ଭାରତ-ଚୀନ ମଧ୍ୟରେ ଘନେଇଲାଣି ପୁଣି ବିବାଦ, ସେନାକୁ ଆଲର୍ଟ ରହିବା ପାଇଁ ଆଦେଶ ଦେଲା ଗୃହ ମନ୍ତ୍ରଣାଳୟ


ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର ଆଲର୍ଟ ଜାରି କରିଦେଇଛି। ଗୃହମନ୍ତ୍ରଣାଳୟ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଗୃହମନ୍ତ୍ରଣାଳୟ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଇଣ୍ଡୋ ତିବ୍ଦତ ବର୍ଡର ପୋଲିସ (ଆଇଟିବିପି) ଓ ସଶସ୍ତ୍ର ସୀମା ବଳ(ଏସଏସବି)କୁ ଆର୍ଲଟ କରିଦିଆଯାଇଛି। ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଓ ସିକିମ ସୀମାରେ ଆଇଟିବିପିକୁ ଆର୍ଲଟ ରହିବାକୁ ନିର୍ଦେଶ ଦିଆଯାଇଛି।

ଏହାଛଡା ଭାରତ-ନେପାଳ-ଚୀନ୍ ଟ୍ରାଇ ଜଙ୍କସନ ଓ ଉତ୍ତରାଖଣ୍ଡରେ ମୁତୟନ ଏସଏସବି ଓ ଆଇଟିବିପି ଯବାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏସଏସବିର କିଛି କମ୍ପାନୀକୁ ଭାରତ-ନେପାଳ ବର୍ଡରକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ସୁରକ୍ଷାକମୀମାନେ ଜମ୍ମୁ-କଶ୍ମୀର ଓ ଦିଲ୍ଲୀରେ ମୁତୟନ ଥିଲେ। ଉଲ୍ଲେଖନୀୟ ଯେ, ମଙ୍ଗଳବାର ଗୃହମନ୍ତ୍ରଣାଳୟର ସୀମା ପରିଚାଳନା ସଚିବ ଓ ଆଇଟିବିପି ଏବଂ ଏସଏସବିର ଅଧିକାରୀଙ୍କ ସହିତ ବୈଠକ ହୋଇଥିଲା।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ବୈଠକ ପରେ ଚୀନ୍, ନେପାଳ, ଭୁଟାନ ସହିତ ଅନ୍ୟ ଦେଶର ସୀମାରେ ସତର୍କତା ବଢାଇବାକୁ ନିର୍ଦେଶ ଦିଆଯାଇଛି। ଚୀନ୍ ଗତ ୩୧ ଅଗଷ୍ଟ ରାତିରେ ପୁଣିଥରେ ଭାରତର ସୀମାରେ ଅନୁପ୍ରବେଶ କରିବାର ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ଯବାନ ତାଙ୍କୁ ବିଫଳ କରିଦେଇଥିଲେ। ଆଶ୍ଚର୍ଯ୍ୟର କଥା ଏହା ଯେ, ଚୀନ ପକ୍ଷରୁ ଏଭଳି କାର୍ଯ୍ୟକଳାପ ସେତେବେଳେ ହୋଇଥିଲା ଯେତେବେଳେ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲା।


Share It

Comments are closed.