ପ୍ରଥମ ଟେଷ୍ଟରୁ ଫ୍ଲପ ହେଲେ ‘ପୃଥ୍ୱୀ ଶ’, ସୋସିଆଲ ମିଡିଆରେ ୟୁଜର୍ସ କଲେ ସମାଲୋଚନା


ଗୁରୁବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ୍ ମ୍ୟାଚ୍ । ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଚୂଡାନ୍ତ ଏକାଦଶରେ ପୃଥ୍ୱୀ ଶ’ଙ୍କ ସାମିଲ କରାଯାଇଛି । କିନ୍ତୁ ଶୁଭମନ ଗିଲ୍ ଓ କେଏଲ ରାହୁଲଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି । ଖରାପ ଫର୍ମ ଦେଇ ଗତି କରୁଥିବା ପୃଥ୍ୱୀ ଶ’ ପ୍ରଥମ ପାଳିରେ ମାତ୍ର ୨ଟି ବଲ୍ ଖେଳିପାରିଥିଲେ । ଅଷ୍ଟ୍ରେଲୀୟ ବୋଲର ମିଚେଲ ଷ୍ଟାର୍କ ପୃଥ୍ୱୀଙ୍କୁ ବୋଲଡ୍ କରିଥିଲେ ।

ପୃଥ୍ୱୀ ବିନା କୌଣସି ରନ୍‌ରେ ପ୍ୟାବିଲିୟନ ଫେରିଥିଲେ । ଅଭ୍ୟାସ ମ୍ୟାଚରେ ୪ଟି ଇନିଂସରୁ ୬୨ ରନ୍ କରିଥିବା ପୃଥ୍ୱୀଙ୍କୁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ପିଙ୍କ୍ ବଲର ମୁକାବିଲା ସେ କରିପାରିନଥିଲେ । ସେ ଷ୍ଟାର୍କଙ୍କ ଦ୍ୱିତୀୟ ବଲରେ ହିଁ କ୍ଲିନ୍ ବୋଲଡ୍ ହୋଇଯାଇଥିଲେ । ଏହାପରେ ସୋସିଆଲ ମିଡିଆରେ ପୃଥ୍ୱୀଙ୍କୁ ଟ୍ରୋଲ୍ କରାଯାଉଛି । ବିରାଟ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ଦଳ କଥା ଆଲୋଚନା କଲେ ପୃଥ୍ୱୀଙ୍କ ତୁଳନାରେ ଶୁଭମନ ଗିଲ୍ ଭଲ ଖେଳନ୍ତି । ତାଙ୍କର ଟେକନିକ୍ ମଧ୍ୟ ଭଲ । କେଏଲ ରାହୁଲ ମଧ୍ୟ ଫର୍ମରେ ଅଛନ୍ତି । ତାଙ୍କର ପ୍ରଦର୍ଶନ ଲଗାତର ଭାବେ ଭଲ ରହିଛି । ସେ ୩୬ଟି ଟେଷ୍ଟ୍ ଖେଳିସାରିଛନ୍ତି ।


Share It

Comments are closed.