ଖରାଦିନେ କିପରି ନେବେ ଓଠର ଯତ୍ନ


ଶରୀରରେ ଓଠ ସବୁଠାରୁ ନମନୀୟ ଅଂଶ । ଖରାଦିନେ ସୂର୍ଯ୍ୟକିରଣର ପ୍ରଭାବରେ ଓଠରେ ସ୍ୱେଦ ଗ୍ରନ୍ଥି ଶୁଖି ଓଠ ଶୁଷ୍କ ହେବାର ବହୁ ସମ୍ଭାବନା ଥାଏ । ସୂର୍ଯ୍ୟକିରଣ ଏବଂ ୟୁଭି କିରଣ ଦ୍ୱାରା,ବହୁ ପରିମାଣର ଔଷଧ ଖାଉଥିବା, ସିଗାରେଟ ସେବନ କରୁଥିବା, ମଦ୍ୟପାନ କରୁଥିବା, ପ୍ରତିଦିନ ଚା କିମ୍ବା କଫି ସବେନ କରୁଥିବା ଏବଂ କସମେଟିକ ଉତ୍ପାଦ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଓଠ କଳା ପଡିବାର ସମ୍ଭାବନା ଖୁବ ବେଶି ଥାଏ । ତେଣୁ ଏହାକୁ ମଏଶ୍ଚର ଯୁକ୍ତ ରଖିବା ଖୁବ ଆବଶ୍ୟକ । ଖରାଦିନେ ଲିପଷ୍ଟିକ, ଲିପଗ୍ଲସ ଏବଂ ଅନ୍ୟାନ୍ୟ ଲିପବାମର ବ୍ୟବହାର କମ କରିବା ଆବଶ୍ୟକ । ଓଠକୁ କଳା ଦାଗରୁ କିପରି ମୁକ୍ତ କରିବେ । ସେଥିପାଇଁ ଭଲ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା କିପରି ନେବା ଓଠର ଯତ୍ନ ।
୧. ସମସ୍ତ ଲାଲ ରଙ୍ଗର ପ୍ରାକୃତିକ ଫଳ ଏବଂ ପରିବା ତଥା ଗାଜର, ବିଟ, ଟମାଟର ଇତ୍ୟାଦି ଓଠକୁ ଲାଲ କରିଥାଏ । ଓଠର ପ୍ରାକୃତିକ ରଙ୍ଗ ଫେରାଇ ଆଣିବା ପାଇଁ ବିଟ ଖୁବ ଉପଯୋଗୀ । ବିଟ୍, ଲହୁଣି ଏବଂ ମହୁର ଏକ ପେଷ୍ଟ ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ ଲଗାଇବା ଦ୍ୱାରା ଓଠର କଳା ଦାଗରୁ ମୁକ୍ତି ମିଳିଥାଏ ।
୨. ଖିର ଏବଂ ମହୁ ମିଶ୍ରିତ ଲେପ ମଧ୍ୟ ଲଗାଇପାରିବେ । ଏହା ଓଠକୁ ସଫ୍ଟ କରିବା ସହିତ ଓଠ ଫଟା ସମସ୍ୟା ଦୂର କରିଥାଏ ।
୩. ଲାଲ ଫଳ ଏବଂ ପନିପରିବା ପରି ସବୁଜ ପରିବା ମଧ୍ୟ ଓଠର ନମନିୟତା ବଜାୟ ରଖିବା ପାଇଁ ଖୁବ ଭଲ । ଧନିଆ ପତ୍ର ଏବଂ ପୋଦିନା ପତ୍ରର ଏକ ମିଶ୍ରଣ ପ୍ରସ୍ତୁତ କରି ତାହା ସହିତ ନଡିଆ ତେଲ ଏବଂ ତୈଳଯୁକ୍ତ ଜେଲି ମିଶାଇ ପ୍ରତିଦିନ ଓଠରେ ଲଗାନ୍ତୁ । ତୈଳଯୁକ୍ତ ଜେଲି ବଦଳରେ ଆପଣ ଗ୍ଲିସେରିନର ମଧ୍ୟ ବ୍ୟବହାର କରିପାରିବେ ।
୪. ନଡିଆ ତେଲରେ ତ୍ୱଚାକୁ ଚମକଦାର କରିବାର ଗୁଣ ରହିଥିବାରୁ ଏହା ଆପଣଙ୍କ ଓଠକୁ ଚମକଦାର ଏବଂ ନମନୀୟ କରିପାରିବ ।
୫. ପ୍ରତିଦିନ ଗୋଲାପ ଜଳ, ମହୁ, ଲେମ୍ବୁର ଏକ ରସ ପ୍ରସ୍ତୁତ କରି ଓଠରେ ଲଗାଇ ଏକ ଟାୱେଲ ଦ୍ୱାରା ଘଷନ୍ତୁ । ଏହା ଓଠର କଳା ଦାଗ ଦୂର କରି ମଏଶ୍ଚର ପ୍ରଦାନ କରିବ ।


Share It

Comments are closed.