କ୍ରିକେଟପ୍ରେମୀଙ୍କ ପାଇଁ ଦୁଃଖର ଦିନ, ଧୋନୀ ପରେ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ରାଇନା


ଆନ୍ତର୍ଜାତିକ କ୍ରିକେଟରୁ ଭାରତୀ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସନ୍ୟାସ ନେଇଥିବା ସଂପର୍କରେ ଘୋଷଣା କରିବାର କିଛି ସମୟ ପରେ ସୁରେଶ ରାଇନା ମଧ୍ୟ ନିଜ ଅବସର ସଂପର୍କରେ ଘୋଷଣା କରିଛନ୍ତି ।

 

ଧୋନୀଙ୍କ ଭଳି ରାଇନା ମଧ୍ୟ ଇନଷ୍ଟାଗ୍ରାମରେ ଏ ସଂପର୍କରେ ସୂଚନା ଦେଇ ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମରେ ରାଇନା ଧୋନୀଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, “ଆପଣଙ୍କ ସହ ଖେଳିବା ଏହ ବହୁତ ସୁନ୍ଦର ଅନୁଭୂତି ଥିଲା । ମୁଁ ଗର୍ବର ସହ ଆପଣଙ୍କ ଏହି ଯାତ୍ରାର ସହଯୋଗୀ ହେବାକୁ ଯାଉଛି । ଧନ୍ୟବାଦ ଇଣ୍ଡିଆ । ଜୟ ହିନ୍ଦ ! ” ଧୋନୀଙ୍କ ସନ୍ୟାସ ଯାତ୍ରାରେ ରାଇନା ସାଥୀ ହେଲେ । ପ୍ରକାଶ ଥାଉକି, ଧୋନୀ ଶନିବାର ସନ୍ଧ୍ୟା ୭ଟାରେ ନିଜର ସନ୍ୟାସ ସଂପର୍କରେ ଘୋଷଣା କରିଥିଲେ । ଧୋନଙ୍କ ଘୋଷଣାର କିଛି ସମୟ ପରେ ରାଇନା ମଧ୍ୟ ନିଜ ଅବସର ସଂପର୍କରେ ସୂଚନା ଦେଇଛନ୍ତି ।


Share It

Comments are closed.