ଆଣ୍ଡ୍ରଏଡ୍‌ରେ ଟ୍ରୁକଲର୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନୂଆ ଫିଚର ସାମିଲ


ଭୁବନେଶ୍ୱର: ଟ୍ରୁକଲର୍ ଉପଭୋକ୍ତା ଅନୁଭୂତିକୁ ବୃଦ୍ଧି କରିବା ପାଇଁ ନୂତନ ଫିଚର ଆରମ୍ଭ କରିଛି । ଏହି ନୂତନ ଫିଚରଗୁଡିକରେ ଗ୍ରୁପ୍ ଭଏସ୍ କଲିଙ୍ଗ୍‌, ସ୍ମାର୍ଟ ଏସ୍‌ଏମ୍‌ଏସ୍ ଓ ଇନ୍‌ବକ୍ସ କ୍ଲିନର୍ ସାମିଲ ରହିଛି । ଏହି ସମସ୍ତ ଫିଚର ଉପଭୋକ୍ତାଙ୍କ ମତାମତ ଉପରେ ଆଧାରିତ ଏବଂ ଏଗୁଡିକୁ ଉପଭୋକ୍ତାଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଗ୍ରୁପ୍ ଭଏସ୍ କଲ୍‌ସ ସହିତ ଉପଭୋକ୍ତାମାନେ ଏକସଙ୍ଗେ ୮ ଜଣ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ସହ କ୍ରସ୍‌-ବର୍ଡର୍ ଭଏସ୍ କଲ୍ କରିପାରିବେ । ସ୍ମାର୍ଟ ଏସ୍‌ଏମ୍‌ଏସ୍ ଏକାଧିକ ନୂତନ ଫିଚର ପ୍ରଦାନ କରୁଛି ଯାହାକୁ ଦୈନନ୍ଦିନ ଯୋଗାଯୋଗକୁ ଅଧ୍ଚଳ ସୁବିଧାଜନକ କରିବା ପାଇଁ ଡିଜାଇନ ୍‌କରାଯାଇଛି । ଶେଷରେ ଇନ୍‌ବକ୍ସ କ୍ଲିନର୍ ଉପଭୋକ୍ତାଙ୍କୁ ଅଣବ୍ୟବହୃତ ମେସେଜ୍‌ଗୁଡିକୁ ରିମୁଭ୍ ବା ଦୂରକରି ସେମାନଙ୍କ ଫୋନ୍‌ର ସ୍ପେଶ୍ ଖାଲି କରିବାକୁ ଦେଇଥାଏ ।
ଏହି ନୂତନ ଯୋଗ ସମ୍ପର୍କରେ ମତ ରଖି ଟ୍ରୁକଲର୍‌ର ଭାରତର ପରିଚାଳନା ନିର୍ଦ୍ଦେଶକ ରିଶିତ୍ ଝୁନ୍‌ଝୁନ୍ ୱାଲା କହିଛନ୍ତିଯେ, ଆମେ ଆମ ଉପଭୋକ୍ତାମାନଙ୍କର ବିକଶିତ ଓ ନୂତନ ଆବଶ୍ୟକତାଗୁଡିକ ଉପରେ ଗୁରୁତ୍ୱ ଦେବା ଜାରି ରଖିଛୁ ଏବଂ ଉକ୍ତ ଆବଶ୍ୟକତାଗୁଡିକୁ ଅଭିନବ ସମାଧାନ ସହିତ ପୂରଣ କରୁଛୁ । ଏହି ଫିଚରଗୁଡିକ ଆମକୁ ସମସ୍ତଙ୍କ ପାଇଁ ଯୋଗାଯୋଗକୁ ଅଧିକ ସୁରକ୍ଷିତ ଓ ଦକ୍ଷ କରିବା ନେଇ ଆମର ଲକ୍ଷ୍ୟର ନିକଟତର କରିବ । ଟ୍ରୁକଲର୍ ଏକ ଶକ୍ତିଶାଳୀ କମ୍ୟୁନିକେଶନ ହବ୍‌ରେ ବିକଶିତ ହୋଇଛି ଏବଂ ଏହି ଆପ୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ୟବହାର କରିବାକୁ ଇଚ୍ଛା ରଖିଥିବା ଲୋକମାନଙ୍କ ପାଇଁ ଏହି ଫିଚରଗୁଡିକ ଉନ୍ନତ ରୂପେ ମୂଲ୍ୟ ଯୋଗ କରୁଛନ୍ତି । ଗ୍ରୁପ୍ ଭଏସ୍ କଲିଙ୍ଗ୍‌, ସ୍ମାର୍ଟ ଏସ୍‌ଏମ୍‌ଏସ୍ ଓ ଇନ୍‌ବକ୍ସ କ୍ଲିନର୍ ସହିତ ମୁଁ ଆଶାକରୁଛି ଯେ, ଉପଭୋକ୍ତାମାନେ ସଂଯୁକ୍ତ ରହିବାର ସୁବିଧା ପ୍ରଦାନ କରି, ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡିକର ଶୀର୍ଷରେ ରହିବା ପାଇଁ ସ୍ମାର୍ଟ ରୂପେ ମେସେଜିଙ୍ଗ୍ ସେବାର ବ୍ୟବହାର କରି ଏବଂ ଶେଷରେ ମୋବାଇଲ ଫୋନ୍‌କୁ ଆଉଟ୍ ଅଫ୍ ସ୍ପେସରୁ ସୁରକ୍ଷିତ ରଖିବା ପାଇଁ ଇନ୍‌ବକ୍ସ କ୍ଲିନର୍‌ର ବ୍ୟବହାର କରି ଅଧିକ ଦକ୍ଷତାର ସହିତ ପରିଚାଳନା କରିବାକୁ ସକ୍ଷମ ହେବେ ।
ଟ୍ରୁକଲର୍‌ର ଭଏସ୍ କଲ୍‌ଗୁଡିକ ସବୁବେଳେ ମାଗଣା ରହିଆସିଛି । ଏହି ଉନ୍ନତିକରଣ ଉପଭୋକ୍ତାଙ୍କୁ ଏକ କଲ୍‌ରେ ୮ ଜଣ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ସାମିଲ କରିବାକୁ ଅନୁମତି ଦେଇଥାଏ ଏବଂ ହାଇ ଭଏସ୍ କ୍ଲାରିଟିକୁ ବଜାୟ ରଖିଥାଏ, ଯେଉଁଥିପାଇଁ ଟ୍ରୁକଲର୍ ପରିଚିତ । ଟ୍ରୁକଲର୍ ଗ୍ରୁପ୍ ମଧ୍ୟରେ ସ୍ପାମ୍ ୟୁଜର୍‌ମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଏକ କଲ୍ ଆରମ୍ଭ କରିବା ସମୟରେ ଟ୍ରୁକଲର୍ ଅନ୍ୟ ଜଣେ ଉପଭୋକ୍ତା ଅନ୍ୟ ଏକ କଲ୍‌ରେ ବ୍ୟସ୍ତ ଥିଲେ କିମ୍ବା ଅଫ୍‌ଲାଇନ୍ ଥିଲେ ତାହାକୁ ମଧ୍ୟ ସୂଚିତ କରିବ । ଗୁରୁତ୍ୱପୂର୍ଣ୍ଣ ଭାବେ ସମସ୍ତ ଗ୍ରୁପ୍ ଭଏସ୍ କଲ୍‌ଗୁଡିକ ସିମେଟ୍ରିକ୍ ଏନ୍‌କ୍ରିପ୍‌ଶନ ସହିତ ସୁରକ୍ଷିତ ରହିଛି । ସ୍ମାର୍ଟ ଏସ୍‌ଏମ୍‌ଏସ୍ ହେଉଛି ଏସ୍‌ଏମ୍‌ଏସ୍ ଇଞ୍ଜିନ୍ ପାଇଁ ଏକ ଶକ୍ତିଶାଳୀ ବିବର୍ତନ ଯାହା ସ୍ପାମ୍‌କୁ ଫିଲ୍ଟର କରିବା, ଉପଯୋଗୀ ସୂଚନାକୁ ବିଭକ୍ତିକରଣ କରିବା, ପେମେଂଟ୍‌ଗୁଡିକ ସମ୍ପର୍କରେ ଆପଣଙ୍କୁ ମନେ ପକାଇଦେବା ଓ ସାଧାରଣରେ ଆପଣଙ୍କର ଏସ୍‌ଏମ୍‌ଏସ୍ ଇନ୍‌ବକ୍ସକୁ ଏକ ଅଧିକ ସଂଗଠିତ ସ୍ଥାନରେ ପରିଣତ କରିବା କ୍ଷେତ୍ରରେ ଅଧିକ ଉନ୍ନତ ହୋଇଛି । ଇନ୍‌ବକ୍ସ କ୍ଲିନର୍ ଆପଣଙ୍କୁ ସମସ୍ତ ପୁରୁଣା, ଅବାଂଛିତ ମେସେଜ୍‌ଗୁଡିକୁ କେବଳ କିଛି ସେକେଣ୍ଡରେ କ୍ଲିୟର କରିବାରେ ସାହାଯ୍ୟ କରିଥାଏ । ଆମର ଉପଭୋକ୍ତାଙ୍କୁ ଏବେ ପୃଥକ ଭାବରେ ଏସ୍‌ଏମ୍‌ଏସ୍‌ଗୁଡିକୁ ଡିଲେଟ୍ କରିବା ପାଇଁ ଚୟନ କରିବାରେ ସମୟ ବିତାଇବାକୁ ପଡିବ ନାହିଁ ।


Share It

Comments are closed.