ବାଇଡେନଙ୍କୁ ‘ଗଜନୀ’ କହି କଟାକ୍ଷ କଲେ କଙ୍ଗନା, କମଲାଙ୍କୁ କଲେ ପ୍ରଶଂସା


ଆମେରିକା ନିର୍ବାଚନକୁ ନେଇ ପୁରା ଦୁନିଆରେ ଚର୍ଚ୍ଚା ଜୋର ଧରିଛି। ଆଉ ସେପଟେ ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ସବୁ ଘଟଣାରେ ନିଜର ମତ ରଖୁଥିବା କଙ୍ଗନା ରଣାୱତ ମଧ୍ୟ ଖୋଲାଖୋଲି ଭାବେ ଏହି ଘଟଣାରେ ନିଜର ମତବ୍ୟକ୍ତ କରିଛନ୍ତି । ସେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋସେଫ୍‌ ଆର୍‌ ବାଇଡେନ୍‌ ଓ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କର ବିଜୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଗୋଟେପଟେ କଙ୍ଗନା ବାଇଡେନ୍‌ଙ୍କର ବିଜୟରେ କଠୋର ଉକ୍ତି ରଖିଥିବା ବେଳେ , କମଳା ହାରିସ୍‌ଙ୍କର ବିଜୟକୁ କଙ୍ଗନା ମହିଳାଙ୍କର ବିଜୟ ସହ ତୁଳନା କରିଛନ୍ତି । ସେ ଲେଖିଛନ୍ତି – ଗଜନୀ ବାଇଡେନ୍‌ଙ୍କ ବିଷୟରେ ସୁନିଶ୍ଚିତ ନୁହେଁ ଯାହାଙ୍କର ତଥ୍ୟ ପ୍ରତି ୫ମିନିଟ୍‌ରେ କ୍ରାସ୍‌ ହୋଇଯାଏ । ଏତେ ସବୁ ଔଷଧର ଇଞ୍ଜେକ୍ସନ , ଯାହା ଏଥିରେ ଇଜେକ୍ଟ କରାଯାଇଛି , ଲାଗୁଛି ସେ ୧ବର୍ଷରୁ ଅଧିକା ରହିପାରିବେ । ଏହା ସ୍ପଷ୍ଟ ଯେ, କମାଳା ହାରିସ୍‌ ଶୋ’କୁ ଆଗକୁ ନେବେ । ଯେବେ ଜଣେ ମହିଳା ଉଠେ , ସେ ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ରାସ୍ତା ତିଆରି କରେ । ଏହି ଐତିହାସିକ ଦିନର ନାଁରେ ଚିୟର୍ସ । ଯେଉଁଠି ବାଇଡେନ୍‌ଙ୍କୁ ଗଜନୀ ଓ ତାଙ୍କର ତଥ୍ୟ କ୍ରାସ୍‌ ହେବା କଙ୍ଗନାଙ୍କର ଅର୍ଥ ବାଇଡେନ୍‌ଙ୍କର ସ୍ମରଣ ଶକ୍ତି ସହ ସଂପୃକ୍ତ । ସେ ବାଇଡେନଙ୍କୁ ଫିଲ୍ମ ‘ଗଜନୀ’ରେ ଆମିରଙ୍କ ପରି ଅନ୍ୟ କ୍ଷଣରେ ସବୁ କିଛି ଭୁଲି ଯାଉଥିବା ଚରିତ୍ର ପରି ତୁଳନା କରିଛନ୍ତି । ଏବେ କଙ୍ଗନାଙ୍କର ଏହି ବାକ୍ୟ ବାଣରେ ଗୋଟିଏ କଥା ସ୍ପଷ୍ଟ ଯେ , ତାଙ୍କୁ ବାଇଡେନ୍‌ଙ୍କ ବିଜୟରେ ନୁହେଁ , କମଳା ହାରିସ୍‌ଙ୍କର ଜିତିବାକୁ ନେଇ ବହୁତ ଖୁସି ଆସିଛି । ଏହାକୁ ସେ ମହିଳାଙ୍କର ବିଜୟ ବୋଲି କହିଛନ୍ତି ।

ସୂଚନା ଯେ , ୫୬ ବର୍ଷିୟା କାର୍ଲିଫର୍ଣ୍ଣିଆର ସିନେଟର କମଳା ହାରିସ୍‌ ୩ ଜଣ ଏସୀୟ- ଆମେରିକୀୟ ସିନେଟରଙ୍କ ମଧ୍ୟରୁ ଜଣେ । ସେ ଏହି ଚାମ୍ୱରରୁ ଆସିଥିବା ପ୍ରଥମ ଭାରତୀୟ –ଆମେରିକୀୟ ସିନେଟର ଅଟନ୍ତି ।


Share It

Comments are closed.