ସଲମାନ ଖାନ ଓ ତାଙ୍କ ଭଉଣୀଙ୍କ ବିରୋଧରେ ଠକେଇ ଅଭିଯୋଗ


ବଲିଉଡ ଅଭିନେତା ସଲମାନ ଖାନ୍, ତାଙ୍କ ଭଉଣୀ ଓ କମ୍ପାନୀ ବିଙ୍ଗ ହ୍ୟୁମାନ୍ ଏବେ ଅଡୁଆରେ। ଚଣ୍ଡୀଗଡର ଜଣେ ବ୍ୟବସାୟୀ ତାଙ୍କ ବିରୋଧ​‌ରେ ଆଣିଛନ୍ତି ଠକେଇ ଅଭିଯୋଗ। ବ୍ୟବସାୟୀ ଜଣକଙ୍କର ଅଭିଯୋଗ ଅନୁସାରେ, ଶୋରୁମ୍ ଖୋଲିବା ପରେ କମ୍ପାନୀ ଦିଲ୍ଲୀରୁ ଜିନିଷ ପଠାଉ ନାହିଁ। କମ୍ପାନୀର ୱେବସାଇଟ ମଧ୍ୟ ବନ୍ଦ ରହିଛି। ଏବେ ବ୍ୟବସାୟୀ ଜଣକ ସଲମାନ ଖାନ୍ ଓ ତାଙ୍କ ଭଉଣୀ ଅଲବୀରା ଖାନଙ୍କ ଓ ବିଙ୍ଗ ହ୍ୟୁମାନର ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୋଲିସ ଅଧିକାରୀମାନେ ସଲମାନ ଖନ୍, ଅଲବୀରା ଖାନ୍, ବିଙ୍ଗ ହ୍ୟୁମାର ସିଇଓ ପ୍ରସାଦ କପୋର, ସନ୍ତୋଷ ଶ୍ରୀବାସ୍ତବ, ସନ୍ଧ୍ୟା, ଅନୁପ, ସଞ୍ଜୟ ରଙ୍ଗା, ମାନବ, ଆଲୋକଙ୍କୁ ସମନ ପଠାଇଛନ୍ତି। ପୋଲିସକୁ ଦେଇଥିବା ଅଭିଯୋଗରେ ବ୍ୟବସାୟୀ ଅରୁଣା ଗୁପ୍ତା କହିଛନ୍ତି, ସଲମାନ ଖାନ୍‌ କହୁଛନ୍ତି ସେ ମନିମାଜରା ଏନଏସି ଏରିଆରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ‘ବିଙ୍ଗ ହ୍ୟୁମାନ୍ ଜ୍ୱେଲରୀ’ ଶୋରୁମ୍ ଖୋଲିଥିଲେ। ଶୋରୁମ୍ ଖୋଲିବା ପାଇଁ ଷ୍ଟାଇଲ କ୍ୱିଟେଟ ଜୁଏଲାରୀ ପ୍ରାଇଭେଟ୍ ଲିମିଟେଡ୍ ସହିତ ଗୋଟିଏ ଏଗ୍ରୀମେଣ୍ଟ କରିଥିଲେ। ଏହି ସମସ୍ତେ ଶୋ’ରୁମ୍ ଖୋଲିଥିଲେ, କିନ୍ତୁ କୌଣସି ପ୍ରକାର ସହାୟତା କରିନଥିଲେ। ବିଙ୍ଗ ହ୍ୟୁମାର ଜୁଏଲାରୀ ଯେଉଁ ଷ୍ଟୋରରୁ ଦେବାକୁ ତାଙ୍କୁ କରିଥିଲେ, ତାହା ବନ୍ଦ ପଡିଛି। ଏହି କାରଣରୁ ତାଙ୍କର ଜିନିଷ ବିକ୍ରି ହୋଇପାରୁନି। ବ୍ୟବସାୟୀଙ୍କ ଅଭିଯୋଗ ପରେ ସଲମାନ ଖାନ୍, ତାଙ୍କ ଭଉରୀ ଅଲବୀରା ଖାନ୍ ଅଗ୍ରିହୋତ୍ରୀଙ୍କ ବ୍ୟତୀତ କମ୍ପାନୀର କିଛି ଅଧିକାରୀଙ୍କୁ ପୋଲିସ ସମନ୍ ପଠାଇଥିଲା। ସମସ୍ତଙ୍କୁ ୧୦ ଦିନରେ ଜବାବ୍ ଦେବାକୁ କୁହାଯାଇଛି।


Share It

Comments are closed.