ମହେଶ ଭଟ୍ଟ, ଜିୟା ଖାନଙ୍କୁ ଆଲିଙ୍ଗନ କରିଥିବାର ଭିଡିଓ ହେଉଛି ଭାଇରାଲ , ଦେଖନ୍ତୁ ଭିଡିଓ


ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ନାମ ଖୁବ ଚର୍ଚ୍ଚାରେ ରହିଛି । ଏହି ସବୁ ମଧ୍ୟରୁ ମହେଶ ଭଟ୍ଟ ଏବଂ ଦିବଙ୍ଗତ ଅଭିନେତ୍ରୀ ଜିୟା ଖାନଙ୍କ ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମହେଶ ଭଟ୍ଟ, ଜିୟା ଖାନଙ୍କୁ କୁଣ୍ଡାଇ ଧରିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଭିଡିଓରେ ଭଏସ କ୍ଲିୟର ଆସୁ ନାହିଁ । ଏହା ସହ ଏହି ଭିଡିଓଟି କେବେ କାର ତାହା ଜଣା ପଡିଯାଇଛି । ଏହି ଭିଡିଓଟି ଭାଇରାଲ ହେବା ପରେ ବର୍ତ୍ତମାନ ୟୁଜର୍ସ ମହେଶଙ୍କ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି ।


କିଛି ଦିନ ତଳେ ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଚ୍ୟାଟିଙ୍ଗ ଲୁକ ସାମନାକୁ ଆସିଥିଲା । ସୁଶାନ୍ତଙ୍କ ମୃତ୍ୟୁଦିନ ରିୟା ଏବଂ ମହେଶଙ୍କ ମଧ୍ୟରେ ବାର୍ତ୍ତାଳୋପ ହୋଇଥିଲା । ରିୟା, ମହେଶଙ୍କୁ ମର୍ନିଙ୍ଗ କୋଟ୍ସ ପଠାଇବା ପରେ ସେ ତାଙ୍କୁ ରିପ୍ଲେ କରିଥିଲେ । ରିୟା କହିଥିଲେ, ‘ଲଭ ୟୁ ସାର, ମୋ ଏଞ୍ଜେଲ’ । ପୁଣି ୧୪ ଡିସେମ୍ବର ୨.୩୫ରେ ମହେଶ, ରିୟାଙ୍କୁ ରିପ୍ଲେ କରିଥିଲେ ଏବଂ କହିଥିଲେ ତାଙ୍କୁ ଫୋନ କରିବା ପାଇଁ । ପ୍ରକାଶ ଥାଉକି, ଏହି ସମୟ ମଧ୍ୟରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଜଣାପଡି ଯାଇଥିଲା । ଏହା ପରେ ଅପରାହ୍ନ ୪.୦୧ ଏବଂ ୫.୧୩ରେ ମହେଶ ରିୟାଙ୍କୁ କଲ କରିଥିଲେ କିନ୍ତୁ ଅଭିନେତ୍ରୀ ତାଙ୍କ ଫୋନ ଉଠାଇନଥିଲେ ।


Share It

Comments are closed.