ନିଜ ବାପାଙ୍କ ପାଇଁ ଏହି ଶେଷ ସନ୍ଦେଶ ଦେଇଥିଲେ ସୁଶାନ୍ତ


ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ଦିନ ନିଜ ବାସଭବନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି | ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତଙ୍କୁ ବହୁତ ବଡ ଝଟକା ଲାଗିଛି | ସୁଶାନ୍ତ ସିଂହ ମୁମ୍ବାଇରେ ଏକା ରହୁଥିଲେ | ତାଙ୍କ ପିତା ପାଟଣାରେ ରହୁଥିଲେ | ପିତାଙ୍କ ସହ ତାଙ୍କର କେୟାର ଟେକର ଲକ୍ଷ୍ମୀ ଦେବୀ ରୁହନ୍ତି | ଆତ୍ମହତ୍ୟା ପୂର୍ବରୁ ଶେଷଥର ପାଇଁ ଯେତେବେଳେ ସୁଶାନ୍ତ ପିତାଙ୍କ ପାଖକୁ ଫୋନ କରିଥିଲେ ସେତେବେଳେ ସେ ଲକ୍ଷ୍ମୀ ଦେବୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ | ସେତେବେଳେ ସେ ଲକ୍ଷ୍ମୀଙ୍କୁ କହିଥିଲେ, ‘ପ୍ଲିଜ କରୋନା ଭାଇରସରୁ ମୋ ବାପାଙ୍କୁ ରକ୍ଷା କରିବ |’ ଲକ୍ଷ୍ମୀ କହିଛନ୍ତି ଯେ, ରବିବାର ଦିନ ଯେତେବେଳେ ସୁଶାନ୍ତଙ୍କ ବାପା ଭୋଜନ କରିବାକୁ ବସିଲେ ସେତେବେଳେ ମୁମ୍ବାଇରୁ ତାଙ୍କ ପାଖକୁ ଫୋନ ଆସିଥିଲା | ମୁମ୍ବାଇ ପୋଲିସ ଫୋନ କରିଥିଲା | ମୁମ୍ବାଇ ପୋଲିସ ଫୋନ କରି ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିବା ଘଟଣା ତାଙ୍କ ବାପାକୁ ଜଣାଇଥିଲା | ପୁଅର ଆତ୍ମହତ୍ୟା ଖବର ଶୁଣି ସେ ନିଶବ୍ଦ ହୋଇଯାଇଥିଲେ | ତାଙ୍କ ମୁଣ୍ଡ ବୁଲେଇଥିଲା ଏବଂ ସେ ବେହୋସ ହୋଇଯାଇଥିଲେ | ସେ ଏବେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ଯେ ତାଙ୍କର ଏକମାତ୍ର ପୁଅ ଆଉ ଏହି ଦୁନିଆରେ ନାହିଁ | ସେ ଏବେ ମଧ୍ୟ ସଦମାରେ ଅଛନ୍ତି |

ସୁଶାନ୍ତ ସିଂହଙ୍କ ବ୍ୟବଚ୍ଛେଦ ରିପୋର୍ଟ ଗତକାଲି ବିଳମ୍ବିତ ରାତିରେ ଆସିଥିଲା | ସେ ଆତ୍ମହତ୍ୟା କରିଥିବା ଏଥିରେ ସ୍ପଷ୍ଟ ହୋଇଛି | ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ | ମୁମ୍ବାଇ ପୋଲିସ କହିବାନୁଯାୟୀ, ତାଙ୍କ ଘରୁ କିଛି ଔଷଧ ଜବତ ହୋଇଛି ଯେଉଁଥିରୁ ଜଣାପଡିଛି ଯେ କିଛି ମାସ ହେଲା ସେ ଡିପ୍ରେସନରେ ଥିଲେ ଏବଂ ଡିପ୍ରେସନର ଚିକିତ୍ସା ମଧ୍ୟ କରାଉଥିଲେ | ତାଙ୍କ ରୁମରୁ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ ନୋଟ ମିଳିନାହିଁ | ତାଙ୍କ ଘରୁ କୌଣସି ସନ୍ଦେହଜନକ ଜିନିଷ ମଧ୍ୟ ମିଳିନଥିବା ଡିସିପି କହିଛନ୍ତି | ସୁଶାନ୍ତଙ୍କ ଆତ୍ମହତ୍ୟା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି |


Share It

Comments are closed.