ଦିନ ପର୍ଯ୍ୟନ୍ତ ଶୋଇବାର ଚାକିରି, ବିଜେତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା


ଆମେରିକା ସ୍ପେଶ ଏଜେନ୍ସି ନାସା ସ୍ପେଶ ଷ୍ଟଡି ଅନୁଯାୟୀ ୨ ମାସ ପର୍ଯ୍ୟନ୍ତ ଶୋଇବା ପାଇଁ ବ୍ୟକ୍ତିଙ୍କୁ ୧୪ ଲକ୍ଷ ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଉଥିବାବେଳେ ଠିକ ଏଭଳି କିଛି ଯୋଜନା ଭାରତର କର୍ଣ୍ଣାଟକରେ ଆରମ୍ଭ ହେବାକୁ ଯାଉଛି । କର୍ଣ୍ଣାଟକ ବେଙ୍ଗାଲୁରୁସ୍ଥିତ ଅନଲାଇନ ଫର୍ମ ୱିକଫିଟ ପକ୍ଷରୁ କୁହାଯାଇଛି ଯେ, ୧୦୦ ଦିନ ପର୍ଯ୍ୟନ୍ତ ରାତିରେ ଦୈନିକ ୯ ଘଣ୍ଟା ଶୋଉଥିବା ବ୍ୟକ୍ତିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଅନଲାଇନ ସ୍ଲିପ ସଲ୍ୟୁସନ ଫର୍ମ ପକ୍ଷରୁ ନିଜର ଏହି ପୋଗ୍ରାମକୁ ୱିକଫିଟ ସ୍ଲିପ ଇଣ୍ଟରନସିପ ନାମ ଦିଆଯାଇଛି । ଏଥିରେ ଚୟନ କରାଯାଇ ଥିବା ପ୍ରାର୍ଥୀଙ୍କୁ ୧୦୦ ଦିନ ପର୍ଯ୍ୟନ୍ତ ରାତ୍ରିରେ ୯ ଘଣ୍ଟା ପର୍ଯ୍ୟନ୍ତ ଶୋଇବାକୁ ପଡିବ ।
ଚୟନ କରାଯାଇଥିବା ପ୍ରାର୍ଥୀ କମ୍ପାନୀ ପକ୍ଷରୁ ବଛାଯାଇଥିବା ଗଦୀରେ ଶୋଇବାକୁ ପଡିବ । ଏହା ସହ ପ୍ରାର୍ଥୀଙ୍କୁ ସ୍ଲିପ ଟ୍ରାକର ଏବଂ ବିଶେଷଜ୍ଞଙ୍କ ସହ କାଉସିଲିଙ୍ଗ ସେସନରେ ଭାଗ ନେବାକୁ ପଡିବ । ଏଥିପାଇଁ ଯେଉଁ ବ୍ୟକ୍ତି ଏହି ଇଣ୍ଟରନସିପ କାର୍ଯ୍ୟକ୍ରମରେ ସର୍ଟଲିଷ୍ଟ ହେବେ ତାଙ୍କୁ କମ୍ପାନୀକୁ ନିଜର ଏକ ଭିଡିଓ ପଠାଇବାକୁ ପଡିବ, ଯେଉଁଥିରେ ତାଙ୍କୁ ଶୋଇବାକୁ କେତେ ଭଲ ଲାଗେ ତାହା ସଂପର୍କରେ କହିବାକୁ ପଡିବ ।
ଏହି ପ୍ରକ୍ରିୟାରେ ସ୍ଲିପ ଟ୍ରାକରର ବି ବ୍ୟବହାର କରାଯିବ ଯାହାକି ଇଣ୍ଟରନସିପ ପାଇଁ ଦିଆଯାଇଥିବା ଗଦୀରେ ଶୋଇବା ପୂର୍ବରୁ ଏବଂ ଶୋଇବା ପରର ପ୍ୟାଟର୍ନ ରେକର୍ଡ କରିବ । ବିଜେତାଙ୍କୁ ସ୍ଲିପ ଟ୍ରାକର ମଧ୍ୟ ଦିଆ ଯିବ ।ା
ଯଦି ଆପଣ ବି ଏହି ଇଣ୍ଟରନସିପ କରିବାକୁ ଚାହୁଛନ୍ତି ତେବେ ଏହି https://www.wakefit.co/sleepintern/ୱେବସାଇଟ ଯାଇ ଅପଲୋଡ କରିବାକୁ ପଡିବ ।


Share It

Comments are closed.