ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଏହାର ସାମସଙ୍ଗ ଇ.ଡି.ଜି.ଇ. କ୍ୟାମ୍ପସ ପ୍ରୋଗ୍ରାମର ଶୁଭାରମ୍ଭ


ସାମସଙ୍ଗ, ଭାରତର ସବୁଠାରୁ ବିଶ୍ୱସନୀୟ କଞ୍ଜୁମର ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ଆଜି ଏହାର ସାରା ଭାରତର କ୍ୟାମ୍ପସ ପ୍ରୋଗ୍ରାମ ସାମସଙ୍ଗ ଇ.ଡି.ଜି.ଇ. ର ଶୁଭାରମ୍ଭ କରିଛି। ଏହି ଟପ୍ କଲେଜର ଉଜ୍ଜଳ ଛାତ୍ରମାନେ ଜୀବନର ବାସ୍ତବିକ ସମସ୍ୟା ଉପରେ କାର୍ଯ୍ୟ କରିବେ, ସାମସଙ୍ଗର ଟପ୍ ଲିଡରଙ୍କ ସହିତ ଆଲୋଚନା କରିବେ ଓ ସମସ୍ୟାଗୁଡ଼ିକର ତୁରନ୍ତ ସ୍ୱତନ୍ତ୍ର ସମାଧାନ ପ୍ରଦାନ କରିବା ପାଇଁ ଚେଷ୍ଟା କରିବେ।
ଚଳିତ ବର୍ଷ ୨୦ ଟି କ୍ୟାମ୍ପସରୁ ଛାତ୍ରମାନଙ୍କୁ ସାମିଲ୍ କରାଯାଇଛି ଯେଉଁଥିରେ ରହିଛି ଟପ୍ ବି-ସ୍କୁଲ୍, ଇଞ୍ଜିନିୟରିଂ କଲେଜ୍ ଓ ଡିଜାଇନ୍ ସ୍କୁଲ୍ ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓ ଏହାକୁ ଏକ ଭର୍ଚୁଆଲ୍ ଫର୍ମାଟରେ କରାଯିବ।
ଏହି କାର୍ଯ୍ୟକ୍ରମରେ ତିନିଟି ରାଉଣ୍ଡ ରହିଛି। ପ୍ରଥମ ରାଉଣ୍ଡଟି ହେଉଛି ଆଇଡିଏସନ ସମ୍ପର୍କରେ ଯେଉଁଠାରେ ଟିମ୍ ସଦସ୍ୟମାନେ ଏକାଠି ଆସି ଏକ୍ଜିକ୍ୟୁଟିଭ୍ କେସ୍ ସାରାଂଶ ଉପସ୍ଥାପନ କରିବେ। ଟପ୍ ଟିମ ଯେଉଁମାନେ କ୍ୟାମ୍ପସ ରାଉଣ୍ଡରେ ବଛା ଯାଇଛନ୍ତି ସେମାନେ ଏକ କେସ୍ ଷ୍ଟଡିରେ କାର୍ଯ୍ୟ କରିବେ ଓ ସେମାନେ ରିଜିଓନାଲ୍ ରାଉଣ୍ଡରେ ତାଙ୍କର ବିସ୍ତୃତ ସମାଧାନକୁ ଦାଖଲ ଓ ଉପସ୍ଥାପନା କରିବେ। ରିଜିଓନାଲ୍ ରାଉଣ୍ଡର ଶେଷରେ ଟପ୍ ୮-୧୦ ଟିମ୍ ଙ୍କ ବଛାଯିବ ଓ ସାମସଙ୍ଗ ଲିଡରଙ୍କ ଦ୍ୱାରା ପ୍ରଯୁଜ୍ୟ ସମାଧାନ ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରାଯିବ। ଅନ୍ତିମ ପର୍ଯ୍ୟାୟରେ ୮-୧୦ ଟି ଟିମ୍ ଜାତୀୟ ରାଉଣ୍ଡରେ ପ୍ରତିଦ୍ୱନ୍ଦିତା କରିବେ ଏବଂ ତିନି ଜଣ ବିଜେତା ଦଳକୁ ବଛାଯିବ।
‘‘ସାମସଙ୍ଗରେ, ଆମେ ସର୍ବଦା ନୂତନତାକୁ ଗୁରୁତ୍ୱ ପ୍ରଦାନ କରିଥାଉ ଓ ପ୍ରତି କାର୍ଯ୍ୟକ୍ରମରେ ଆମର ଲକ୍ଷ୍ୟ ହେଉଛି ଭାରତର ଯୁବକମାନଙ୍କୁ ନୂତନାର ପରିପ୍ରକାଶ ପାଇଁ ଏକ ସୁଯୋଗ ପ୍ରଦାନ କରିବା। ଗତ କିଛି ବର୍ଷ ଧରି ସାମସଙ୍ଗ ଇ.ଡି.ଜି.ଇ ଏଥିପାଇଁ ସୁଯୋଗ ପ୍ରଦାନ କରିଛି ଯେଉଁଠାରେ ଛାତ୍ରମାନେ ବାସ୍ତବିକ ଜୀବନ ସମସ୍ୟାର ସୃଜନାତ୍ମକ ସମାଧାନ ପ୍ରଦାନ କରି ପାରୁଛନ୍ତି। ଆମେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମର ପଞ୍ଚମ ସଂସ୍କଣରରେ ପ୍ରବେଶ କରୁଛୁ ଓ ଆମେ ଆଶା କରୁଛୁ ଯେ ଆମେ ଛାତ୍ରମାନଙ୍କ ଠାରୁ ଆହୁରି ଅନେକ ନୂତନ ସମାଧାନ ପାଇ ପାରିବୁ’’ ବୋଲି କହିଛନ୍ତି ଶ୍ରୀ କେନ୍ କାଙ୍ଗ, ପ୍ରେସିଡେଣ୍ଟ ଓ ସିଇଓ, ସାମସଙ୍ଗ ଏସଡବ୍ଲୁଏ।
ଏହି କାର୍ଯ୍ୟକ୍ରମ ପାଇଁ, ଛାତ୍ରମାନେ କ୍ୟାମ୍ପସରୁ ତିନିଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଗଠନ କରିବେ ଯେଉଁଥିରେ ଭିନ୍ନ ବର୍ଷ/ସ୍ପେଶିଆଲାଇଜେସନ ରହିବ। ଏହି ଆଇଡିଏସନ ରାଉଣ୍ଡରେ ଟିମ୍ ଗବେଷଣା, ଆନାଲିସିସ୍, ମାନସ ମନ୍ଥନ ଓ ସବୁଠାରୁ ନୂତନ ଦିଗର ପ୍ରସ୍ତୁତି ଉପରେ କାର୍ଯ୍ୟ କରିବ ଏବଂ ଏକଜିକ୍ୟୁଟିଭ ସାରାଂଶ ଦାଖଲ କରିବ ଯେଉଁଥିରେ ବିଶେଷ ଭାବରେ ପ୍ରସ୍ତାବିତ କୌଶଳ ଉଲ୍ଲେଖ ରହିଥିବ। ସାମସଙ୍ଗ ଲିଡର ଓ ମ୍ୟାନେଜରମାନଙ୍କୁ ନେଇ ଗଠିତ ଜୁରି ଏହି କ୍ୟାମ୍ପସ ଟିମ୍ ମଧ୍ୟରୁ ଚୟନ କରିବେ ଓ ଆଞ୍ଚଳିକ ରାଉଣ୍ଡରେ ଏହି ଅନୁଷ୍ଠାନକୁ ଉପସ୍ଥାପିତ କରିବେ।
୨୦୧୯ରେ, ସାମସଙ୍ଗ ଇ.ଡି.ଜି.ଇ. ରେ ୧୨୯୧ ଟିମ୍ ତଥା ୩୮୭୩ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଭାରତର ୨୦ ଟି ଅଗ୍ରଣୀ ଅନୁଷ୍ଠାନ ସାମିଲ୍ ହୋଇଥିଲେ। ଏହାର ବିଷୟ ବସ୍ତୁ ରହିଥିଲା ସ୍ଥାନୀୟ ଗୋଷ୍ଠୀମାନଙ୍କ ପାଇଁ ‘ଡ୍ରାଇଭିଂ ଫର୍ ଚେଞ୍ଜ’ ଯେଉଁଠାରେ ଅଂଶଗ୍ରହଣକାରୀମାନଙ୍କୁ ସ୍ଥାନୀୟ କ୍ଷୁଦ୍ର ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା ଓ ନୂତନ ସମାଧାନ ଉପସ୍ଥାପନା କରିବା ପାଇଁ ସୁଯୋଗ ଦିଆଯାଇଥିଲା।
ଆଇଆଇଏମ୍ ଲକ୍ଷ୍ନୌର ବିଜେତା ଟିମ୍ ‘ସ୍କାଏଫୋର୍ସ’ ରେ ରହିଥିଲେ ହିମଶିଖା, ଅଭିଳାଶ ଆଇ ଓ ନିଥିୟା ସିଏଚ୍। ସେମାନେ ଆଶା (ଆକ୍ରିଡେଟେଡ୍ ସୋସିଆଲ୍ ହେଲ୍ଥ ଆକ୍ଟିଭିଷ୍ଟମାନଙ୍କ) ପାଇଁ ଏକ ସମାଧାନର ଉପସ୍ଥାପନା କରିଥିଲେ ଯଦ୍ୱାରା ସେମାନେ ଅଧିକ କାର୍ଯ୍ୟଦକ୍ଷ ହୋଇପାରିବେ। ଆଶା କର୍ମଚାରୀମାନେ ହେଉଛନ୍ତି କମ୍ୟୁନିଟି ସ୍ୱାସ୍ଥ୍ୟ କର୍ମଚାରୀ ଯେଉଁମାନେ ସାରା ଭାରତରେ ରହିଛନ୍ତି। ଏହି ଟିମ୍ ଏକ ଟେକନୋଲୋଜି ଭିତ୍ତିକ ସଲ୍ୟୁସନର ପ୍ରସ୍ତାବ ଦେଇଥିଲା ଯଦ୍ବାରା ଆଶା କର୍ମଚାରୀମାନଙ୍କର ଟ୍ରାକିଂ, ସୂଚନା ଏକତ୍ରିକରଣ ଓ ମାନୁଆଲ ଡାଟା ରେଜିଷ୍ଟ୍ରେସନ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଇପାରିବ। ଏହି କ୍ୟାମ୍ପସ ପ୍ରୋଗ୍ରାମର ଫାଇନାଲ୍ ଗୁରୁଗ୍ରାମ ଠାରେ ହୋଇଥିଲା।


Share It

Comments are closed.