ତୃତୀୟ ଦିନ ଖେଳରେ ବାଧାକ ସାଜିଲା ବର୍ଷା


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଓ ଅନ୍ତିମ ଟେଷ୍ଟର ତୃତୀୟ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ ଖେଳ ବନ୍ଦ ହେବା ପୂର୍ବରୁ ଅଷ୍ଟ୍ରେଲିଆ ୬ଟି ୱିକେଟ ହରାଇ ୨୩୬ ରନ ସଂଗ୍ରହ କରିଥିଲା । ଏହି ମ୍ୟାଚର ପ୍ରଥମ ପାଳରେ ଭାରତ ତରଫରୁ କୁଲଦୀପ ଯାଦବ ତିନୋଟି ୱିକେଟ ନେଇଥିବାବେଳେ ଯାଡେଜା ୨ଟି ୱିକେଟ ଏବଂ ସାମି ୧ଟି ଲେଖାଏଁ ୱିକେଟ ନେଇଥିଲେ ।
ପ୍ରକାଶ ଥାଉକି ଏହ ପୂର୍ବରୁ ଭାରତ ୭ଟି ୱିକେଟ ହରାଇ ୬୨୨ରନ ସଂଗ୍ରହ କରିଥିଲା । ଯେଉଁଥିରେ ଭାରତର ଦୁଇ ବ୍ୟାଟ୍ସମ୍ୟାନ ଶତକ ଲଗାଇଥିଲେ ।


Share It

Comments are closed.