ନିରାମିଷାଷୀ ହୋଇଥିଲେ ନିଶ୍ଚିତ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିଥାଏ ଭରପୁର ପ୍ରୋଟିନ
ନିରାମିଷ ଖାଦ୍ୟରେ ଆମିଷ ଭଳି ପ୍ରୋଟିନ ନଥାଏ ଏଥିପାଇଁ ଆପଣଙ୍କୁ ଆମିଷ ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ୍। କିନ୍ତୁ ଯଦି ତଥାପି ଆପଣଙ୍କୁ ଆମିଷ ଖାଇବା ପସନ୍ଦ ନୁହେଁ ତେବେ ଜାଣି ରଖନ୍ତୁ ଯେ ନିରାମିଷ ଖାଦ୍ୟରେ ମଧ୍ୟ କେତେକ ଜିନିଷରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଥାଏ। ତେବେ ଆସନ୍ତୁ ଜାଣିବା ପ୍ରୋଟିନ୍ ଯୁକ୍ତ ଏଭଳି ନିରାମିଷ ଖାଦ୍ୟ ବିଷୟରେ..
୧.ସାମାନ୍ୟ ଆଞ୍ଚରେ ଭଜା ହୋଇଥିବା ଆଳୁ : ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମଧ୍ୟମ ଆକାରରେ କଟାଯାଇଥିବା ଏବଂ ସାମାନ୍ୟ ଆଞ୍ଚରେ ଭଜା ହୋଇଥିବା ଆଳୁରେ ପ୍ରୋଟିନ୍,ପୋଟାସିୟମ୍,ଭିଟାମିନ୍ ସି ଏବଂ ଫାଇବରର ଭରପୂର ମାତ୍ରା ଥାଏ।
୨. ବ୍ରୋକୋଲି : ଯଦି ଆପଣ ବ୍ରୋକୋଲି ଖାଆନ୍ତି ନାହିଁ ତେବେ ଆପଣଙ୍କୁ ଏବେଠୁ ବ୍ରୋକୋଲି ଖାଇବା ଆରମ୍ଭ କରିବା ଉଚିତ୍। ଆପଣଙ୍କୁ ବ୍ରୋକୋଲିରେ ପ୍ରୋଟିନର ମାତ୍ରା ଏବଂ ଆଇରନ୍ ମିଳିବ।
୩. ଫୁଲକୋବି : ଅଧିକାଂଶ ଲୋକଙ୍କୁ ଫୁଲକୋବି ପସନ୍ଦ ହୋଇଥାଏ। ଏଥିରେ ପ୍ରୋଟିନ୍,ପୋଟାସିୟମ,କ୍ୟାଲୋରୀ,ମ୍ୟାଗ୍ନେସିୟମ୍,ଫାଇବର ଏବଂ ଆଇରନର ଗୁଣ ରହିଥାଏ।
୪. ଛତୁ : ଆପଣ ଯଦି ବାରମ୍ବାର ରୋଗରେ ପଡ଼ୁଛନ୍ତି,ତେବେ ଆପଣଙ୍କୁ ଛତୁ ଖାଇବା ଉଚିତ୍। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ।
୫.ପାଳଙ୍ଗ : ପାଳଙ୍ଗରେ ପ୍ରୋଟିନ୍ ବ୍ୟତୀତ ଆଇରନ୍ ,ଫାଇବର ଏବଂ ଭିଟାମିନ୍ ବି ଥାଏ।
୬.ମକା : ଶୀତଦିନେ ମକା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ୍ ଏବଂ ଫାଇବର ପ୍ରଚୁର ମାତ୍ରାରେ ଥାଏ।
୭. ମଟର : ଆଳୁ ,ପନିର,ମଟର କାହାକୁ ଭଲ ନ ଲାଗିଥାଏ। ମଟର ପ୍ରୋଟିନର ଏକ ଭଲ ସ୍ରୋତ ହୋଇଥାଏ।
Comments are closed.