ଭୁବନେଶ୍ୱର ଆସୁଛନ୍ତି ଗୁରୁ ରାନ୍ଧୱା


ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଏକ ମ୍ୟୁଜିକାଲ୍ କନସର୍ଟ ଆୟୋଜିତ ହେବାକୁ ଯାଉଛି । ପର୍ସେପ୍ଟ ଲାଇଭ୍ ପକ୍ଷରୁ ଆୟୋଜିତ ଏହି ମଲ୍ଟିସିଟି କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଡ୍ରିମ କ୍ରାଫ୍ଟ ଇଭେଣ୍ଟ୍ସ ସହଯୋଗରେ କରାଯାଉଛି ।
ଏହି କନ୍ସର୍ଟ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନୀରେ ପରସେପ୍ଟ ଲାଇଭରୁ ଅଭିଷେକ ଜାନା, ମ୍ୟାଜିକ ମୁମେଣ୍ଟସରୁ ପଲ୍ଲବୀ କପୁରଙ୍କ ସହ ଡ୍ରିମକ୍ରାଫ୍ଟ ଇଭେଣ୍ଟ୍ସର ଅଙ୍କିତ ମହାନ୍ତି, ପ୍ରଣୟ ପ୍ରଧାନ ଏବଂ ସୋସିଆଲ ମିଡିଆ ଆନାଲିଷ୍ଟ ସନ୍ତୋଷ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ସ୍ପନସର୍ କିଙ୍ଗ୍ଫିସର୍ ଷ୍ଟୋର୍ମ ଥିବାବେଳେ ହସ୍ପିଟାଲିଟି ପାର୍ଟନର ଓୟୋ ରୁମ୍ସ ରହିଛି ।
“ତୁମ୍ହାରି ସୁଲୁ”ରେ ‘ବନ୍ୟା ରାନୀ’, “ପାଟୋଲା”, “ଫେସନ୍”, “ଲାହୋର୍” ଆଦିରେ କଣ୍ଠଦାନ କରି ଗାୟକ ଗୁରୁ ରାନ୍ଧୱା ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ସେ “ହିନ୍ଦୀ ମିଡିୟମ୍” ମାଧ୍ୟମରେ ବଲିଉଡକୁ ପ୍ରବେଶ କରିଥିଲେ । ସୋସିଆଲ୍ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ସେ ଗାଇଥିବା ‘ହାଇ ରେଟେଡ୍ ଗବ୍ରୁ’ ଗୀତକୁ ୩୪୫୦ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକ ଦେଖିସାରିଲେଣି । ପିଟିସି ମ୍ୟୁଜିକ୍ ଆୱାର୍ଡ ୨୦୧୪ରେ “ବେଷ୍ଟ ମେଲ୍ ଡେବ୍ୟୁଟ୍” ଭାବେ ତାଙ୍କୁ ଚୟନିତ କରାଯାଇଥିଲା । ପୁଣି ପିଟିସି ମ୍ୟୁଜିକ୍ ଆୱାର୍ଡ ୨୦୧୬ରେ ସେ “ବେଷ୍ଟ ଡୁଓ ସଙ୍ଗ୍୍” ମଧ୍ୟ ପ୍ରାପ୍ତ କରିଛନ୍ତି ।
ଏହି ଅବସରରେ ଶ୍ରୀ ଅଙ୍କିତ ମହାନ୍ତି, ଡ୍ରିମକ୍ରାଫ୍ଟ ଇଭେଣ୍ଟ୍ସରୁ ପ୍ରକାଶ କରିଛନ୍ତି ଯେ, “ଭୁବନେଶ୍ୱରରେ ଏହି ଶୋ ପାଇଁ ଯୁବ ବର୍ଗମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି ।”


Share It

Comments are closed.