ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିବେ ବିବେକ ଓବରୋଏ


ଗୋଟିଏ ପଟେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ “ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର” ବିବାଦ ଘେରରେ ରହିଥିବାବେଳେ ଅନ୍ୟପଟେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନକୁ ନେଇ ଏକ ଫିଲ୍ମ ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି । ଏହି ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନେତା “ବିବେକ ଓବରୋଏ” ନଜର ଆସିବେ । ଏହି ଫିଲ୍ମର ପୋଷ୍ଟର ୭ ଜାନୁଆରୀରେ ରିଲିଜ ହେବାକୁ ଯାଉଛି ।
ଏହି ଫିଲ୍ମର ଟାଇଟେଲ “ପିଏମ ନରେନ୍ଦ୍ର ମୋଦି” ରଖାଯାଉଛି । ଏଇ ଫିଲ୍ମର ସୁଟିଙ୍ଗ ଜାନୁଆରୀ ମଧ୍ୟରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ରିଲିଜ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହି ଫିଲ୍ମ ଦର୍ଶକଙ୍କ କେତେ ପସନ୍ଦ ଆସୁଛି ତାହା ଦେଖିବାକୁ ବାକି ରହିଛି ।
ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରୁ ସ୍ପଷ୍ଟ ବାରି ହେଉ ଯାଉଛି ଯେ, ବିଜେପି କରୁଥିବା ହୀନ ରାଜନୀତି ସଂପର୍କରେ । ପ୍ରଥମତଃ “ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର”କୁ ରିଲିଜ କରାଇ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବଦନାମ କରିବାର ଷଡଯନ୍ତ୍ର ଏବଂ ତା ପରେ ବିଜେପିର ଗଡ ଫାଦର ବୋଲାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଲ୍ମ ଜରୀଆରେ ହିରୋ କରାଇବାର ଚାଲ ।
ସବୁଠାରୁ ମୁଖ୍ୟ କଥା ହେଲା ଆଗାକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଲୋକଙ୍କ ଠାରୁ ଭୋଟ ହାତେଇବା ପାଇଁ ବିଜେପି ଏହି ଷଡଯନ୍ତ୍ର କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


Share It

Comments are closed.