ଦେଶର ସମସ୍ତ ଜନସାଧାରଣଙ୍କୁ କରୋନା ଟୀକା ଯୋଗାଇଦେବା ପାଇଁ କେତେ ଖର୍ଚ୍ଚ ହେବ ଜାଣନ୍ତୁ


ଫାର୍ମା କମ୍ପାନୀ ଜିଡସ୍ କାଡିଲାଙ୍କ Zydus Cadila ଅଧ୍ୟକ୍ଷ ପଙ୍କଜ ଆର ପଟେଲ କହିଛନ୍ତି ଯେ ସାରା ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ କରୋନା ଟୀକା ପହଞ୍ଚାଇବା ପାଇଁ ଯେଉଁ ସୁବିଧା ଦରକାର ସେଥିପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଭାରତରେ କରୋନା ଟୀକା ଉତ୍ପାଦନ ପାଇଁ ଅତିରିକ୍ତ ସୁବିଧା ଆବଶ୍ୟକ ପଡିବ । କରୋନା ମହାମାରୀର ଏକମାତ୍ର ଉପାୟ ଟୀକା ନୁହେଁ । ଆମକୁ ଉପଚାର ପାଇଁ ଅନ୍ୟ ଉପାୟ ମଧ୍ୟ ଖୋଜିବା ଦରକାର ବୋଲି ସେ କହିଛନ୍ତି । କରୋନା ଟୀକା ଏକ ମୁସକିଲ ପ୍ଲାଟଫର୍ମ ଭଳି ପ୍ରତୀତ ହେଉଛି, ସେଥିପାଇଁ ଟୀକା ତିଆରି ପାଇଁ ବହୁତ ଖର୍ଚ୍ଚ ହେବ ବୋଲି କହିଛନ୍ତି ପଙ୍କଜ ପଟେଲ ।

ନ୍ୟୁଜ ଏଜେନ୍ସି ପିଟିଆଇକୁ ପଙ୍କଜ ପଟେଲ କହିଛନ୍ତି ଯେ, ‘କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟୀକା ଏକମାତ୍ର ସମାଧାନ ନୁହେଁ । ଆମକୁ ଟୀକା ବି ଦରକାର ଓ ଚିକିତ୍ସା ପ୍ରୋଟୋକଲ ହିସାବରେ କିଛି ନୂଆ ସୁଧାର ମଧ୍ୟ ଆଣିବା ଦରକାର । ସାରା ଦୁନିଆରେ ଯେଉଁଭଳି ଭାବେ କରୋନା ଟୀକା ପରୀକ୍ଷଣ କରାଯାଉଛି ସେ ହିସାବରେ ଶତ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନାରୁ ବଞ୍ଚିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବାର ଆଶଙ୍କା ନାହିଁ ।’ ପଙ୍କଜ ପଟେଲ କହିଛନ୍ତି, ଯଦି ଭାରତକୁ ୧୩୦ କୋଟି ଜନତାଙ୍କ ପାଇଁ କରୋନା ଟୀକା ପ୍ରସ୍ତୁତ କରିବାକୁ ଉତ୍ପାଦନ କ୍ଷମତା ବଢାଇବାକୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଟୀକା ପ୍ରସ୍ତୁତ ପ୍ରକ୍ରିୟା ବହୁତ ଜଟିଳ ବୋଲି ସେ କହିଛନ୍ତି । କରୋନା ଟୀକାକୁ ନେଇ ହୋଇଥିବା ଏକ ଚର୍ଚ୍ଚାରେ ପଟେଲ କହିଛନ୍ତି ଯେ, ଆମକୁ ଏ ବିଷୟରେ ବିଚାର କରିବାକୁ ହେବ ଯେ ଟୀକା ତିଆରି ପାଇଁ କ୍ଷମତା ଜୁଟାଇବାକୁ ଧନ କେଉଁଠାରୁ ଆସିବ ?


Share It

Comments are closed.