ନ୍ୟୁଜିଲାଣ୍ଡ ଠାରୁ ପରାଜୟ ପରେ ସାମ୍ବାଦିକଙ୍କ ଉପରେ ନିଜର କ୍ରୋଧ ଜାହିର କଲେ କୋହଲି


ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତ ମୂଳପୋଛ ହେବା ପରେ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମୀଳନୀରେ ସାମ୍ବାଦିକଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନକୁ ନେଇ ନିଜର କ୍ରୋଧ ଜାହିର କରିଥିଲେ । କୋହଲିଙ୍କ ଆକ୍ରମଣାତ୍ମକ ବ୍ୟବହାର ସଂପର୍କରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିବାରୁ ସେ ହଠାତ ଉକ୍ତ ସାମ୍ବାଦିକଙ୍କ ଉପରେ ରାଗିଯାଇଥିଲେ ଏବଂ କ୍ରୋଧିତ ହୋଇ ତାଙ୍କୁ ପଲଟା ପ୍ରଶ୍ନ କରିଥିଲେ, “ଆପଣ ଅଧା ତଥ୍ୟ ଜାଣି ଏଠାକୁ କାହିଁକି ଆସିଛନ୍ତି,? ମ୍ୟାଚ ରେଫରୀଙ୍କୁ ତ କୌଣସି ଅସୁବିଧା ହେଉ ନାହିଁ ।” ଏହା ପୂର୍ବରୁ କୋହଲି ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ମଧ୍ୟ ନିଜର କ୍ରୋଧ ଜାହିର କରିଥିଲେ । କୋହଲି କହିଥିଲେ ଯେ, “ଏହି ପରାଜୟକୁ କୌଣସି ବାହାନା କରାଯାଇ ପାରିବ ନାହିଁ । ଆମର ବ୍ୟାଟ୍ସମ୍ୟାନ ସେତେ ବଡ ସ୍କୋର କରିପାରିନଥିଲେ, ଯାହାଦ୍ୱାରା ସେମାନେ ବୋଲିର ବିପକ୍ଷ ଦଳର ଖେଳାଳୀଙ୍କୁ ଧରାଶୟୀ କରିପାରିଥାନ୍ତେ । ”
ସେପଟେ ନ୍ୟୁଜିଲାଣ୍ଡର ଏହି ବୃହତ୍ତ ବିଜୟ ପରେ ଦଳର ଅଧିନାୟର କେନ ୱିଲିୟମସନ ନିଜର ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଯେ, “ଭାରତୀୟ ଦଳ ଖୁବ ଶକ୍ତିଶାଳୀ ଦଳ ଅଟେ । ଭାରତ ବିପକ୍ଷରେ ବିଜୟ ହାସଲ କରିବା ପରେ ଦଳର ଆତ୍ମବିଶ୍ୱାସ ଆହୁରୀ ବଢିଯାଇଛି । ”


Share It

Comments are closed.