ଦୁବାଇରେ ଅଭିନେତ୍ରୀ ଉର୍ଫିଙ୍କ ଏଣ୍ଟ୍ରି ଉପରେ ଲାଗିଲା ବ୍ୟାନ୍


ବିଗ୍ ବସ୍ ଓଟିଟିରୁ ଚର୍ଚ୍ଚାରେ ଆସିଥିବା ଉର୍ଫି ଜାଭେଦଙ୍କର ପ୍ରାୟତଃ ସୋସିଆଲ ମିଡିଆରେ ଝଲକ ଦେଖିବାକୁ ମିଳେ। ତାଙ୍କର ରିଭଲିଙ୍ଗ୍ ଡ୍ରେସ୍ ହେତୁ ସେ ଟ୍ରୋଲିଂର ଶିକାର ହୁଅନ୍ତି। କିନ୍ତୁ ଏଥର ତାଙ୍କ ଫ୍ୟାଶନ୍ କିମ୍ବା ଡ୍ରେସ୍ ନୁହେଁ ବରଂ ଅନ୍ୟ କିଛି, ଯେଉଁଥିପାଇଁ ଦୁବାଇରେ ତାଙ୍କର ଏଣ୍ଟ୍ରି ବ୍ୟାନ୍ ହୋଇଛି।

ନିକଟରେ ଆରବ ଦେଶ ଏକ ନୂତନ ନିୟମ କରିଛି। ଯେଉଁଥିରେ ସିଙ୍ଗଲ ନାମ ଥିବା ଭାରତୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉର୍ଫି ତାଙ୍କ ଇନଷ୍ଟାଗ୍ରାମ୍ ବାୟୋରେ ଲେଖିଛନ୍ତି, ‘ମୋର ଅଫିସିଆଲ୍ ନାମ ହେଉଛି UORFI’ । କିଛି ଦିନ ପୂର୍ବରୁ ଉର୍ଫି ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନ ସହିତ, ଉର୍ଫି ତାଙ୍କ ନାମର ଇଂରାଜୀ ଅକ୍ଷରରେ ‘O’ ଯୋଡିଥିଲେ । ସେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରିଥିଲେ। ତାଙ୍କ ପାସପୋର୍ଟରେ ବର୍ତ୍ତମାନ ତାଙ୍କର ନୂଆ ନାମ ଅଛି। ଏଥି ସହିତ ତାଙ୍କ ନାମରୁ ଜାଭେଦ ମଧ୍ୟ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ପରିବର୍ତ୍ତନ ତାଙ୍କୁ ମହଙ୍ଗା ପଡିଛି। ଉର୍ଫି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଯେଉଁଥିରେ କହିଛନ୍ତି, ସେ ୟୁଏଇ ଯଥା ଆରବ ଦେଶରେ ଭ୍ରମଣ କରିପାରିବେ ନାହିଁ। ତାଙ୍କ ଇନଷ୍ଟାଗ୍ରାମର ଷ୍ଟୋରୀ ସେକ୍ସନରେ ସେ ଲେଖିଛନ୍ତି, ‘ତେଣୁ ମୋର ଅଫିସିଆଲ ନାମ ବର୍ତ୍ତମାନ କେବଳ UORFI, କୌଣସି ସରନେମ ନାହିଁ।’ ଏହା ସହିତ ସେ ନୂତନ ଆଇନର ଖବର ସହ ଜଡିତ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।

ନଭେମ୍ବର ୨୧ ରେ ଏୟାର ଇଣ୍ଡିଆ ଏବଂ ଏଆଇ ଏକ୍ସପ୍ରେସ ଘୋଷଣା କରିଛି, ଯେଉଁ ଭାରତୀୟଙ୍କ ପାସପୋର୍ଟରେ ସିଙ୍ଗଲ୍ ନାମ ରହିଛି, ସେମାନଙ୍କୁ ୟୁଏଇ ଇମିଗ୍ରେସନ ବିଭାଗ ଆଗକୁ ଯିବାକୁ ଅନୁମତି ଦେବ ନାହିଁ। ୟୁଏଇ ସେହି ଭାରତୀୟମାନଙ୍କ ମଧ୍ୟରେ ଏହି ନୂତନ ନିୟମ ପ୍ରଣୟନ କରିଛି ଯେଉଁମାନେ ଭିଜିଟିଂ ଭିସା, ଭିସା ଅନ୍ ଆରାଇଭାଲ୍ କିମ୍ବା ଅସ୍ଥାୟୀ ଭିସା ନେଇ ଦେଶରେ ପ୍ରବେଶ କରନ୍ତି। ଅର୍ଥାତ୍ ଏହି ନିୟମ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ କିଛି ଦିନ ପାଇଁ ଆରବ ଦେଶକୁ ବୁଲିବାକୁ ଯାଆନ୍ତି।


Share It

Comments are closed.