ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ପୁରୀରେ ଦ୍ୱିତୀୟ ବ୍ରାଣ୍ଡ୍ ଆଉଟ୍‌ଲେଟ୍‌ର ଉଦଘାଟନ କରାଯାଇଛି


ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ଫ୍ଲାଗ୍‌ସିପ୍ କଂପାନି ଗୋଦ୍‌ରେଜ୍ ଆଣ୍ଡ୍ ବୋଏସ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ବ୍ୟବସାୟ ୟୁନିଟ୍ ତଥା ହୋମ୍ ଆପ୍ଲାଏନ୍‌ସେସ୍ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ଗୋଦ୍‌ରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ପୁରୀରେ ଦ୍ୱିତୀୟ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍‌ଲେଟ୍ (ଇବିଓ) ଉଦ୍‌ଘାଟନ କରାଯାଇ ଓଡ଼ିଶାରେ ଏହାର ଉପସ୍ଥିତିକୁ ସୁଦୃଢ଼ କରାଯାଇଛି । ଏହି ଉଦଘାଟନ ସହିତ ଓଡ଼ିଶାରେ ବ୍ରାଣ୍ଡ୍‌ର ଇବିଓ ସଂଖ୍ୟା ୨୪ରେ ପହଂଚିଛି । ପୁରୀରେ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ପାଇଁ ପରବର୍ତୀ ସ୍ତରର ଅନୁଭୂତି ସୃଷ୍ଟି କରିବା ଲାଗି ଗୋଦରେଜ ଆପ୍ଲାଏନ୍‌ସେସ୍ ପକ୍ଷରୁ ଚ୍ୟାନେଲ୍ ପାର୍ଟନର୍ ଏମ୍‌/ଏସ୍ ଲୋକନାଥ ଏଟଂରପ୍ରାଇଜେସ୍ ସହଯୋଗରେ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍‌ଲେଟ୍‌କୁ ୧୪୦୦ ବର୍ଗଫୁଟରେ ଖୋଲାଯାଇଛି । ପୁରୀର ଅନ୍ୟନ୍ୟା ରିସୋର୍ଟ ନିକଟସ୍ଥ ଭିଆଇପି ରୋଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହାକୁ ଖୋଲାଯାଇଛି ।
ଏହି ଉନ୍ମୋଚନ ଅବସରରେ ରଘୁନାଥ ମିଶ୍ର, ଜୋନାଲ୍ ବିଜନେସ୍ ହେଡ୍ (ଇଷ୍ଟ୍‌-ଓବିଜେ)-ଗୋଦ୍‌ରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ଗ୍ରାହକମାନଙ୍କ ସହ ଯେତେ ସମ୍ଭବ ସେତେ ନିକଟତର ହେବାକୁ ଆମେ ସର୍ବଦା ଉଦ୍ୟମ କରିଥାଉ । ଆମର ବିଶ୍ୱାସ ରହିଛି ଯେ ଆମର ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍‌ଲେଟ୍‌ଗୁଡ଼ିକ ଆମ ଉପରେ ଭରସା ପ୍ରକଟ କରୁଥିବା ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବ । ଆମର ସ୍ୱତନ୍ତ୍ର ସୋ’ରୁମ୍ ଜରିଆରେ ଆମେ ଗୋଟିଏ ସ୍ଥାନରେ ଶ୍ରେଷ୍ଠ ମାନର ସବୁ ପ୍ରକାର ଆପ୍ଲାଏନ୍‌ସେସ୍‌ଗୁଡ଼ିକୁ ପ୍ରଦର୍ଶିତ କରିବାର ସୁଯୋଗ ପାଉଛୁ । ଆମ ପାଇଁ ପୁରୀ ହେଉଛି ଏକ ଉଦୀୟମାନ ଗୁୁରୁତ୍ୱପୂର୍ଣ୍ଣ ବଜାର ଏବଂ ଆମେ ଶ୍ରେଷ୍ଠ ସପିଙ୍ଗ ଅନୁଭୂତି ସହିତ ଗ୍ରାହକମାନଙ୍କୁ ଉଲ୍ଲସିତ କରିବାକୁ ଚାହିଁରହିଛୁ ।’’
ଏମ୍‌/ଏସ୍ ଲୋକନାଥ ଏଟଂରପ୍ରାଇଜେସ୍‌ର ମାଲିକ ଗଗନ ବିହାରୀ ଦଳାଇ କହିଛନ୍ତି ଯେ, “ଅତ୍ୟଧିକ ପ୍ରଶଂସାଯୋଗ୍ୟ ଓ ବିଶ୍ୱସନୀୟ ବ୍ରାଣ୍ଡ୍ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି । ଆମେ ନିଶ୍ଚିତ ଯେ ଆମର ଏହି ଆଉଟ୍‌ଲେଟ୍ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ସ୍ୱତନ୍ତ୍ର ଉପସ୍ଥାପନା ଜରିଆରେ ପୁରୀର ଗ୍ରାହକମାନଙ୍କ ପାଇଁ ଏକ ଶ୍ରେଷ୍ଠ ସ୍ଥାନ ହେବ ।


Share It

Comments are closed.