ହିମାଳୟା ବେବି କେୟାର୍ ପକ୍ଷରୁ ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ହୋମ୍‌ଗ୍ରୋନ୍ ୱେଲ୍‌ନେସ୍ ବ୍ରାଣ୍ଡ, ଦି ହିମାଳୟା ଡ୍ରଗ୍ କମ୍ପାନୀ ପକ୍ଷରୁ ଶିଶୁମାନଙ୍କ ପୋଷାକର ଯତ୍ନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ନୂଆ ‘ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍‌’ର ଶୁଭାରମ୍ଭ କରାଯାଇଛି । ପ୍ରକୃତିରୁ ଅଣାଯାଇଥିବା କ୍ଲିଞ୍ଜିଙ୍ଗ୍ ଏଜେଂଟ୍ ଓ ଚେରମୂଳିର ଆଂଟିବ୍ୟାକ୍ଟେରିଆଲ ଗୁଣରେ ଭରପୂର, ଏହି ଉତ୍ପାଦ ପ୍ରଭାବୀ ରୂପେ ୯୯.୯% ଜୀବାଣୁ ନାସ କରିବାରେ ସାହାର୍ଯ୍ୟ କରିଥାଏ । ବଜାରରେ ମିଳୁଥିବା ସାଧାରଣ ଲଣ୍ଡ୍ରି ଡିଟର୍‌ଜେଂଟ୍‌ରେ ଥିବା କ୍ଷତିକାରକ କେମିକାଲଗୁଡିକୁ ଶିଶୁମାନଙ୍କ ତ୍ୱଚାରେ ଆଲର୍ଜିକ୍ ପ୍ରତିକ୍ରିୟାର କାରଣ ହୋଇଥାନ୍ତି ।
ହିମାଳୟା ବେବିକେୟାର ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍ କ୍ଷତିକାରକ କେମିକାଲ ଯେପରିକି ଫସ୍‌ଫରସ୍‌, ପାରାବିନ୍‌, ଏସ୍‌ଏଲ୍‌ଏସ୍‌/ଏସ୍‌ଏଲ୍‌ଇଏସ୍‌/ଏଏଲ୍‌ଏସ୍‌, ସିନ୍ଥେଟିକ୍ କଲର୍‌, ବ୍ଲିଚ୍‌, ସିଲିକେଟ୍ ଓ ଫ୍ଲୋରୋସେଂଟ୍ ଆଦିରୁ ମୁକ୍ତ ରହିଛି । ଏଥିରେ ନୀମ, ସୋପ୍‌ନଟ୍‌, ଲେମ୍ବୁ ଓ ଜେରାନିୟମ ଭଳି ପ୍ରାକୃତିକ ଉପାଦାନର ସୁଗୁଣ ଭରି ରହିଛି । ନୀମ ଓ ଲେମ୍ବୁରେ ଆଂଟିବ୍ୟାକ୍ଟେରିଆଲ ଗୁଣ ରହିଥିବା ବେଳେ ସୋପ୍‌ନଟ୍ ପୋଷାକଗୁଡିକୁ ସଫା କରିବାରେ ଏବଂ ସେଥିରୁ ଦାଗ ଛଡାଇବାରେ ସହାର୍ଯ୍ୟ କରିଥାଏ ଏବଂ ଜେରାନିୟମ ପୋଷାକରୁ ଦୁର୍ଗନ୍ଧ ଦୂର କରିଥାଏ । ହିମାଳୟା ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍ ପୋଷାକରେ କୌଣସି ଅବଶେଷ ଛାଡି ନଥାଏ ଏବଂ ଶିଶୁମାନଙ୍କ ତ୍ୱଚା ପାଇଁ ଏହା ଚିକିତ୍ସାଜନିତ ରୂପେ ପ୍ରମାଣିତ ଓ କୋମଳ ଅଟେ ।
ଦି ହିମାଳୟା ଡ୍ରଗ୍ କମ୍ପାନୀର ସିଇଓ ଶ୍ରୀ ଫିଲିପ୍ ହେଡନ୍ କହିଛନ୍ତି ଯେ, “ଆମେ ଆମ ଉତ୍ପାଦଗୁଡିକ ମାଧ୍ୟମରେ ଶିଶୁମାନଙ୍କ ପାଇଁ ସର୍ବୋତମ ସେବାଯତ୍ନ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଉ, ଯାହାକି ସୁରକ୍ଷିତ ହେବା ସହ ସେଥିରେ ବୈଜ୍ଞାନିକ ଅନୁସନ୍ଧାନ ସହ ଆୟୁର୍ବେଦର ସୁଗୁଣ ଭରିରହିଥାଏ ।” ଏ ସମ୍ପର୍କରେ ହିମାଳୟା ବେବି କେୟାର୍‌ର ବିଜ୍‌ନେସ ମୁଖ୍ୟ ଶ୍ରୀ ଚକ୍ରବର୍ତୀ ଏନ୍ ଭି କହିଛନ୍ତି ଯେ, ଶିଶୁମାନଙ୍କ ତ୍ୱଚାରେ କୌଣସି ପ୍ରକାରର ଆଲର୍ଜି ଓ ତ୍ୱଚା ସମ୍ବନ୍ଧିତ ସମସ୍ୟାକୁ ରୋକିବାରେ ସହଯୋଗ କରିବା ପାଇଁ ଆମର ନୂତନ ଉତ୍ପାଦ ହିମାଳୟା ଜେଂଟଲ୍ ବେବି ଲଣ୍ଡ୍ରି ୱାଶ୍‌କୁ ସ୍ୱତନ୍ତ୍ର ଭାବେ ପ୍ରକୃତିରୁ ଅଣାଯାଇଥିବା କ୍ଲିଞ୍ଜିଙ୍ଗ୍ ଏଜେଂଟ୍ ଓ ଆଂଟିବ୍ୟାକ୍ଟେରିଆଲ ଜଡ଼ିବୁଟି ଉପାଦାନରେ ପ୍ରସ୍ତୁତ କରାଯାଇଛି ।”


Share It

Comments are closed.