ଏହି ସବୁ ରାଜ୍ୟମାନଙ୍କରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାକାଳୀନ ହୋଇପାରେ


ହରିୟାଣା, ଝାରଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ ଲୋକସଭା ନିର୍ବାଚନ ସହିତ ହୋଇପାରେ । ଏହି ରାଜ୍ୟମାନଙ୍କରେ ପୁଣି ଥରେ ମୋଦି ମ୍ୟାଜିକର ସାହାରାରେ ସରକାର ଗଢିବା ପାଇଁ ବିଜେପିର ଉପରସ୍ତରରେ ଆଲୋଚନା ଚାଲିଛି । ବିଜେପି ଏହି ତିନି ରାଜ୍ୟମାନଙ୍କରେ ଅନେକ ଜଟିଳ ପରିସ୍ଥିତିର ସାମନା କରୁଛି । ପୂର୍ବରୁ ଏହି ରାଜ୍ୟମାନଙ୍କରେ ୨୦୧୪ରେ ଲୋକସଭା ନିର୍ବାଚନର ଏକ ବର୍ଷ ପରେ ବିଧାନସଭା ନିର୍ବାଚନ ହୋଇଥିଲା ।
ପାର୍ଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ରାଜ୍ୟମାନଙ୍କରେ ଏକାକଳୀନ ଭାବେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଇବାର ବିକଳ୍ପ ମଜବୁତ ରହିଛି । ବିଗତ ବିଧାନସଭା ନିର୍ବାଚନରେ ଏହି ରାଜ୍ୟ ମାନଙ୍କରେ ମୋଦି ମ୍ୟାଜିକ ଦଳକୁ ବେଶ ଫାଇଦା ଦେଇଥିଲା । ବର୍ତ୍ତମାନ ଏହି ରାଜ୍ୟ ମାନଙ୍କରେ ବିଜେପି ପାଇଁ ଅନେକ ଗୁଡିଏ ଆହ୍ୱାନ ରହିଛି । ଝାରଖଣ୍ଡରେ କଂଗ୍ରେସ, ଜେଏମଏମ ଏବଂ ଆରଜେଡି ଗୋଟିଏ ମଞ୍ଚରେ ନଜର ଆସିବାର ଦେଖିବାକୁ ମିଳୁଛିି ।
ସେହିଭଳି ମହାରାଷ୍ଟ୍ରରେ ଶିବସେନା ଲୋକସଭା ନିର୍ବାଚନ ଏକାକୀ ଲଢିବା ପାଇଁ ନିଷ୍ପତି ନେଇଛି । ହରିୟାଣା ବିଜେପିର ପରିସ୍ଥିତି ଭଳ ନଥିବାବେଳେ ସେଥି ପାଇଁ ଦଲର ବରିଷ୍ଠ ନେତାମାନେ ଏହି ରାଜ୍ୟମାନଙ୍କରେ ଏକାକାଳୀନ ନିର୍ବାଚନ କରିବାର ବିକଳ୍ପ ଉପରେ ମନ୍ଥନ କରୁଛନ୍ତି ।
ହରିୟାଣାରେ ବିଜେପି ମଧ୍ୟରେ ଗୋଷ୍ଠି କନ୍ଦଳ ଚାଲିଥିବାବେଳେ ରାଜ୍ୟ ଜନତାମାନେ ସରକାର ବିରୋଧରେ ବିଷୋଦାଗାର ପ୍ରକାଶ କରୁଛନ୍ତି । ସମସ୍ତ ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତା ଖୁସି ନହେବା, ସରକାର ଏବଂ ସଂଗଠନ ମତଭେଦ ଲାଗିଥିବା ଖବର ଏବେ ସାମନାକୁ ଆସିଛି । ବିଶ୍ଳେଷଣ କାରୀଙ୍କ କହିବା ମୁତାବକ ଏହି ରାଜ୍ୟ ମାନଙ୍କରେ ଏକାକାଳୀନ ନିର୍ବାଚନ ପ୍ରଚାର ସମୟରେ ମୋଦି ବନାମ ଅନ୍ୟ ଦଳ ହେବ, ଯାହା ଫଳରେ ବିଜେପିକୁ ଅନେକ ଫାଇଦା ହେବ ।


Share It

Comments are closed.