ନଟରାଜନଙ୍କୁ ନିଜର ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରି ସମସ୍ତ ହୃଦୟ ଜିଣିଲେ ପାଣ୍ଡିଆ
ସିଡନୀ ଟି-୨୦ରେ ହାରିବା ସତ୍ତ୍ୱେ ସିରିଜ ହାତେଇଛି ଟିମ୍ ଇଣ୍ଡିଆ। ଟି-୨୦ ସିରିଜରେ ଦଳଗତ ଭାବେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଭଲ ଖେଳିଥିଲେ। ହେଲେ ସିରିଜରେ ଦମଦାର ଖେଳ ପ୍ରଦର୍ଶନ କରିଥିବା ହେତୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିତ ପାଣ୍ଡ୍ୟା ‘ମ୍ୟାନ୍ ଅଫ୍ ଦି ସିରିଜ’ ବିବେଚିତ ହୋଇଛନ୍ତି। ମ୍ୟାନ୍ ଅଫ୍ ଦି ସିରିଜ ହାତେଇବା ପରେ ହାର୍ଦ୍ଦିକ ଏଭଳି ଏକ କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
Natarajan, you were outstanding this series. To perform brilliantly in difficult conditions on your India debut speaks volumes of your talent and hardwork 👏 You deserve Man of the Series from my side bhai! Congratulations to #TeamIndia on the win 🇮🇳🏆 pic.twitter.com/gguk4WIlQD
— hardik pandya (@hardikpandya7) December 8, 2020
‘ମ୍ୟାନ୍ ଅଫ୍ ଦି ସିରିଜ’ ପାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଟ୍ରଫିକୁ ଦ୍ରୁତ ବୋଲର ଟି-ନଟରାଜନଙ୍କ ଦେଇ ଦେଇଛନ୍ତି। ଏହାପରେ ପାଣ୍ଡ୍ୟା କହିଛନ୍ତି ଯେ, ଦ୍ରୁତ ବୋଲର ଟି-ନଟରାଜନ ନିଜର ଦମଦାର ବୋଲିଂ ପାଇଁ ଏହି ପୁରସ୍କାରର ଅସଲ ହକଦାର। ଅପରପକ୍ଷେ ପାଣ୍ଡ୍ୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, “ନଟରାଜନ ତୁମେ ଏହି ସିରିଜ୍ରେ ବେଶ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ପାଇଁ ଡେବ୍ୟୁ କରିବା ବେଳେ ପରିସ୍ଥିତି ବହୁତ ଜଟିଳ ଥିଲା। ତଥାପି ତୁମେ ଜବରଦସ୍ତ ବୋଲିଂ କରିଥିଲ। ତୁମ ପ୍ରଦର୍ଶନ ହିଁ ତୁମେ କେତେ ପରିଶ୍ରମୀ ଓ ଟ୍ୟାଲେଣ୍ଟଟେଡ୍, ସେକଥା ବୟାନ କରୁଛି। ତୁମେ ମୋ ତରଫରୁ ମ୍ୟାନ ଅଫ ଦି ସିରିଜ୍ର ହକଦାର ଭାଇ। ସିରିଜ୍ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ବହୁତ ବହୁତ ଶୁଭେଚ୍ଛା” ସୂଚନାଥାଉକି, ତାମିଲନାଡ଼ୁର ୨୯ ବର୍ଷୀୟ ଦ୍ରୁତ ବୋଲର ନଟରାଜନ କାନବେରାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ଏପର୍ଯ୍ୟନ୍ତ ୪ଟି ମ୍ୟାଚରୁ ୮ ୱିକେଟ ନେଇଛନ୍ତି। ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଯାକ ଟି-୨୦ରେ ୬ୱିକେଟ ନେଇଛନ୍ତି। ସେହିପରି ଗୋଟିଏ ଦିନିକିଆ ମ୍ୟାଚ୍ ଖେଳି ସେ ଦୁଇଟି ୱିକେଟ ନେଇଥିଲେ।
Comments are closed.