ହ୍ୱାଟସଆପରେ ଆପଣଙ୍କୁ କିଏ ବ୍ଲକ କରିଛି, ତାହା ଜାଣିବେ କିପରି


ହ୍ୱାଟ୍ସଆପରେ ଯଦି କାହାକୁ ମେସେଜ କରୁଛନ୍ତି କିନ୍ତୁ ତାଙ୍କ ପାଖରେ ପହଞ୍ଚି ପାରୁନି ବା କଲ୍ ଲାଗୁନି ତେବେ ବୁଝି ଯାଆନ୍ତୁ ସେ ଆପଣଙ୍କୁ ବ୍ଲକ୍ କରିଛନ୍ତି । ଆପଣ ହ୍ୱାଟ୍ସଆପ୍ ଜରିଆରେ ଏହା ଜାଣିପାରିବେ ଯେ ଆପଣଙ୍କୁ ସେ ବ୍ଲକ୍ କରିଛନ୍ତି କି ନାହିଁ । ଏଥିପାଇଁ ୪ଟି ଉପାୟ ଅଛି । ଆସନ୍ତୁ ଜାଣିବା…

ଲାଷ୍ଟ ସିନ୍/ଅନଲାଇନ୍ ଷ୍ଟାଟସ୍
ଯାଞ୍ଚ କରିବାର ସବୁଠାରୁ ସହଜ ଉପାୟ ମଧ୍ୟରେ ଗୋଟିଏ ହେଉଛି ଲାଷ୍ଟ ସିନ୍ ବା ଅନଲାଇନ୍ ଷ୍ଟାଟସ୍ । ବ୍ଲକ୍ ହେବା ପରେ ବ୍ୟକ୍ତିଙ୍କ ଲାଷ୍ଟି ସିନ୍, ଅନଲାଇନ୍ ଷ୍ଟାଟସ ଓ ଫଟୋ ନଜର ଆସିବା ବନ୍ଦ ହୋଇଯିବ । ତେବେ ୟୁଜରଙ୍କ ପାଖରେ ଲାଷ୍ଟ ସିନ୍, ଅନଲାଇନ୍ ଷ୍ଟାଟସ୍ ଓ ଫଟୋ ଲୁଚାଇବା ଅପ୍ସନ ରହିଥାଏ । ତେଣୁ ଆପଣ ଦ୍ୱିତୀୟ ଷ୍ଟେପ୍ ଫଲୋ କରିବା ଉଚିତ୍ ।

ମେସେଜ କଲେ ବ୍ଲୁ ଟିକ୍
ଦେଖାଯାଏ ଯେ ମେସେଜ କରିବା ପରେ ବ୍ଲୁ ଟିକ୍ ନଜର ଆସେ । ଏହାର ଅର୍ଥ ବ୍ୟକ୍ତି ମେସେଜ୍ ପଢିଛନ୍ତି । ଯଦି ଡବଲ ଟିକ୍ ମଧ୍ୟ ନଜର ଆସେ ତେବେ ଜାଣିଦିଅନ୍ତୁ ମେସେଜ ପହଞ୍ଚି ସାରିଛି । କିନ୍ତୁ ଯଦି ସିଙ୍ଗଲ ଟିକ୍ ନଜର ଆସୁଛି ତେବେ ବୁଝି ଯାଆନ୍ତୁ ସେ ଆପଣଙ୍କୁ ବ୍ଲକ୍ କରିଦେଇଛନ୍ତି ।

ଭଏସ୍ ଓ ଭିଡିଓ କଲ୍ ବାରମ୍ବାର ଫେଲ୍ ହେବା
ହ୍ୱାଟ୍ସଆପରେ ମେସେଜ ବ୍ୟତୀତ ଭଏସ ଓ ଭିଡିଓ କଲ୍ ମଧ୍ୟ କରିହୁଏ । କଲ୍ କଲେ ଯଦି ରିଂ ଲେଖା ଆସୁଛି ତେବେ ବୁଝି ଯାଆନ୍ତୁ କି ବ୍ୟକ୍ତିଙ୍କ ପାଖରେ କଲ୍ ପହଞ୍ଚି ଯାଇଛି । କିନ୍ତୁ ଯଦି ବ୍ଲକ୍ ହୋଇଥିବ ତେବେ କଲ୍ ବାରମ୍ବାର ଫେଲ୍ ହୋଇଯିବ । କିନ୍ତୁ ବେଳେବେଳେ ନେଟୱର୍କ ସମସ୍ୟା ଥିଲେ ମଧ୍ୟ କଲ୍ ଲାଗିନଥାଏ । ତେବେ ଆପଣ ଚତୁର୍ଥ ଷ୍ଟେପରୁ ମଧ୍ୟ ଜାଣିପାରିବେ ।

ହ୍ୱାଟ୍ସଆପରେ ଗ୍ରୁପ୍ କ୍ରିଏଟ୍ କରନ୍ତୁ
ଗ୍ରୁପ୍ କ୍ରିଏଟ୍ କଲେ ଆପଣ ସହଜରେ ଜାଣିପାରିବେ ଯେ ସାମ୍ନା ଲୋକ ଆପଣଙ୍କୁ ବ୍ଲକ୍ କରିଛି କି ନାହିଁ । ଆପଣଙ୍କୁ ହ୍ୱାଟ୍ସଆପରେ ଗ୍ରୁପ୍ ବନାଇବାକୁ ପଡିବ । ସେହି ଗ୍ରୁପରେ ଆପଣ ସେହି ବ୍ୟକ୍ତିକୁ ଯୋଡନ୍ତୁ । ଆଡ୍ କରିବା ପରେ ଯଦି ‘Couldn’t Add This Contact On Group’ ମେସେଜ ନଜର ଆସିବେ ତେବେ ବୁଝିଯାଆନ୍ତୁ ଯେ ସେ ଆପଣଙ୍କୁ ବ୍ଲକ୍ କରିଦେଇଛନ୍ତି ।


Share It

Comments are closed.