ଦେଶରେ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୨୪୦୧୦ ନୂତନ ପଜିଟିଭ ଚିହ୍ନଟ


ବୁଧବାର ତୁଳନାରେ ଗୁରୁବାର ଦିନ ଦେଶରେ କରୋନାର ଦୈନିର ସଂକ୍ରମଣରେ ହ୍ରାସ ଘଟିଛି। ବୁଧବାର ଦିନ ୨୬,୩୮୨ ଟି ନୂଆ ମାମଲା ଚିହ୍ନଚ କରାଯାଇଥିଲା। ଅନ୍ୟପକ୍ଷରେ ଆଜି ୨୪,୦୧୦ ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମଣ ମାମଲା ୯୯.୫୬ ଲକ୍ଷ ଅତିକ୍ରମ କରିଛି, ସେଥିମଧ୍ୟରୁ ୯୪.୮୯ ଲକ୍ଷରୁ ଅଧିକ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସକାଳ ୮ ଟାରେ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଦେଶରେ ମୋଟ କୋଭିଡ -୧୯ ମାମଲା ୯୯,୫୬,୫୫୮ କୁ ବୃଦ୍ଧି ପାଇଛି। ଏଥି ସହିତ, ୩୫୫ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧,୪୪,୪୫୧ କୁ ବୃଦ୍ଧି ପାଇଛି।


ତଥ୍ୟ ଅନୁଯାୟୀ, ଦେଶରେ ୯୪,୮୯,୭୪୦ ରୋଗୀ ସଂକ୍ରମଣମୁକ୍ତ ହେବା ସହିତ ରୋଗୀଙ୍କ ସୁସ୍ଥ ହାର ୯୫.୨୧ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡ -୧୯ ରୁ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି| ଦେଶରେ କ୍ରମାଗତ ୧୦ ଦିନ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି ।


Share It

Comments are closed.