ରୋହିତଙ୍କ ପ୍ରଦର୍ଶନକୁ ନେଇ କିଛି ଏପରି କହିଲେ ବିରାଟ


ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୧୦ ଅକ୍ଟୋବରରେ ପୁଣେରେ ହେବାକୁ ଥିବାବେଳେ ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି, ରୋହିତଙ୍କ ବ୍ୟାଟିଙ୍ଗ ପୋଜିସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଆଗାମୀ ମ୍ୟାଚ ପାଇଁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମୀଳନୀରେ ବିରାଟ, ସାମ୍ବାଦିକମାନଙ୍କୁ ସମ୍ମୁଖରେ ରୋହିତଙ୍କୁ ଖୁବ ପ୍ରଶଂସା କରିଥିଲେ । ବିରାଟ, ରୋହିତଙ୍କ ସଂପର୍କରେ ମତ ଦେଇ କହିଛନ୍ତି ଯେ, “ରୋହିତଙ୍କୁ ଟିକେ ବିଶ୍ରାମ ଦିଅନ୍ତୁ, ସେ ପ୍ରଥମ ଟେଷ୍ଟରେ ଓପନର ରୂପେ ଖୁବ ସୁନ୍ଦର ପ୍ରଦର୍ଶନ ଦେଖାଇଛନ୍ତି । ରୋହିତ ଯେଉଁଭଳି ଭାବରେ ପ୍ରଥମ ଟେଷ୍ଟ ମ୍ୟାଚରେ ନିଜ ପ୍ରଦର୍ଶନ ଦେଖାଇଛନ୍ତି, ଯଦି ସେ ପୁଣିଥରେ ଦ୍ୱିତୀୟ ମ୍ୟାଚରେ ଏଭଳି ପ୍ରଦର୍ଶନ ଦେଖାନ୍ତି ତେବେ ଏହି ମ୍ୟାଚକୁ ମଧ୍ୟ ଆମେ ବିଜୟ କରି ନେବୁ ।

ତାଙ୍କ ପାଇଁ ଆମେ ସମସ୍ତେ ଖୁସି ଅଟୁ । ମୋତେ ଏହା ଲାଗୁଛି ଯେ, ବର୍ତ୍ତମାନ ତାଙ୍କ ବ୍ୟାଟିଙ୍ଗ ଅର୍ଡର ବିଷୟରେ ନଭାବି ସେ ଯେଉଁଭାବରେ ବ୍ୟାଟିଙ୍ଗ କରୁଛନ୍ତି ତାହାକୁ ମନରୋଞ୍ଜନ କରିବାର ଆବଶ୍ୟକତା ରହିଛି ।”ବିସିସିଆଇ ପକ୍ଷରୁ ବିରାଟଙ୍କ ସାମ୍ବାଦିକ ସମ୍ମୀଳନୀର ଏକ ଭିଡିଓ ଟ୍ୱିଟରେ ସେୟାର କରାଯିବା ପର ଅନେକ କ୍ରିକେଟ ପ୍ରେମୀ ବିରାଟଙ୍କୁ ଏଥିପାଇଁ ପ୍ରଶଂସା କରିଥିବାବେଳେ ଅନ୍ୟ କେତେକ ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ପ୍ରକାଶ ଥାଉକି, ବିଶ୍ୱକପ ପରେ ବିରାଟ ଏବଂ ରୋହିତଙ୍କ ମଧ୍ୟରେ ମତଭେଦ ଥିବାର ଖବର ସାମନାକୁ ଆସିଥିବାବେଳେ ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବିରାଟ ଏହି କଥାକୁ ଖଣ୍ଡନ କରିଥିଲେ । କିନ୍ତୁ ଏହା ସ୍ତତ୍ତେ୍ୱ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକଙ୍କ ମନରେ ଏହା ବିଶ୍ୱାସ ରହିଛି ଯେ, ଉଭୟଙ୍କ ମଧ୍ୟରେ କିଛି ନାହିଁ । ପ୍ରକାଶ ଥାଉକି, ଦୀର୍ଘ ଦିନ ହେବ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ରୋହିତ ଦଳର ଓପନର ବ୍ୟାଟିଙ୍ଗ କରି ଆସୁଥିବାବେଳେ ଚଳିତ ଥର ଟେଷ୍ଟ ସିରିଜରେ ତାଙ୍କୁ ପ୍ରଥମ ଥର ପାଇଁ ଦଳର ଓପନର ରୂପେ ଖେଳିବା ପାଇଁ ସୁଯୋଗ ଦିଆଯାଇଛି । ବିଶାଖାପଟଣା ମ୍ୟାଚରେ ରୋହିତ ଦୁଇଟି ଯାକ ଇିନଂସରେ ୧୭୬ ଏବଂ ୧୬୦ରନର ପାଳି ଖେଳିଥିଲେ ।


Share It

Comments are closed.