ମହିଳାଙ୍କ ପାଟିରୁ ଚାରି ଫୁଟ ଲମ୍ବ ସାପ ବାହାର କରିଛନ୍ତି ଡାକ୍ତର, ଦେଖନ୍ତୁ ଭିଡିଓ


ରୁଷିଆର ଦାଗସ୍ତାନରେ ଜଣେ ମହିଳାଙ୍କ ପାଟିରୁ ଡାକ୍ତରମାନେ ଚାରି ଫୁଟ ଲମ୍ବା ଏକ ସାପ ବାହାର କରିଛନ୍ତି | ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଜଣେ ମହିଳାଙ୍କ ପାଟିରୁ ଜଣେ ଡାକ୍ତର ସାପଟିକୁ କିପରି ବାହାର କରୁଛନ୍ତି ତାହା ଏଥିରେ ଦେଖିବାକୁ ମିଳୁଛି ।

ଖବର ଅନୁଯାୟୀ ପେଟରେ ଯନ୍ତ୍ରଣା ହେଉଥିବା ଯୋଗୁଁ ମହିଳା ଜଣକ ସୋମବାର ଡାକ୍ତରଖାନାରେ ପହଞ୍ଚିଥିଲେ। ପ୍ରଥମେ ଡାକ୍ତରମାନେ ଜାଣିପାରିଲେ ନାହିଁ ଯେ ମହିଳାଙ୍କ ସହ କ’ଣ ଭୁଲ୍ ହୋଇଛି। ପରୀକ୍ଷା ପରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ତାଙ୍କ ପେଟରେ କିଛି ଅଛି। ମହିଳାଙ୍କୁ ଚେତାଶୂନ୍ୟ କରିବା ପରେ ଡାକ୍ତରମାନେ ତାଙ୍କ ପାଟିରେ ଟ୍ୟୁବ୍ ଲଗାଇ ଏହାକୁ ବାହାର କରିବା ଆରମ୍ଭ କରିଥିଲେ। ଏହା ପରେ ଏହା ସାପ ବୋଲି ଜଣାପଡିଥିଲା।


ଏହି ଭିଡିଓରେ ଦେଖାଯାଉଛି ଯେ ସାପ ପେଟରୁ ବାହାରିବା ମାତ୍ରେ ମହିଳା ଡାକ୍ତର ସାମାନ୍ୟ ପଛକୁ ଘୁଂଚି ଯାଉଛନ୍ତି । ତା’ପରେ ସେ ସାପକୁ ଏକ ବାଲ୍ଟିରେ ରଖିଦେଉଛନ୍ତି |

କୁହାଯାଉଛି ଯେ ମହିଳା ଜଣକ ବଗିଚାରେ ଥିବା ତାଙ୍କ ଘର ବାହାରେ ଶୋଇଥିଲେ। ଶୋଇବା ସମୟରେ ତାଙ୍କ ପାଟି ଖୋଲା ରହିଥିଲା ଏବଂ ସାପଟି ତାଙ୍କ ପାଟି ଦେଇ ପେଟରେ ପହଂଚିଯାଇଥିଲା | ଯେଉଁ ମହିଳାଙ୍କ ପେଟରୁ ସାପ ବାହାର କରାଯାଇଥିଲା ସେହି ମହିଳାଙ୍କ ପରିଚୟ ମଧ୍ୟ ପ୍ରକାଶ କରାଯାଇ ନାହିଁ। ଡେଲି ମେଲ ରିପୋର୍ଟ ଅନୁଯାୟୀ, ଦାଗିସ୍ତାନ ଏବଂ ଏହାର ଆଖପାଖ ଗାଁରେ ଏଭଳି ଘଟଣା ପ୍ରାୟତଃ ଘଟେ।


Share It

Comments are closed.