କରୋନା ଟିକାକୁ ନେଇ ଚେତାଇଲା ଭାରତ ବାୟୋଟେକ, ଏହି ଲୋକମାନେ ନିଅନ୍ତୁ ନାହିଁ ‘କୋଭାକ୍ସିନ୍’

କରୋନା ଭାଇରସର ମୁକାବିଲା ପାଇଁ କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ ଉତ୍ପାଦନ କରୁଥିବା କମ୍ପାନୀ ଭାରତ ବାୟୋଟେକ୍ ଏହାର ଟିକାକୁ ନେଇ ଲୋକଙ୍କୁ ଚେତାବନୀ ଦେଇଛି | ଭାରତ ବାୟୋଟେକ କହିଛି ଯେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା କିମ୍ବା କୌଣସି ଗୁରୁତର ରୋଗ ପାଇଁ ଔଷଧ ସେବନ କରୁଥିବା ଲୋକମାନେ କୋଭାକ୍ସିନ ଟୀକା ନେବା ଉଚିତ ନୁହେଁ। ଭାରତ ବାୟୋଟେକ୍ ଏକ ଫ୍ୟାକ୍ଟସିଟ୍ ପ୍ରକାଶ କରିଛି ଯେଉଁଥିରେ କେଉଁ ଲୋକମାନେ କୋଭାକ୍ସିନ ପାଇବା ଉଚିତ୍ ନୁହେଁ ତାହା ଦର୍ଶାଯାଇଛି ।

କମ୍ପାନୀ ଓ୍ବେବସାଇଟ୍ ରେ ଅପଲୋଡ୍ କରାଯାଇଥିବା ଫ୍ୟାକ୍ଟସିଟ୍ ଜରିଆରେ ଭାରତ ବାୟୋଟେକ୍ କହିଛି ଯେ, ଯେଉଁମାନଙ୍କଠାରେ ଆଲର୍ଜି, ଥଣ୍ଡା, ରକ୍ତସ୍ରାବ ରୋଗ ସହ ଯେଉଣାନଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଅଛି ଅଥବା ଔଷଧ ସେବନ କରୁଛନ୍ତି ଅଥବା ଯେଉଁମାନଙ୍କର ପ୍ରତିରୋଧକ କ୍ଷମତା ଉପର ପ୍ରଭାବ ପଡିପାରେ ସେମାନେ ଏହି ଟିକା ନେବା କଥା ନୁହେଁ । ଆହୁରି ମଧ୍ୟ ଗର୍ବବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ଏହି ଟିକା ନେଇପାରିବେ ନାହିଁ । ଯଦି ସେହି ଅନ୍ୟ ଟିକା ନେଇଛନ୍ତି ତେବେ ତାଙ୍କୁ ଏହି ଟିକା ଦିଆଯାଇପାରିବନାହିଁ । ଅନ୍ୟ କୌଣସି ଗମ୍ଭୀର ରୋଗରେ ଆକ୍ରାନ୍ତ ଥିଲେ ମଧ୍ୟ କୋଭାକ୍ସିନ୍ ଟିକା ନେଇପାରିବେ ନାହିଁ ।

ଫ୍ୟାକ୍ଟ ସିଟ୍ ରେ ଏହା ମଧ୍ୟ କୁହାଯାଇଛି ଯେ, ନିୟମିତ ରୂପରେ ଔଷଧ ସେବନ କରୁଥିଲେ ଅଥବା ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେ ଟିକାକରଣ ସମୟରେ ସମସ୍ତ କାଗଜପତ୍ର ଦେଖାଇବା ଜରୁରୀ । କେବେଠାରୁ ଏବଂ କେଉଁ ଅବସ୍ଥାରେ ରହିଛ ତାର ମଧ୍ୟ ସଠିକ୍ ତଥ୍ୟ ଦେବା ଜରୁରୀ ।

କମ୍ପାନୀ କହିଛି ଯେ, ଟିକାକରଣର ଦ୍ବିତୀୟ ଡୋଜ୍ ନେବା ପରେ ତିନି ମାସ ପର୍ଯ୍ୟନ୍ତ ଟିକା ନେଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । କୌଣସି ଟିକାପ୍ରାପ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେଲେ ଅଥବା ଅନ୍ୟ କୌଣସି ପ୍ରଭାବ ପଡିଲେ ସରକାରୀ ହସ୍ପିଟାଲରେ ଚିକିତ୍ସାର ସୁବିଧା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ, ଗମ୍ଭୀର ପରିସ୍ଥିତି ଉପୁଜିଲେ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ ।

Comments are closed.