ଏୟାରଟେଲ୍ ‘ୱାଇ-ଫାଇ କଲିଙ୍ଗ’ ସେବାର ଶୁଭାରମ୍ଭ


ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ କମ୍ପାନୀ ଭାରତୀ ଏୟାରଟେଲ୍ ପକ୍ଷରୁ ‘ଏୟାରଟେଲ୍ ୱାଇ-ଫାଇ କଲିଙ୍ଗ’ ସେବାର ଶୁଭାରମ୍ଭ କରାଯାଇଛି । ଏହି ସେବାକୁ ଏୟାରଟେଲ୍‌ର ଗ୍ରାହକମାନଙ୍କ ପାଇଁ ବିଶେଷ ଭାବେ ସେମାନେ ଘର ଭିତରେ ଥିବା ସମୟରେ ଭଏସ କଲିଙ୍ଗ ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏୟାରଟେଲ ୱାଇ-ଫାଇ କଲିଙ୍ଗ ସହ ଗ୍ରାହକମାନେ ଘରେ କିମ୍ବା ଅଫିସରେ ୱାଇ-ଫାଇ ସହିତ ଘର ଭିତରେ ଥାଇ ମଧ୍ୟ ଦୃଢ଼ ସିଗନାଲ ପାଇପାରିବେ । ଏୟାରଟେଲ ୱାଇ-ଫାଇ କଲିଙ୍ଗରେ କଲ କରିବା ଦ୍ୱାରା କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ଆପ୍ ବହୁତ କମ ଡାଟା ମଧ୍ୟ ଆବଶ୍ୟକ କରେ । ଏହି ସେବା ଗୁଡ଼ିକ ବର୍ତ୍ତମାନ ଦିଲ୍ଲୀ ଏନସିଆରର ଏୟାରଟେଲ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଥିବାବେଳେ ସମୟକ୍ରମେ ସାରା ଭାରତରେ ଏହା ପ୍ରଚଳିତ ହେବାକୁ ଯାଉଛି ।

ଏହା ସମ୍ପର୍କରେ ଭାରତୀ ଏୟାରଟେଲ୍ ପକ୍ଷରୁ ଏହାର ଚିଫ ଟେକ୍ନୋଲୋଜି ଅଫିସର, ଶ୍ରୀ ରନ୍ଦୀପ ସେଖୋନ କହିଛନ୍ତି ଯେ, “ଏୟାରଟେଲ୍ ୱାଇ-ଫାଇ କଲିଙ୍ଗ ହେଉଛି ଏୟାରଟେଲ୍ ପକ୍ଷରୁ ଅନ୍ୟ ଏକ ଅଗ୍ରଣୀ ପ୍ରଯୁକ୍ତିଗତ ପ୍ରୟାସ ଯାହାକି ଭଏସ କଲିଙ୍ଗ ଅନୁଭୂତିକୁ ଅଧିକ ସୀମାହୀନ କରିବା ଦିଗରେ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିବ ।” ‘ଏୟାରଟେଲ ୱାଇ-ଫାଇ କଲିଙ୍ଗ’ କୌଣସି ଆପ ଦରକାର କରେ ନାହିଁ ଏବଂ କେତେକ ପଦକ୍ଷେପ ମାଧ୍ୟମରେ ସ୍ମାର୍ଟଫୋନରେ ଏହାକୁ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ୬ଏସ ଏବଂ ତାଠାରୁ ଅଧିକ ସମସ୍ତ ଆଇଫୋନ, ରେଡମି କେ୨୦, ରେଡମି କେ୨୦ପ୍ରୋ ଏବଂ ପୋକୋ ଏଫ୧, ସାମସଙ୍ଗ ଜେ୬, ଏ୧୦ଏସ, ଅନ୬, ଏମ୩୦ଏସ ଏବଂ ୱାନପ୍ଲସ ୭ସିରିଜର ସମସ୍ତ ମଡେଲ ଗୁଡ଼କରେ ବର୍ତ୍ତମାନ ପାଇଁ ଏହି ସେବା ଉପଲବ୍ଧ ହେଉଛି ।


Share It

Comments are closed.