କରୋନା ବିରୋଧୀ ମୁକାବିଲା ମଧ୍ୟରେ ଆସିଲା ଏକ ଖୁସି ଖବର, ଦେଶରେ କମିଛି ସଂକ୍ରମଣ ହାର


ଭାରତରେ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ବିଗତ ୪ ଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଣାପଡ଼ୁଛି। ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି। ୨୫ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫୭ ଥିଲା। ୨୬ ତାରିଖରେ ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ୨୭ ତାରିଖରେ ଆକ୍ରାନ୍ତ ସଂଖ୍ୟା ୮୮୬କୁ ବଢ଼ିବା ସହିତ ୧୫୧ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ପରେ ୨୮ ତାରିଖରେ ୧୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ତାରିଖରେ ଏହି ସଂଖ୍ୟା ୧୧୦ ରହିଛି। ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୦୧୦ ଜଣ ଚିକିତ୍ସାଧୀନ ଅଛନ୍ତି।


Share It

Comments are closed.