ଜୋ ବିଡେନଙ୍କ ବିଜୟ ଭାରତ-ଆମେରିକା ସମ୍ପର୍କକୁ କିପରି ପ୍ରଭାବିତ କରିବ ?


ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୧୯୭୦ ଦଶକରୁ ଭାରତ-ଆମେରିକା ମଧ୍ୟରେ ମଜବୁତ ସମ୍ବନ୍ଧର ରକ୍ଷକ ହୋଇ ଆସିଛନ୍ତି। ୨୦୦୮ମସିହାରେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ବୁଝାମଣା ପାଇଁ ସିନେଟର ମଞ୍ଜୁରୀ ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତଥା ଆତଙ୍କବାଦୀ ବିରୋଧୀ କେତେକ ବିଧେୟକକୁ ସେ ମଧ୍ୟ ସମର୍ଥନ କରିଥିଲେ।

୨୦୦୧ମସିହାରେ ବାଇଡେନ୍ ସିନେଟକୁ ବୈଦେଶିକ ସମ୍ବନ୍ଧ ସମିତିର ଅଧ୍ୟକ୍ଷ ଥିଲେ ଏବଂ ସେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶଙ୍କୁ ପତ୍ର ଲେଖି ଭାରତ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାର ଦାବି କରିଥିଲେ। ବେସାମରିକ ପରମାଣୁ ବୁଝାମଣାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେବେଳେ ଦୁଇ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ କଥା ଚାଲୁଥିଲା ସେତେବେଳେ ବାଇଡେନ ସିନେଟରେ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଭାବେ ଥିଲେ। ସେହି ବୁଝାମଣା ଦୁଇ ମଜବୁତ ଗଣତନ୍ତ୍ର ମଧ୍ୟରେ ସମ୍ବନ୍ଧକୁ ଆହୁରି ଗଭୀର କରିବା ପାଇଁ ଉଚିତ୍ ସାବ୍ୟସ୍ତ ହୋଇଥିଲା।

ରାଷ୍ଟ୍ରପତି ବାରାକ୍ ଓବାମାଙ୍କ କାର୍ଯ୍ୟକାଳରେ ବାଇଡେନ୍ ଉପରାଷ୍ଟ୍ରପତି ଥିଲେ ଏବଂ ସମ୍ବନ୍ଧକୁ ବିକଶିତ କରିବାର ପ୍ରକ୍ରିୟାର ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲେ। ଭାରତ-ପ୍ରଶାନ୍ତ ବୁଝାମଣା ଓବାମାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିବା ପାର୍ଇ ଡେମୋକ୍ରେଟିକ୍ ପାର୍ଟିର ନେତା ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆମେରିକାର ଉପରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଭାରତ-ଆମେରିକୀୟ ସମ୍ବନ୍ଧକୁ ଆହୁରି ମଜବୁତି ପ୍ରଦାନ କରିବାରେ ତାଙ୍କର ଯୋଗଦାନ ବିଷୟରେ ମଧ୍ୟ କହିଥିଲେ।

ବାଇଡେନ୍ ଉପରାଷ୍ଟ୍ରପତି ଭାବେ ୨୦୧୩ମସିହା ଜୁଲାଇରେ ୪ଦିନିଆ ଗସ୍ତରେ ଭାରତ ଆସିଥିଲେ। ସେତେବେଳେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ସାକ୍ଷାତ କରିଥିଲେ ଏବଂ ଦିଲ୍ଲୀରେ ଗାନ୍ଧୀ ସ୍ମୃତି ସଂଗ୍ରହାଳୟ ମଧ୍ୟ ଯାଇଥିଲେ। ସେ ମୁମ୍ବାଇ ମଧ୍ୟ ଯାଇଥିଲେ ଯେଉଁଠାରେ ସେ ବ୍ୟବସାୟୀମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଚରେ ନୀତି ଉପରେ ଭାଷଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ମସିହାରେ ଯେତେବେଳେ ଆମେରିକା ଗସ୍ତରେ ଯାଇଥିଲେ ସେତେବେଳେ ତତ୍କାଳୀନ ଉପରାଷ୍ଟ୍ରପତି ବାଇଡେନ ତାଙ୍କ ଭୋଜିର ବ୍ୟବସ୍ଥା କରିଥିଲେ। ବାରାକ ଓବାମାଙ୍କ କାର୍ଯ୍ୟକାଳରେ ଭାରତ ଏବଂ ଆମେରିକା ମଧ୍ୟରେ ରଣନୀତିକ ଏବଂ ରକ୍ଷା ସମ୍ବନ୍ଧରେ ପ୍ରମୁଖ ବିସ୍ତାର ହୋଇଥିଲା ଏବଂ ସେଥିରେ ବାଇଡେନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


Share It

Comments are closed.