ଅଶ୍ଲୀଳ ଫିଲ୍ମ ତିଆରି କରିବା ଅଭିଯୋଗରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ


ପର୍ଣ୍ଣ ବା ଅଶ୍ଲୀଳ ସିନେମା ତିଆରି କରିବା ଅଭିଯୋଗରେ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି । ମୁମ୍ବାଇର କ୍ରାଇମ୍‌ ବ୍ରାଞ୍ଚ୍‌ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି । ରାଜ କୁନ୍ଦ୍ରା ମଧ୍ୟ ଜଣା ଶୁଣା ଉଦ୍ୟୋଗପତି । ରାଜ କୁନ୍ଦ୍ରା ଅଶ୍ଲୀଳ ସିନେମା ତିଆରି କରୁଥିବା ଏବଂ କିଛି ଆପସ୍‌ରେ ତାକୁ ଦେଖାଉଥିବା ଅଭିଯୋଗ ହୋଇଛି ।

୨୦୨୧ରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ଅଶ୍ଲୀଳ ସିନେମା ତିଆ କରୁଥିବା ଏବଂ ଏହାର ଆପସ୍‌ ତିଆରି କରୁଥିବା ଲୋକଙ୍କ ବିଷୟରେ ତଦନ୍ତ କରୁଥିଲା । ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ଶୁକ୍ରବାରରେ ପ୍ରମାଣ ମିଳିବା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । ସେ ଏହାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡିଛି । ଏହାର ପର୍ଯ୍ୟାପ୍ତ ପ୍ରମାଣ ଥିବା କଥା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ କହିଛି ।


Share It

Comments are closed.