ପିଏମ୍ କେୟାର ଫଣ୍ଡକୁ ସହଯୋଗ ପାଇଁ ଫୋନପେର ସ୍ୱତନ୍ତ୍ର ଅଭିଯାନ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଳାଟଫର୍ମ ଫୋନ ପେ ପକ୍ଷରୁ ହୋଇଥିବା ହାସ୍‌ଟ୍ୟାଗ ୧୦୦ କ୍ରୋର୍ ପ୍ଲେଜ ଗତ ସପ୍ତାହରେ ଭାଇରାଲ ହେବା ପରେ ଏବେ ଏହା ପକ୍ଷରୁ ହାସ୍‌ଟ୍ୟାଗ ଆଇ ଫର ଇଣ୍ଡିଆ ଭଳି ଏକ ଜାତୀୟ ଅଭିଯାନର ଘୋଷଣା କରାଯାଇଛି । ଏହି ଅଭିଯାନ ହେଉଛି ଲକଡାଉନ ମଧ୍ୟରେ ଆମ ସମସ୍ତଙ୍କୁ ସୁରକ୍ଷିତ ଓ ସୁସ୍ଥ ରଖିବା ପାଇଁ ଆମର ସମସ୍ତ ସରକାରୀ ସଂସ୍ଥା, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ ଏବଂ ଜରୁରୀକାଳୀନ କର୍ମଚାରୀମାନଙ୍କର ପ୍ରୟାସକୁ ସମର୍ଥନ କରିବା ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଅନୁରୋଧ ।
ଫୋନ ପେର ଏହି ହାସ୍‌ଟ୍ୟାଗ୍ ଆଇ ଫର ଇଣ୍ଡିଆ ଅଭିଯାନରେ ସାମିଲ ହେବା ପାଇଁ ଏହା ଅତିକମରେ ୧୦ କୋଟି ଭାରତବାସୀଙ୍କୁ ପିଏମ କେୟାର ଫଣ୍ଡରେ ବଦାନ୍ୟତାର ସହ ଯୋଗଦାନ କରିବାକୁ କହିଛି । ଫୋନ ପେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ୧୦ ଟଙ୍କା ଯୋଗଦାନ କରିବ ଯେଉଁମାନେ ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ୟୁପିଆଇର ବ୍ୟବହାର କରି ଫୋନ ପେ ଆପ୍ ମାଧ୍ୟମରେ ଏହି ପାଣ୍ଠି ପ୍ରଦାନ କରିବେ । ମୋଟାମୋଟି ଭାବେ ଏହି କାରଣରୁ ଫୋନପେ ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ଯୋଗଦାନ କରିବାର ପ୍ରତିଶୃତି ଦେଇଛି । ଫୋନପେ ପାଂଚ ଦିନ ଆଗରୁ ଏହି ଅଭିଯାନର ଶୁଭାରମ୍ଭ କରିଥିଲା ଏବଂ ପୂବରୁ ହିଁ ୧୦ ଲକ୍ଷ ଭାରତୀୟ ଫୋନ ପେ ଆପ୍ ମାଧ୍ୟମରେ ପିଏମ କେୟାର ଫଣ୍ଡକୁ ଦାନ କରିସାରିଛନ୍ତି । ଏହା ଅନୁସାରେ ଶେଷ ସପ୍ତାହରେ ପିଏମ କେୟାର ଫଣ୍ଡରେ ଏହି କମ୍ପାନୀ ୧ ଲକ୍ଷ ଟଙ୍କାର ଯୋଗଦାନ କରିଛି ।
ଏହି ଅଭିଯାନ ସମ୍ପର୍କରେ ସମୀର ନିଗମ, ପ୍ରତିଷ୍ଠାତା ଏବଂ ସିିଇଓ, ଫୋନ୍ ପେ କହିଛନ୍ତି ଯେ, “ଗତ ସପ୍ତାହରେ ଆମର ହାସଟ୍ୟାଗ ୧୦୦ କ୍ରୋର ପ୍ଳେଜ ଯୋଗଦାନ ପଦକ୍ଷେପ ହାସଲ କରିଥିବା ଅଦ୍ଭୁତପୂର୍ବ ପ୍ରତିକ୍ରିୟାର ଏକ ପ୍ରତିଫଳନ ହେଉଛି ଏହି ହାସ୍‌ଟ୍ୟାଗ ଆଇ ଫର ଇଣ୍ଡିଆ ଅଭିଯାନ ।”


Share It

Comments are closed.