ଏହି ସବୁ ଘରୋଇ ଉପାୟରେ ମିଳିବ ଦାନ୍ତ ଓ ମାଢି ଯନ୍ତ୍ରଣାରୁ ଆରାମ


ଦାନ୍ତ ବିନ୍ଧିବା, ଦାନ୍ତ ପୋକ ଖାଇଯିବା ଭଳି ଦାନ୍ତ ସହ ଜଡିତ ଅନେକ ସମସ୍ୟା ରହିଛି; ଯେଉଁ କାରଣରୁ ମାଢିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଦାନ୍ତରେ ଯନ୍ତ୍ରଣା ବୟସ ଦେଖି ହୋଇନଥାଏ । ଏହାର ଚିକିତ୍ସା ମଧ୍ୟ ଜଟିଳ । ଦାନ୍ତ ଓ ମାଢିରେ ଯନ୍ତ୍ରଣା ଭଳି ସମସ୍ୟା ଅନେକ କାରଣରୁ ହୋଇଥାଇପାରେ । ଘରୋଇ ଉପାୟରେ ଦାନ୍ତ ଓ ମାଢିରେ ଯନ୍ତ୍ରଣାକୁ କମ୍ କରାଯାଇପାରିବ ।

-ରସୁଣ: ରସୁଣରେ ଅନେକ ଔଷଧିୟ ଗୁଣ ରହିଛି । ରସୁଣ ଦାନ୍ତ ଓ ମାଢି ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ । ରସୁଣକୁ ସାଧାରଣତଃ ଥଣ୍ଡାକାସ ଠିକ୍ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ମୁହଁରେ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ । ଦାନ୍ତରେ ଯନ୍ତ୍ରଣା ହେବା ସମୟରେ ରସୁଣର ଏକ ପାଖୁଡାରୁ ଚୋପା ଛଡାଇ ତାହାର ପେଷ୍ଟକୁ ମାଢି କିମ୍ବା ଦାନ୍ତ ମୂଳରେ ଲଗାଇବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ ।

-ଲୁଣପାଣି: ଲୁଣପାଣି ସଂକ୍ରମଣରୁ ସୁରକ୍ଷା ଦେଇଥାଏ ଏବଂ ଦାନ୍ତ ମଧ୍ୟରେ ଅଟକିଥିବା ଖାଦ୍ୟକୁ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ । ଲୁଣ ପାଣି ଦାନ୍ତ ମୂଳ କିମ୍ବା ମାଢି ଫୁଲାକୁ ଦୂର କରିଥାଏ ଏବଂ ମାଢିରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ । ଉଷୁମ ପାଣିରେ ଅଧା ଚାମଚ ଲୁଣ ମିଶାଇ ସେହି ପାଣିକୁ କିଛି ସମୟ ମୁହଁରେ ରଖନ୍ତୁ ଓ କୁଳି କରି ବାହାର କରିଦିଅନ୍ତୁ; ଦେଖିବେ ଦାନ୍ତ ଯନ୍ତ୍ରଣା ବନ୍ଦ ହୋଇଯିବ ।

-ଲବଙ୍ଗ: ଦାନ୍ତ ବିନ୍ଧିବାରୁ ଆରାମ ଦେବା ପାଇଁ ଲବଙ୍ଗ କିମ୍ବା ଲବଙ୍ଗ ତେଲ ଖୁବ୍ ଲାଭଦାୟକ ପ୍ରମାଣିତ ହୋଇଥାଏ ।

– ଚା’: ଚା’ ମଧ୍ୟ ଦାନ୍ତ ଓ ମାଢିରେ ଯନ୍ତ୍ରଣାକୁ କମ୍ କରିଥାଏ । ଚା’ରେ ଥିବା ଟ୍ୟାନିନ୍ ନାମକ କମ୍ପାଉଣ୍ଡ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ । ତେଣୁ ଟୀ ବ୍ୟାଗ୍‌ର ଉପଯୋଗ ଦ୍ୱାରା ଦାନ୍ତ ଯନ୍ତ୍ରଣା ଦୂର ହୋଇଥାଏ । ଟୀ ବ୍ୟାଗ୍‌କୁ ଗରମ ପାଣିରେ ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପରେ ଏହାକୁ ବାହାର କରି ଉଷୁମ ଥିବା ଅବସ୍ଥାରେ ଦାନ୍ତର ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇ ରଖନ୍ତୁ ।


Share It

Comments are closed.