ଦିଲ୍ଲୀ ହିଂସାରେ ସହିଦ ହୋଇଥିବା ଆଇବି ଅଧିକାରୀଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର


ଦିଲ୍ଲୀ ହିଂସାରେ ମୃତ୍ୟୁ ବରଣ କରିଥିବା ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମାଙ୍କ ପରିବାରଙ୍କୁ ଦିଲ୍ଲୀ ସରକାର ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଅଙ୍କିତ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ସହ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନିଯୁକ୍ତି ମଧ୍ୟ ଦିଆଯିବା । ଏହା ପୂର୍ବରୁ ବିଜେପି ସାଂସଦ ପ୍ରବେଶ ବର୍ମା ଦିଲ୍ଲୀ ହିଂସାରେ ମୃତ୍ୟୁବରଣ କରିଥିବା ଦିଲ୍ଲୀ ପୋଲିସର ହେଡ କନେଷ୍ଟବଲ ରତନଲାଲ ଏବଂ ଆବି ଅଧିକାରୀ ଅଙ୍କିତ ଶର୍ମାଙ୍କ ପରିବାରକୁ ନିଜର ଗୋଟିଏ ମାସର ବେତନ ରାଶି ପ୍ରଦାନ କରିବାର ଘୋଷଣା କରିଥିଲେ ।


Share It

Comments are closed.