ବଜାଜ୍ ଆଲିଆଞ୍ଜ ଇନ୍ସ୍ୟୁରାନ୍ସ ପକ୍ଷରୁ ଆରୋଗ୍ୟ ସଞ୍ଜିବନୀ ପଲିସିର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ବଜାଜ୍ ଆଲିଆଞ୍ଜ୍ ପକ୍ଷରୁ ଏହାର ଷ୍ଟାଣ୍ଡାର୍ଡ ସ୍ୱାସ୍ଥ୍ୟ ବୀମା ଉତ୍ପାଦ -‘ଆରୋଗ୍ୟ ସଞ୍ଜିବନୀ ପଲିସି, ବଜାଜ୍ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ’ର ଶୁଭାମ୍ଭର ଘୋଷଣା କରାଯାଇଛି । ଏହି ଉତ୍ପାଦଟିକୁ ଆଇଆରଡିଏଆଇର ଜାନୁଆରୀ ୧, ୨୦୨୦ ନିର୍ଦ୍ଦେଶାବଳୀ ଅନୁସାରେ ମାନକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଭାବରେ ଅବସ୍ଥାପିତ କରାଯାଇଛି । ଏହି ନିର୍ଦ୍ଦେଶାବଳୀ ପଛର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ଏକ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ଯେଉଁଥିରେ କି ସମସ୍ତ ବୀମାକାରୀଙ୍କ ମଧ୍ୟରେ ମାନକ କଭରେଜ ଓ ପଲିସିର ସମସ୍ତ ଶବ୍ଦାବଳୀ ରହିଥିବ ।
ଆରୋଗ୍ୟ ସଞ୍ଜିବନୀ ପଲିସି, ବଜାଜ୍ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ’ ହେଉଛି ଏକ ବାର୍ଷିକ ପଲିସି ଯେଉଁଥିରେ ଆଶ୍ୱସ୍ତ ଅର୍ଥର ପରିମାଣ ୧ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା ମଧ୍ୟରେ ରହିବ । ଏହି ପଲିସିଟିକୁ ବ୍ୟକ୍ତି ବିଶେଷଙ୍କ ପାଇଁ ଏବଂ ପରିବାର ପାଇଁ ଯଥା ଜୀବନସାଥୀ, ପିଲା, ପିତାମାତା ଓ ଶାଶୁ ଶ୍ୱଶୁରଙ୍କ ପାଇଁ ଫୋ୍ଲଟର ପ୍ଲାନ ଅନ୍ତର୍ଗତ କ୍ରୟ କରାଯାଇ ପାରିବ । ଏହି ପଲିସି ମେଡିକାଲ ଖର୍ଚ୍ଚ, ଆୟୁଷ ଚିକିତ୍ସା, ମାନସିକ ଅସୁସ୍ଥତା, ନୂତନ ଚିକିତ୍ସା ଯଥା ଷ୍ଟେମ ସେଲ ଚିକିତ୍ସା ଓ ରୋବୋଟିକ ସର୍ଜରୀ ଇତ୍ୟାଦିକୁ ଅନ୍ତର୍ଭକ୍ତ କରିବ । ଏହି ଉତ୍ପାଦର ପଲିସିଧାରୀମାନେ କିସ୍ତିରେ ସୁଧ ପ୍ରଦାନ କରିପାରିବେ (ବାର୍ଷିକ, ଅର୍ଦ୍ଧ ବାର୍ଷିକ, ତ୍ରୟମାସିକ ଓ ମାସିକ) ଯେଉଁଥିରେ ଜୀବନବ୍ୟାପୀ ନବୀକରଣର ସୁବିଧା ରହିବ । ଏହି ଯୋଜନାର ସୁଧ ୨୪୦୦ଟଙ୍କାରୁ (ଜିଏସଟି ଛାଡ଼ି) ଆରମ୍ଭ ଓ ଏହା ପଲିସିଧାରୀଙ୍କ ବୟସ ଓ ବଛା ଯାଇଥିବା ଆଶ୍ୱସ୍ତ ଅର୍ଥ ଉପରେ ନିର୍ଭର କରିବ । ଏହି ପଲିସିଟି ସମସ୍ତ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଏହି ପଲିସିର ସମଗ୍ର ବୟସ ହେଉଛି ୧୮ ବର୍ଷ ରୁ ୬୫ ବର୍ଷ ଓ ନିର୍ଭରଶୀଳ ପିଲାଙ୍କୁ ୩ ମାସ-୨୫ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରାଯାଇପାରିବ ।
ଏହି ଉତ୍ପାଦର ଶୁଭାରମ୍ଭ ଅବସରରେ ବଜାଜ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସର ଏମଡି ଓ ସିଇଓ ଶ୍ରୀ ତପନ ସିଂଘେଲ କହିଛନ୍ତି ଯେ, “ବଜାଜ୍ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସରେ ଆମର ଲକ୍ଷ ହେଉଛି ଏହି ଉତ୍ପାଦକୁ ସଫଳ କରାଇବା ଓ ଅଧିକାଂଶ ଲୋକମାନେ ଯେପରି ଏହି ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୁରକ୍ଷା ଟୁଲର ସୁବିଧା ପାଇପାରିବେ ଓ ସମ୍ମାନର ସହିତ ଜୀବନ ଯାପନ କରି ତାଙ୍କର ଜୀବନ ପ୍ରତ୍ୟାଶାକୁ ବୃଦ୍ଧି କରିପାରିବେ ତାହାକୁ ସୁନିଶ୍ଚିତ କରିବା ।”


Share It

Comments are closed.