ମନକୁ ଶାନ୍ତ କରିଥାଏ କର୍ପୁର : ଆହୁରି ରହିଛି ଅନେକ ଫାଇଦା


ହିନ୍ଦୁ ପରମ୍ପରାରେ କର୍ପୁରର ଧାର୍ମିକ ମହତ୍ତ୍ବ ରହିଛି। ଏହା ପୂଜା ପଦ୍ଧତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଶୀତଦିନେ ପୁରୁଣା ପୋଷାକକୁ ପୋକ ଦାଉରୁ ରକ୍ଷାକରିବା ପାଇଁ କର୍ପୁରର ପ୍ରୟୋଗ କରାଯାଏ। ଏସବୁ ବ୍ୟତୀତ କର୍ପୁରର ଆହୁରି ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀର ଏବଂ ମନ ଦୁଇଟିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆଣ୍ଠୁ-ଗଣ୍ଠି ବ୍ୟଥା,ଜଳା-ପୋଡ଼ା ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ କର୍ପୁର ଏକ ପ୍ରାକୃତିକ ଔଷଧ ଭାବରେ କାମ କରିଥାଏ। ଆଜି ଆମେ କର୍ପୁରର ବିଭିନ୍ନ ଫାଇଦା ବିଷୟରେ ଜାଣିବା

୧.ବାଳ ବଢ଼ିଥାଏ: ବାଳ ନ ବଢ଼ିବାର ଅନେକ କାରଣ ଥାଇପାରେ କିନ୍ତୁ କର୍ପୁରର ତେଲରୁ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଏଥିପାଇଁ ଚୁଟିରେ ଲଗାଇବା ତେଲ ସହିତ କର୍ପୁର ତେଲକୁ ମିଶାଇ ଲଗାନ୍ତୁ। ଏହାଦ୍ବାରା ମୁଣ୍ଡରେ ଥିବା ତ୍ବଚାରେ ରକ୍ତ ପ୍ରବାହିତ ହୋଇଥାଏ ଯାହା ବାଳର ବୃଦ୍ଧିରେ ସହାୟକ ହୋଇଥାଏ।

୨.ମଶାରୁ ରକ୍ଷା କରେ : ଡେଙ୍ଗୁ ରୋଗ ମଶାମାନଙ୍କ ଦ୍ବାରା ବ୍ୟାପିଥାଏ। ଏହି ରୋଗରୁ ବଞ୍ଚିବା ପାଇଁ ଆମକୁ ମଶା କବଳରୁ ରକ୍ଷା ପାଇବାକୁ ପଡ଼ିବ । କର୍ପୁର ମଶାମାନଙ୍କୁ ଘଉଡ଼ାଇବା ପାଇଁ ଏକ ଶ୍ରେଷ୍ଠ ଉପାୟ। ଏଥିପାଇଁ ରୁମରେ କର୍ପୁରକୁ ଜଳାଇ ସବୁ ଝରକା କବାଟ ବନ୍ଦ କରିଦିଅନ୍ତୁ। ଏହା ଘରକୋଣରେ ଲୁଚିଥିବା ମଶାମାନଙ୍କୁ ମାରିବାକୁ ସାହାଯ୍ୟ କରିଥାଏ ଏବଂ ମ୍ୟାଲେରିଆ ,ଡେଙ୍ଗୁ ଭଳି ମହାମାରୀ ରୋଗରୁ ବଞ୍ଚାଇଥାଏ।

୩.ମନକୁ କରିଥାଏ ଶାନ୍ତ: ନିଦ ନ ହେବା ଆଜିକାଲି ଏକ ସାଧାରଣ ସମସ୍ୟା। କର୍ପୁର ତେଲର ସୁଗନ୍ଧ ମନକୁ ଶାନ୍ତ ରଖିବା ସହ ନିଦ ଆସିବାରେ ସହାୟକ ହୋଇଥାଏ। ଏଥିପାଇଁ କର୍ପୁର ତେଲର କିଛି ବୁନ୍ଦା ତକିଆରେ ଲଗାଇକି ଆରାମରେ ଶୁଅନ୍ତୁ।

୪.ନାକ ବନ୍ଦ ଥିଲେ ଖୋଲିଥାଏ: ସର୍ଦ୍ଦି ହେଲେ ନାକ ବନ୍ଦ ହୋଇଯିବା,ନିଃଶ୍ବାସ ନେବାରେ ଅସୁବିଧା ଏବଂ ଛିଙ୍କ ହେବା ଭଳି ସମସ୍ୟା ଆମକୁ ହଇରାଣ କରିଥାଏ। କର୍ପୁର ଏହି ସମସ୍ୟାରୁ ଆମକୁ ମୁକ୍ତି ଦେଇଥାଏ। ଏଥିପାଇଁ ଏକ ବଡ଼ ତାଟିଆରେ ଗରମ ପାଣି ନିଅନ୍ତୁ ଏବଂ ଏଥିରେ କର୍ପୁରର ଗୋଟିଏ ଟୁକରା ପକାନ୍ତୁ। ବର୍ତ୍ତମାନ ଏହି ଗରମ ପାଣିରେ ଷ୍ଟିମ୍ ନିଅନ୍ତୁ ଏବଂ ଏହି ବାମ୍ଫକୁ ନାକ ରାସ୍ତାରେ ଭିତରକୁ ଟାଣନ୍ତୁ।

କୁଣ୍ଡିଆରୁ ମିଳିଥାଏ ମୁକ୍ତି: କୁଣ୍ଡିଆ ଯୋଗୁଁ ତ୍ବଚା ଲାଲ ପଡ଼ିଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ କର୍ପୁର ତେଲକୁ ପାଣିରେ ମିଶାଇ କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାନ୍ତୁ।


Share It

Comments are closed.