ଆଜି ଦ୍ୱିତୀୟ ଦିନିକିଆ, ସିରିଜ ବିଜୟ ଲକ୍ଷ୍ୟରେ ଭାରତ


ଆଜି ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ । ଉଭୟ ଦଳ ପାଇଁ ଅଭ୍ୟାସ ସମୟ ନାହିଁ । ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଦଳର ନଜର ଦ୍ୱିତୀୟ ମ୍ୟାଚ୍‌ ଉପରେ । ଆଜି ବିଜୟ ସହ ଶିଖର ଧାୱନଙ୍କ ଦଳ ସିରିଜ ହାତେଇବାକୁ ପ୍ରୟାସ କରିବ ।

ଅନ୍ୟ ପଟରେ ଦେଖିବାକୁ ଗଲେ ଆଜି ଘରୋଇ ଦଳ ପାଇଁ ମ୍ୟାଚ୍‌ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବାକୁ ହେଲେ ବିଜୟ ନିହାତି ଜରୁରୀ। ଶ୍ରୀଲଙ୍କାକୁ ସବୁ ବିଭାଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଭାରତର ବ୍ୟାଟିଂ ବିଭାଗ ସୁଦୃଢ । ତେଣୁ ପ୍ରଥମେ ବ୍ୟାଟିଂ କଲେ ବିଶାଳ ସ୍କୋର କରିବାକୁ ପଡ଼ିବ । ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌ ବ୍ୟାଟିଂ ଉପଯୋଗୀ ହୋଇଥିବାରୁ ଅତି କମ୍‌ରେ ୩୦୦ ରନ୍‌ କରିବା ଜରୁରୀ । ଘରୋଇ ବ୍ୟାଟ୍ସମ୍ୟାନମାନଙ୍କୁ ସାହସିକ ପ୍ରଦର୍ଶନ କରିବାକୁ ପଡ଼ିବ । ବୋଲିଂ ବିଭାଗରେରେ ପରିବର୍ତ୍ତନ ଆବଶ୍ୟକ । ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିବା ଇସୁରୁ ଉଦାନାଙ୍କ ସ୍ଥାନରେ ଲାହିରୁ କୁମାରା କିମ୍ବା କାସୁନ ରଜିଥାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି।

ଶ୍ରୀଲଙ୍କା: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଭାନୁକା ରାଜାପାକ୍ସା, ଧନଞ୍ଜୟ ଡି ସିଲଭା, ଚରିଥ ଆସାଲାଙ୍କା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହାସାରାଙ୍ଗାଳ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲକସନ ସନ୍ଦକନ, ଲାହିରୁ କୁମାରା ।

ଭାରତ: ପୃଥ୍ୱୀ ଶ’ ଶୀଖର ଧାୱନ (ଅଧିନାୟକ), ଇଶାନ କିଷନ, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ ।


Share It

Comments are closed.