ହାୟର ଇଣ୍ଡିଆ ପକ୍ଷରୁ ୮୩ଟି ନୂତନ ପିଢି ଉତ୍ପାଦର ଶୁଭାରମ୍ଭ


ଆନ୍ତର୍ଜାତୀୟ ହୋମ୍ ଆପ୍ଲାଏନ୍ସେସ୍ ଓ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ତଥା ବିଶ୍ୱର ଏକ ନମ୍ବର ବୃହତ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ, ହାୟର୍ ପକ୍ଷରୁ ୮୩ଟି ନୂତନ ଉତ୍ପାଦ ଶୁଭାରମ୍ଭ କରାଯିବା ସହ ହୋମ୍ ଆପ୍ଲାଏନ୍ସେସ୍ ଶିଳ୍ପରେ ଆଇଓଟି ଯୁଗର ବିସ୍ତାର ପାଇଁ ଏହାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି । ହାୟର ରେଫ୍ରିଜରେଟର୍‌, ଏୟାର କଣ୍ଡିସ୍‌ନର, ୱାଶିଙ୍ଗ୍ ମେସିନ୍‌, ଏଲ୍‌ଇଡି ଟିଭି ଓ ଅନ୍ୟାନ୍ୟ ପ୍ରମୁଖ ବର୍ଗରେ ଏହାର ଉତ୍ପାଦ ଶୃଙ୍ଖଳାର ସମ୍ପ୍ରସାରଣ କରିଛି । ହାୟର୍ ଭାରତୀୟ ବଜାର ପାଇଁ ଏହାର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରିବା ପାଇଁ ଏହାର ୨୦୨୦ ଲକ୍ଷ୍ୟକୁ ଆଗକୁ ବଢରଇଛି ।

ହାଇଦ୍ରାବାଦ ଇଂଟର୍‌ନ୍ୟାସ୍‌ନାଲ କନ୍‌ଭେନ୍‌ସନ୍ ସେଂଟର୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ହାୟର୍‌ର ଅତ୍ୟାଧୁନିକ ସ୍ମାର୍ଟହୋମ୍ ସଲ୍ୟୁସନ୍ସର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାୟର ଏସି, ୱାଶିଙ୍ଗ ମେସିନ୍‌, ରେଫ୍ରିଜରେଟର୍‌, ଟିଭି, ମାଇକ୍ରୋୱେଭ୍‌, ଡିପ୍ ଫ୍ରିଜର୍ ଓ ୱାଟର ହିଟର ଆଦି ବର୍ଗରେ ବିଭିନ୍ନ ଉତ୍ପାଦ ପ୍ରଦର୍ଶନ କରାଯାଇଛି । ହାୟର ସବୁବେଳେ ଗ୍ରାହକ-ଅନୁପ୍ରାଣିତ ଉଦ୍ଭାବନ ଗୁଡିକୁ ପ୍ରୋତ୍ସାହିତ କରିଆସିଛି ଏବଂ ନୂଆ ଉତ୍ପାଦ ବଜାରକୁ ଆଣି ନିଜ ଗ୍ରାହକଙ୍କ ଅସମ୍ବୋଧିତ ଆବଶ୍ୟକତାଗୁଡିକୁ ନିରନ୍ତର ଭାବେ ପୂରଣ କରିଆସିଛି । ସ୍ମାର୍ଟ ହୋମ୍ ସଲ୍ୟୁସନନ୍ସ ପାଇଁ ଏହାର ଉତ୍ପାଦ ଶୃଙ୍ଖଳର ସମ୍ପ୍ରସାରଣ ସହ ଏହି ବ୍ରାଣ୍ଡ ଭବିଷ୍ୟତରେ ଏହାର ବିଭିନ୍ନ ବର୍ଗରେ ଉଚ୍ଚ ସ୍ତରର ବିକାଶ ଜାରି ରଖିବାକୁ ଏବଂ ଭାରତରେ ବର୍ଦ୍ଧିତ ଉପଭୋକ୍ତା ଆଧାରକୁ ସେବା ପ୍ରଦାନ କରିବାକୁ ଆଶା ରଖିଛି ।



ଏଠାରେ ପ୍ରଦର୍ଶିତ ହୋଇଥିବା ଆଇଓଟି ଓ ଏୟାଇ ପରିଚାଳିତ କିଛି ପ୍ରମୁଖ ଉତ୍ପାଦ ହେଉଛି ଆଣ୍ଡ୍ରଏଡ୍ ଓ ଗୁଗଲ୍ ସାର୍ଟିଫାଏଡ୍ ସ୍ମାର୍ଟ ଏଲ୍‌ଇଡି ଟିଭି, ୱାଇଫାଇ ସକ୍ଷମ ୱାଶିଙ୍ଗ ମେସିନ୍‌, ଇଣ୍ଡଷ୍ଟ୍ରୀର ସର୍ବବୃହତ୍ ଇନ୍‌ଡୋର୍ ୟୁନିଟ୍ ସହ ନୂତନ କ୍ଲିନ୍ କୁଲ୍ ରେଞ୍ଜ୍‌ର ଏସି, ଡୋର୍‌ରେ ଇନ୍‌ଷ୍ଟଲ ହୋଇଥିବା ଏକ ଇନ୍‌-ବିଲ୍ଟ ଏଲ୍‌ଇଡି ସ୍କ୍ରିନ୍ ସହ ସ୍ମାର୍ଟ ରେଫ୍ରିଜରେଟର୍ ଇତ୍ୟାଦି । ହାୟର୍ ଭାରତରେ ବୃହତ୍ ଫର୍ମାଟ୍ ଷ୍ଟୋର୍‌ର ଏକ ବିଶାଳ ଖୁଚୁରା ନେଟ୍‌ୱର୍କ, ମଲ୍ଟି ବ୍ରାଣ୍ଡ ଆଉଟ୍‌ଲେଟ୍ ଓ ଏକ ରୋବଷ୍ଟ ଡିଲର ନେଟ୍‌ୱର୍କ ସହ ଏହାର ଉପଭୋକ୍ତା ଆଧାରକୁ ଆହୁରି ମଜଭୁତ କରିବାକୁ ଯୋଜନା ରଖିଛି । ବର୍ତମାନ କମ୍ପାନୀର ଭାରତରେ ୨୦,୦୦୦ ଡିଲରଙ୍କ ଏକ ମଜଭୁତ ନେଟ୍‌ୱର୍କ ରହିଛି ଯାହା ମଧ୍ୟରେ ୨୦୦୦ ପ୍ରତ୍ୟକ୍ଷ ଓ ୧୮୦୦୦ ଅପ୍ରତ୍ୟକ୍ଷ ଡିଲର ରହିଛନ୍ତି ।

ଏସମ୍ପର୍କରେ ମତ ରଖି ହାୟର ଆପ୍ଲାଏନ୍ସେସ୍ ଇଣ୍ଡିଆର ଅଧ୍ୟକ୍ଷ, ଏରିକ୍ ବ୍ରାଗେଞ୍ଜା କହିଛନ୍ତିଯେ, “ହୋମ୍ ଆପ୍ଲାଏନ୍ସେସ୍ ଶିଳ୍ପ ଆଇଓଟି ଓ ନୂତନ ପ୍ରଯୁକ୍ତି ବିଦ୍ୟା ଯୁଗର ଆରମ୍ଭ କରିଛି ଯେଉଁଠାରେ ଗ୍ରାହକମାନେ ଏକ କନେକ୍ଟେଡ୍ ଓ ଏକ ନୂତନ ଯୁଗର ଅଭିଜ୍ଞତା ପ୍ରଦାନ କରିପାରୁଥିବା ଉତ୍ପାଦ ସନ୍ଧାନରେ ଅଛନ୍ତି । ହାୟର୍‌ରେ ଆମେ କିଛି ଏଭଳି ଉତ୍ପାଦ ଆଣିବା ପାଇଁ ପ୍ରତିବଦ୍ଧ ଯାହା ପ୍ରେରିତ ଜୀବନ ଜିଇଁବା ନେଇ ଆମର ଲକ୍ଷ୍ୟ ସହ ବାଧାହୀନ ଭାବେ ଜଡିତ ହେଉଛି ଏବଂ ଉପଭୋକ୍ତାଙ୍କ ଦୈନନ୍ଦିନ ଜୀବନରେ ସହଜତା ଆଣିପାରୁଛି । ଗ୍ରାହକ ପ୍ରେରିତ ଉଦ୍ଭାବନ ସହ ହାୟର ଏହାର ଗ୍ରାହକଙ୍କ ପାଇଁ ସହଜତା ଓ ଉପଲବ୍ଧତା ପ୍ରଦାନ କରିବା ଲାଗି ଏକ ବ୍ୟାପକ ସର୍ଭିସ୍ ସେଂଟର୍ ନେଟ୍‌ୱର୍କ ମାଧ୍ୟମରେ ଉନ୍ନତ ବିକ୍ରି ପରବର୍ତୀ ସେବା ମଧ୍ୟ ସୁନିଶ୍ଚିତ କରୁଛି । ୨୦୨୦ରେ ଏହି ବ୍ରାଣ୍ଡ ଦେଶବ୍ୟାପୀ ଏକ ମଜଭୁତ ଡିଲର ଆଧାର ସହ ବିଭିନ୍ନ ବର୍ଗରେ ଏହାର ସେବାକୁ ଆହୁରି ସୁଦୃଢ କରିବାକୁ ଯୋଜନା ରଖିଛି ।


Share It

Comments are closed.