ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌: ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ


ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ତିନୋଟି ମ୍ୟାଚ୍‌ର ଓ୍ବାନଡେ ସିରିଜ୍‌ର ଆଜି ପ୍ରଥମ ମ୍ୟାଚ୍‌। ଅକ୍‌ଲାଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଭାରତ ୩୦୮ ରନ୍‌ର ଟାର୍ଗେଟ ଦେଇଛି। ଭାରତୀୟ ଟିମ୍‌ ପକ୍ଷରୁ ଶ୍ରେୟସ ଆୟର ୮୦ ରନ୍ ଓ ଶିଖର ଧଓ୍ବନ୍‌ ୭୨ ରନ୍‌ର ଇନିଂସ ଖେଳିଛନ୍ତି। ନ୍ୟୁଜିଲାଣ୍ଡରେ ଭାରତୀୟ ଟିମ୍‌ର ଓ୍ବାନଡେ୍‌ କ୍ରିକେଟରେ ପ୍ରଦର୍ଶନ ଖୁବ୍ ଖରାପ ରହିଛି। ଏଭଳି ସ୍ଥିତିରେ ଶିଖର ଧଓ୍ବନ ବ୍ରିଗେଡ୍‌ ଏହି ସଂଖ୍ୟାରେ ସୁଧାର କରିବାକୁ ଚାହିଁବେ। ଭାରତୀୟ ଟିମ୍‌ ପାଇଁ ଏହି ଓ୍ବାନଡେ ସିରିଜ୍‌ ଆଗାମୀ ଓ୍ବାର୍ଲ୍ଡକପ୍‌ର ପ୍ରସ୍ତୁତିରେ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଛି। ସେଭଳି ମଧ୍ୟ ଓ୍ବାନଡେ୍‌ ଓ୍ବାର୍ଲ୍ଡକପ୍‌ରେ ଏବେ ଏକ ବର୍ଷରୁ କମ୍‌ର ସମୟ ରହିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ବାନଡେ ସିରିଜ୍‌ରେ ଉମରାନ୍‌ ମଲିକ୍, ସଞ୍ଜୁ ସାମସନ୍‌, ଶୁଭମନ ଗିଲ୍‌, ୟୁଜଭେନ୍ଦ୍ର ଚହଲଙ୍କ ଭଳି ଖେଳାଳିଙ୍କ ପାଖରେ ନିଜର ଛାପ ଛଡାଇବାରେ ସୁବର୍ଣ୍ଣ ସୁଯୋଗ ଅଟେ। ଭାରତ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୩୦୭ ରନ୍‌ର ଟାର୍ଗେଟ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟରେ ୩୦୬ ରନ୍‌ କରିଥିଲେ। ଭାରତୀୟ ଟିମ୍‌ ପଧରୁ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା। ଯିଏକି ଶେଷ ଓଭରରେ କିଭି ବୋଲର ଜୋରଦାର ବ୍ୟାଟିଂ କରିଥିଲେ। ସୁନ୍ଦର ୧୬ ବଲ୍‌ରେ ଅପରାଜିତ ୩୭ ରନ୍‌ କରିଥିଲେ। ଯେଉଁଥିରେ ତିନୋଟି ଛକା ଓ ତିନୋଟି ଚୌକା ରହିଛି। ଭାରତୀୟ ଇନିଂସର ଆକର୍ଷଣର କେନ୍ଦ୍ର ଶିଖର ଧଓ୍ବନ, ଶ୍ରେୟସ୍‌ ଆୟର ଓ ଶୁଭମ ଗିଲ୍‌ ମଧ୍ୟ ଅଛନ୍ତି। ଧଓ୍ବନ୍‌ ୭୨ ଓ ଗିଲ୍‌ ୫୦ ରନ୍‌ର ଇନିଂସ ଖେଳିଛନ୍ତି। ସେଭଳି ଶ୍ରେୟସ୍‌ ଆୟର ମଧ୍ୟ ୭୬ ବଲ୍‌ରେ ଜୋରଦାର ୮୦ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ ଲକି ଫର୍ଗୁସନ୍‌ ତିନି ତିନୋଟି ଖେଳାଳିଙ୍କୁ ଆଉଟ୍‌ କରିଛନ୍ତି।


Share It

Comments are closed.