କଟକରେ ଉବେର ଇଟସ ସେବାର ଶୁଭାରମ୍ଭ


ବିଶ୍ୱର ସର୍ବବୃହତ ଖାଦ୍ୟ ଡେଲିଭରି ନେଟ୍‌ୱାର୍କ ଉବେର ଇଟସ, ଭାରତରେ ଏହାର ୪୫ତ୍ତମ ତଥା ଓଡିଶାରେ ଏହାର ଦ୍ୱିତୀୟ ସହର, କଟକରେ ଏହାର ପରିଚାଳନା ଆରମ୍ଭ କରିଛି । ଉବେର ଇଟ୍‌ସ କଟକ ଉପଭୋକ୍ତା ମାନଙ୍କୁ ମିର୍‌ଚି, ବିରିୟାନି ବକ୍ସ, ଡିଏଫ୍‌ସି ଦାଦାସ୍ ବିରିୟାନି, ବର୍ଗର ଆଡ୍ଡା ଫ୍ୟାକ୍ଟ୍ରି ଭଳି ସ୍ଥାନୀୟ ଲୋକପ୍ରିୟ ରେଷ୍ଟୁରାଣ୍ଟ ଗୁଡିକ ସହ ସହଭାଗିତା ଭିତ୍ତିରେ ବିଭିନ୍ନ ପ୍ରକାରର ଖାଦ୍ୟ ଯୋଗାଇଦେବ । ଏହି ଶୁଭାରମ୍ଭ ଅଫର୍ ଭାବେ ଉବେର୍ ଇଟ୍‌ସ ଏହାର ଗ୍ରାହକଙ୍କୁ ସେମାନଙ୍କର ପ୍ରଥମ ଦୁଇଟି ଉବେର୍ ଇଟ୍‌ସ ଅର୍ଡର୍‌ରେ ୬୦% ଛାଡ ପ୍ରଦାନ କରୁଛି । ଉପଭୋକ୍ତା ମାନଙ୍କୁ ଏଥିପାଇଁ ୬୦ଏଚ୍‌ଇଏଲ୍‌ଏଲ୍‌ଓ ପ୍ରୋମୋ କୋର୍ଡ୍‌ର ବ୍ୟବହାର କରିବାକୁ ପଡିବ ଏବଂ ସେମାନଙ୍କୁ ଏହାଦ୍ୱାରା ୧୨୦ ଟଙ୍କାର ସର୍ବାଧିକ ରିହାତି ମିଳିପାରିବ ।

ଏହି ଶୁଭାରମ୍ଭ ଅବସରରେ ଇଣ୍ଡିଆ ଓ ଏସ୍‌ଏ ଉବେର ଇଟ୍‌ସର ପରିଚାଳନା ମୁଖ୍ୟ ଶ୍ରୀ ବଂଶୀ କୋଟେକା କହିଛନ୍ତି ଯେ, “କଟକରେ ଏହାର ଶୁଭାରମ୍ଭକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଅତ୍ୟାଧୁନିକ ପ୍ରଯୁକ୍ତିି ଓ ଏକ ଶକ୍ତିଶାଳୀ ଡେଲିଭରି ନେଟ୍‌ୱାର୍କ ମାଧ୍ୟମରେ ଆମେ କଟକରେ ସ୍ଥାନୀୟ ଖାଦ୍ୟ ବ୍ୟବସାୟ ଅଭିବୃଦ୍ଧିରେ ସକାରାତ୍ମକ ଯୋଗଦାନ ଦେବା ସହ କଟକର ଖାଦ୍ୟପ୍ରେମୀମାନଙ୍କୁ କେବଳ ଗୋଟିଏ ବଟନ କ୍ଲିକ୍ କରି ସେମାନଙ୍କର ପ୍ରିୟ ଖାଦ୍ୟ ଓ ରେଷ୍ଟୁରାଣ୍ଟ ନିକଟରେ ପହଞ୍ଚି ପାରିବାର ସୁବିଧା ପ୍ରଦାନ କରିବାର ଲକ୍ଷ୍ୟ ରଖିଛୁ ।” ମିର୍‌ଚି ଫ୍ୟାମିଲି ରେଷ୍ଟୁରାଣ୍ଟର ମାଲିକ ଶ୍ରୀ ଇମ୍‌ତିଆଜ କହିଛନ୍ତି, “ଆମେ ଉବେର ଇଟ୍‌ସ ଭଳି ଏକ ପ୍ରମୁଖ ଖାଦ୍ୟ ଡେଲିଭରି ପ୍ଲାଟ୍‌ଫର୍ମ ସହ ସହଭାଗିତା ସହ ଆମର ଗ୍ରାହକଙ୍କୁ ସୁବିଧା ମୁତାବକ ସେମାନଙ୍କ ଠିକଣାରେ ବିନା ବାଧାରେ ଖାଦ୍ୟ ଡେଲିଭରି କରି ଉନ୍ନତ ସେବା ପ୍ରଦାନ କରିବାକୁ ଉତ୍ସାହିତ ଅଛୁ ।”


Share It

Comments are closed.